Latest Odisha News

BREAKING NEWS

ନାବାଳିକାଙ୍କୁ ତେଜାବ ମାଡ଼ ଘଟଣା, ତିନି ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ 17 ବର୍ଷୀୟା ନାବାଳିକାଙ୍କୁ ଏସିଡ୍ ମାଡ଼ ଘଟଣାରେ ପୁଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି। ପଶ୍ଚିମ ଦିଲ୍ଲୀର ଉତ୍ତମ ନଗରର ମୋହନ ଗାର୍ଡେନ ଅଞ୍ଚଳରେ ବୁଧବାର ସକାଳେ ସ୍କୁଲ ଯାଉଥିବା ଜଣେ 17 ବର୍ଷୀୟା ନାବାଳିକାକୁ ଦୁଇ ମୁଖାପିନ୍ଧା ଦୁର୍ବୃତ୍ତ ଏସିଡ୍ ମାଡ଼ କରିଥିଲେ।

ବୁଧବାର ପଶ୍ଚିମ ଦିଲ୍ଲୀର ଉତ୍ତରମଗର ମୋହନ ଗାର୍ଡେନ୍ ଅଞ୍ଚଳରେ ସ୍କୁଲକୁ ଯାଉଥିବା ସମୟରେ ଦୁଇଜଣ ବାଇକ୍ ଚାଳକ ମୁଖାପିନ୍ଧି ଆସି ତାଙ୍କ ଉପରେ ଏସିଡ୍ ଫିଙ୍ଗି ଥିଲେ। ଏହାପରେ 17 ବର୍ଷର ବାଳିକାକୁ ଗୁରୁତର ଅବସ୍ଥାରେ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ପୁଲିସ ଅଧିକାରୀ ସାଗରପ୍ରୀତ ହୁଡା କହିଛନ୍ତି ଯେ ବୁଧବାର ମୋହନ ଗାର୍ଡେନ୍ ପୋଲିସ୍ ଷ୍ଟେସନ ଅଞ୍ଚଳରେ ଜଣେ ନାବାଳିକା ଛାତ୍ରୀଙ୍କ ଉପରେ ଦୁଇ ଜଣ ଯୁବକ ଏସିଡ୍ ଫିଙ୍ଗିଥିଲେ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସଚିନ ଆରୋରା ଏବଂ ହର୍ଷିତଙ୍କୁ ପ୍ରଥମେ ଗିରଫ କରାଯାଇଥିଲା, ଏହାପରେ ତାଙ୍କ ସହ-ଅଭିଯୁକ୍ତ ବିରେନ୍ଦ୍ର ସିଂଙ୍କୁ ମଧ୍ୟ ଗିରଫ କରାଯାଇଛି। ସେ କହିଛନ୍ତି ଯେ ଅଭିଯୁକ୍ତମାନେ ଫ୍ଲିପକାର୍ଟରୁ ଏସିଡ୍ କିଣିଥିଲେ।

ଦିଲ୍ଲୀ ପୋଲିସ କହିଛି ଯେ ସେମାନେ ଅଭିଯୁକ୍ତଙ୍କୁ ସିସିଟିଭି ଫୁଟେଜରୁ ଚିହ୍ନଟ କରି ଗିରଫ କରିଛନ୍ତି। ଡିସିପି ଏମ ହର୍ଷବର୍ଦ୍ଧନ କହିଛନ୍ତି ଯେ ଅଭିଯୁକ୍ତ ପୀଡିତାଙ୍କ ଘରର ରେକି କରିଥାଇପାରେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଦୁଇ ବାଇକ୍ ଆରୋହୀ ଅଭିଯୁକ୍ତ ପୀଡିତାଙ୍କ ଘର ନିକଟରେ ରହୁଥିଲେ।

ଛାତ୍ରୀଙ୍କ ବାପା କହିଛନ୍ତି ଯେ ଝିଅ କୌଣସି ନିର୍ଯାତନା କିମ୍ବା ଅସୁବିଧା ସମ୍ପର୍କରେ କେବେ କିଛି କଥା ତାଙ୍କ ପାଖରେ କହିନାହିଁ। ପୀଡିତାଙ୍କ ମାମୁଁ କହିଥିଲେ ଯେ ଯେତେବେଳେ ଝିଅ ଯେତେବଳେ ଏସିଡ୍ ଦ୍ୱାରା ଆକ୍ରମଣ ହୋଇଥିଲା ସେତେବେଳେ ସେ ତାଙ୍କ ଭଉଣୀ ସହିତ ଯାଉଥିଲେ। ସେ କହିଛନ୍ତି ଯେ ଅସହ୍ୟ ଯନ୍ତ୍ରଣା ହେଉଥିବା ଦେଖି ନିକଟସ୍ଥ ଦୋକାନ ଆଡ଼କୁ ଦୌଡ଼ିଥିଲେ, ଜଣେ ଦୋକାନୀ ଯନ୍ତ୍ରଣା ଲାଘବ କରିବା ପାଇଁ ତାଙ୍କ ମୁହଁରେ କ୍ଷୀର ଢାଳିଥିଲେ।

ଏହି ଘଟଣାରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସାକ୍ସେନା ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଆରୋରାଙ୍କ ସହ କଥା ହୋଇଥିଲେ। ଏଲଜିଙ୍କ କାର୍ଯ୍ୟାଳୟ ଟ୍ୱିଟ୍ କରି ଏସିଡ୍ ଆକ୍ରମଣ ଘଟଣାକୁ ଦୁର୍ଭାଗ୍ୟଜନକ ଘଟଣା କହିଛନ୍ତି।

ସେହିପରି ଏହି ପ୍ରସଙ୍ଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ କରି କହିଛନ୍ତି, “ଏହାକୁ କୌଣସି ପ୍ରକାର ବରଦାସ୍ତ କରାଯିବ ନାହିଁ। ଅପରାଧୀଙ୍କୁ କଠୋର ଦଣ୍ଡ ଦିଆଯିବା ଉଚିତ୍। ଦିଲ୍ଲୀର ପ୍ରତ୍ୟେକଙ୍କ ସୁରକ୍ଷା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ ଟ୍ୱିଟର କରି ପୀଡିତାଙ୍କ ପାଇଁ ନ୍ୟାୟ ମାଗିଛନ୍ତି ଏବଂ ରାଜଧାନୀରେ ଏସିଡ୍ ବିକ୍ରିକୁ ନିଷିଦ୍ଧ କରିବାରେ ବିଫଳ ହୋଇଥିବାରୁ ସରକାରଙ୍କୁ ସମାଲୋଚନା କରିଛନ୍ତି।

Comments are closed.