Latest Odisha News

BREAKING NEWS

ଦିଲ୍ଲୀରେ ପ୍ରଦୂଷଣ ଭୟ: ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ସବୁ ସ୍କୁଲ ବନ୍ଦ, ପୁଣି ଲାଗୁ ହେବ ଅଡ-ଇଭେନ ନମ୍ବର

ନୂଆଦିଲ୍ଲୀ:ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବୈଠକ ପରେ ପରିବେଶ ବିଭାଗ ମନ୍ତ୍ରୀ ଗୋପାଳ ରାୟ ଏକ ପ୍ରେସ ବାର୍ତ୍ତା ଦେଇ କହିଛନ୍ତି, ଦୀବାଲି ପରଠାରୁ ୭ ଦିନ ଯାଏ ରାଜଧାନୀରେ ଲାଗୁ ହେବ ଅଡ-ଇଭେନ ନମ୍ବର। ଏହି ନିୟମ କଡାକଡି ଭାବେ ନଭେମ୍ବର ୧୩ରୁ ୨୦ ତାରିଖ ଯାଏ ଲାଗୁ ହେବ । ଏହାବ୍ୟତୀ ଆସନ୍ତା ୧୦ ତାରିଖ ଯାଏ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ତେବେ ୧୦ମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଙ୍କ ପାଇଁ ସ୍କୁଲ ଖୋଲା ରହିବ ।

ଏକ ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି, ଦିଲ୍ଲୀରେ ବିଭିନ୍ନ କାରଣରୁ ପ୍ରଦୂଷଣ ବଢିବାରେ ଲାଗିଛି । ତେବେ ଏହାକୁ ନିୟନ୍ତ୍ରଣ କରାଯିବା ପାଇଁ ଉଦ୍ୟମ ଜାରି ରହିଛି । କିଛି ଦିନ ଭିତରେ ଦିଲ୍ଲୀ ବାୟୁର ପ୍ରଦୂଷଣ ମାତ୍ରା ହ୍ରାସ ପାଇଛି । ଆଜି ନୁହେଁ, ୩୬୫ ଦିନ ଧରି ପ୍ରଦୂଷଣ କମାଇବା ପାଇଁ ଉଦ୍ୟମ ଚାଲିଛି ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଦିଲ୍ଲୀରେ ଦୀର୍ଘକାଳୀନ ଯୋଜନା ଉପରେ କାମ ଚାଲିଛି । ଇଲକ୍ଟ୍ରି ବସ ସଂଖ୍ୟାକୁ ବଢାଇ ଦିଆ ଯାଇଛି । ଆଜି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ବିଭିନ୍ନ ଯାଜନା ଉପରେ ଆଲୋଚନା କରିଥିଲେ । ପ୍ରଦୂଷଣ ବଢାଉଥିବା ଗାଡିର ଚାଲାଣ କଟା ଯାଇଛି । ବର୍ତ୍ତିମାନ ସୁଦ୍ଧା୭୪ ଲକ୍ଷ ଜରିମାନା ଆଦାୟ ସରିଲାଣି । ୧୨, ୭୬୯ ଜାଗା ଉପରେ ଚଢାଉ କରାଯାଇଛି । ବାଣ କିଣାବିକା ଉପରେ କଟକଣା ଜାରି କରାଯାଇଛି । ଏଥିପାଇଁ ୨୧୦ଟି ପୋଲିସ ଟିମ ଗଠନ କରାଯାଇଛି । ବିଭିନ୍ନ ସ୍ଥାନରେ ପାଣି ସିଞ୍ଚନ ବ୍ୟବସ୍ଥା ମଧ୍ୟ କରାଯାଉଛି ।

ସୂଚନାଥାଉ କି, ଏହା ପୂର୍ବରୁ ଦିଲ୍ଲୀ ସରକାର ଏକ ନିର୍ଦ୍ଦେଶ ଜାରି କରି କହିଛନ୍ତି ଯେ, ବାୟୁ ଗୁଣବତ୍ତା ଖରାପ ଯୋଗୁଁ ଏହା ଉପରେ ନିୟନ୍ତ୍ରଣ ଆଣିବାକୁ ସୋମବାର ଠାରୁ ସରକାରୀ ଏବଂ ବେସରକାରୀ କମ୍ପାନୀର କେବଳ ୫୦ ପ୍ରତିଶତ କର୍ମଚାରୀ ଅଫିସ ଯେବେ । ଆଉ ୫୦ ପ୍ରତିଶତ କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ଦ୍ବାରା ଗାଡି ମଟର ଚଳାଚଳ ହ୍ରାସ ପାଇବ ଯାହା ଦ୍ବାରା ପ୍ରଦୂଷଣ ସ୍ତର କମିବାନେଇ ଆଶା ରହିଛି ।

Leave A Reply

Your email address will not be published.