ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ଆଜି ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରି ନାହାନ୍ତି। ସମସ୍ତ ପ୍ରସ୍ତୁତି ସରିବା ସହ ଆମ ଆଦମୀ ପାର୍ଟି (ଆପ)ର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଅନ୍ୟ ନେତା ମାନେ ନାମାଙ୍କନ ଭରିବା ନେଇ ଉପସ୍ଥିତ ଥିଲେ। କିନ୍ତୁ ଶେଷରେ ସେମାନେ ନିର୍ବାଚନ ଆୟୋଗରେ ପହଞ୍ଚିଥିଲେ। ଆତିଶୀ ଆସନ୍ତାକାଲି ଅର୍ଥାତ ମକର ସଂକ୍ରାନ୍ତିରେ ନିଜର ନାମାଙ୍କନ ଭରିବେ।
ଆପ ନେତାମାନେ ଭୋଟର ଆଇଡିକୁ ନେଇ ହେରଫେର କରିଥିବା ଚର୍ଚ୍ଚା ହୋଇଥିଲା। ଏହି ପ୍ରସଙ୍ଗରେ ନିର୍ବାଚନ ଆୟୋଗଙ୍କୁ ଭେଟିଛି ଆପ। ଅନ୍ୟପଟେ ବିଜେପି ନେତାଙ୍କ ପରିବାରରେ ୪୦ -୫୦ ନକଲି ଭୋଟର ତିଆରି କରାଯାଉଥିବା, ଏକ ପ୍ରେସ କନଫରେନ୍ସ କରି ଅଭିଯୋଗ କରିଛି ଆପ। ଆପ କହିଛି, ଏହି ମାମଲାରେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର। ଏହା ଗଣତାନ୍ତ୍ରିକ ପ୍ରକ୍ରିୟାର ଦୁରୁପଯୋଗ, ଏହାକୁ ବରଦାସ୍ତ କରାଯିବନି ବୋଲି କହିଛି ଦଳ । ଏହା ସହିତ ଏପରି କରାଯାଇଥିବା ଜିଲ୍ଲାରେ ଜିଲ୍ଲାପାଳ ମାନଙ୍କୁ ନିଲମ୍ବିତ କରିବାକୁ ଦଳ ଦାବି କରିଛି।
BJP धाँधली करके और बेईमानी से दिल्ली का चुनाव लड़ना चाहती है। https://t.co/uu5yi4t6v5
— Arvind Kejriwal (@ArvindKejriwal) January 13, 2025
ଆସନ୍ତାକାଲି ମକର ସଂକ୍ରାନ୍ତିରେ ନାମାଙ୍କନ ଭରିବେ ଆତିଶୀ। ଏହାକୁ ଦଳ ଏକ ବିଶେଷ ଦିନ ବୋଲି କହିଛି। ଏହି ଅବସରରେ ଆପ୍ ନେତା ଶକ୍ତି ପ୍ରଦର୍ଶନ ମଧ୍ୟ କରି ପାରନ୍ତି। ତେବେ ଆଜିର ଘଟଣାରେ ଦିଲ୍ଲୀ ରାଜନୈତିକ ଉଷ୍ମତା ବଢିଥିବା କୁହାଯାଉଛି। ସେହିପରି ଆପ୍ ପକ୍ଷରୁ ପଟପଡଗଞ୍ଜ ଆସନ ପାଇଁ ନାମାଙ୍କନ ଭରିବେ ଅବଧ ଓଝା।