Latest Odisha News

ଦିଲ୍ଲୀରେ ଗଡିବ ଦେଶର ପ୍ରଥମ ଏୟାର ଟ୍ରେନ, ଜାଣନ୍ତୁ ଆଉ କେଉଁ ଦେଶରେ ଗଡୁଛି ଏହି ଟ୍ରେନ

ନୂଆଦିଲ୍ଲୀ: ବିକାଶିତ ଭାରତର ଲକ୍ଷ୍ୟ ରଖିଥିବା ଭାରତ ଏବେ ବିକାଶ ପଥରେ ଆଉ ପାଦେ ଆଗକୁ ବଢିଛି । ଭାରତରେ ଗଡିବ ପ୍ରଥମ ଏୟାର ଟ୍ରେନ । ତେବେ ଏହି ଏୟାର ଟ୍ରେନ ପୂର୍ବରୁ ଅନେକ ଦେଶରେ ଗଡିଥିବା ବେଳେ ଏବେ ଭାରତରେ ଏହାର ଶୁଭାରମ୍ଭ କରାଯିବ । ଏହି ଟ୍ରେନ ଦ୍ବାରା ଟର୍ମିନାଲ୍ ମଧ୍ୟରେ ଯାତାୟତ ବେଶ୍ ସୁବିଧା ହେବ । ତେବେ କଣ ଆପଣ ଜାଣିଛନ୍ତି ଦୁନିଆର କେଉଁ କେଉଁ ଦେଶରେ ଏହି ଏୟାର ଟ୍ରେନର ସୁବିଧା ରହିଛି । ଆଜି ଆମେ ଆପଣଙ୍କୁ କହିବୁ କେଉଁ ଦେଶର ଲୋକେ ଏହି ଏୟାର ଟ୍ରେନର ସୁବିଧା ଉଠାଉଛନ୍ତି ।

କହିରଖୁଛୁ ଯେ, ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ବିଶ୍ବର ସବୁଠାରୁ ବ୍ୟସ୍ତବହୁଳ ସ୍ଥାନ ଅଟେ । ଦିଲ୍ଲୀ ବିମାନବନ୍ଦରରୁ ପ୍ରତିଦିନ ହଜାର ହଜାର ଯାତ୍ରୀ ଯାତ୍ରା କରିଥାନ୍ତି । ତେବେ ଆଗାମୀ ଦିନରେ ବିମାନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏକ ସହଜ ବ୍ୟବସ୍ଥା କରାଯାଉଛି । ଖୁବ ଶିଘ୍ର ଦିଲ୍ଲୀରେ ଗଡିବ ଏୟାର ଟ୍ରେନ । ଏୟାର ଟ୍ରେନ୍ ଆରମ୍ଭ ହେଲେ ବିମାନ ଯାତ୍ରୀମାନେ କୌଣସି ଭିଡରେ ନଅଟକି ମାତ୍ର କିଛି ମିନିଟ୍ ମଧ୍ୟରେ ଟି୩ ଏବଂ ଟି୨ ରେ ପହଞ୍ଚିପାରିବେ । ୨୦୨୭ ଶେଷ ସୁଦ୍ଧା ଏହି ପ୍ରକଳ୍ପ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ପ୍ରକଳ୍ପ ପାଇଁ ଦିଲ୍ଲୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଏକ ଟେଣ୍ଡର ଜାରି କରିଛି ଏବଂ ଏହା ସମ୍ଭବତଃ ଅକ୍ଟୋବର-ନଭେମ୍ବର ସୁଦ୍ଧା ଟେଣ୍ଡର ପାଇଁ ବିଡିଂ ପ୍ରକ୍ରିୟା ଆରମ୍ଭ ହେବ ।

ତେବେ ପୂର୍ବରୁ ଅନେକ ଦେଶରେ ଏହି ଏୟାର ଟ୍ରେନର ବ୍ୟବହୃତ ହୋଇଛି । ଚୀନ, ନ୍ୟୁୟର୍କ, ଜାପାନ ସମେତ ଅନେକ ଦେଶରେ ଏହି ଏୟାର ଟ୍ରେନ ସେବା ଆରମ୍ଭ ହୋଇଛି । ଏହି ଏୟାର ଟ୍ରେନକୁ ଅଟୋମେଟେଡ ପିପୁଲ ମୁଭର ମଧ୍ୟ କୁହାଯାଏ । ଯାହା ବିମାନବନ୍ଦରରେ ବିଭିନ୍ନ ଟର୍ମିନାଲ୍ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକୁ ସଂଯୋଗ କରିବା ପାଇଁ ଏହି ଟ୍ରେନର ବ୍ୟବହୃତ ହୁଏ ।

Leave A Reply

Your email address will not be published.