ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ପରେ ପୂରା ଦୋଶ ହାଇଆଲର୍ଟରେ ରହିଛି । ତଦନ୍ତରେ ଡା. ଉମର, ଯିଏ ଏହି ଘଟଣାରେ ଜଡ଼ିତ ବୋଲି କୁହାଯାଉଛି। ସେ କୌଣସି ସାଧାରଣ କଲେଜରୁ ନୁହେଁ ବରଂ ଏକ ସରକାରୀ ମେଡିକାଲ୍ କଲେଜରୁ ଏମ୍ବିବିଏସ୍ କରିଥିଲେ। ଏପରି ଜଣେ ବ୍ୟକ୍ତି ଯିଏ କେବେ ଲୋକଙ୍କ ଜୀବନ ବଞ୍ଚାଇବାର ଶପଥ ନେଇଥିଲେ, ସେ ଏବେ ମୃତ୍ୟୁର ସୌଦାଗର ହୋଇଗଲେ। ପ୍ରତିବର୍ଷ ଲକ୍ଷ ଲକ୍ଷ ଛାତ୍ର ଡାକ୍ତର ହେବାର ସ୍ୱପ୍ନ ଦେଖନ୍ତି, କଠିନ ପରିଶ୍ରମରେ ମେଡିକାଲ୍ ଏଣ୍ଟ୍ରାନ୍ସ ପାସ୍ କରନ୍ତି ଏବଂ ସରକାରୀ କଲେଜରେ ପ୍ରବେଶ ପାଆନ୍ତି। ଆସନ୍ତୁ ଜାଣିବା ଡା. ଉମର କେଉଁ କଲେଜରୁ ପାଠ ପଢ଼ିଥିଲେ ।
ଡା. ଉମରଙ୍କ କାହାଣୀ ଆରମ୍ଭ ଜମ୍ମୁ-କଶ୍ମୀରରୁ
ଡା. ଉମରଙ୍କ କାହାଣୀ ଜମ୍ମୁ-କଶ୍ମୀରର ପୁଲୱାମା ଜିଲ୍ଲାର କୋଇଲ୍ ଗ୍ରାମରୁ ଆରମ୍ଭ ହୋଇଛି। ତାଙ୍କର ଜନ୍ମ ୨୪ ଫେବୃଆରୀ ୧୯୮୯ରେ ହୋଇଥିଲା। ମିଡିଆ ରିପୋର୍ଟ ଅନୁଯାୟୀ, ଉମର ଛୋଟବେଳୁ ହିଁ ପାଠ ପଢ଼ାରେ ଆଗରେ ଥିଲେ । ପରିବାର ତାଙ୍କଠାରୁ ବଡ଼ ଆଶା ରଖିଥିଲା ଯେ ଦିନେ ସେ ଏକ ବଡ଼ ଡାକ୍ତର ହେବେ ଏବଂ ତାହା ହିଁ ହେଲା, ନିଜ ପରିଶ୍ରମରେ ଏମ୍ବିବିଏସ୍ରେ ପ୍ରବେଶ ପାଇଲେ।
ଉମର ଶ୍ରୀନଗରର ଗଭର୍ଣ୍ଣମେଣ୍ଟ ମେଡିକାଲ୍ କଲେଜ (GMC)ରୁ ନିଜ ଏମ୍ବିବିଏସ୍ ପାଠପଢ଼ା ସମ୍ପୂର୍ଣ୍ଣ କରିଥିଲେ। ଏହା କଶ୍ମୀର ଉପତ୍ୟକାର ସବୁଠାରୁ ପୁରୁଣା ଏବଂ ଶ୍ରେଷ୍ଠ ସରକାରୀ ମେଡିକାଲ୍ କଲେଜ, ଯେଉଁଠାରେ ପ୍ରତିବର୍ଷ ହଜାର ହଜାର ଛାତ୍ର ମେରିଟ୍ ଆଧାରରେ ପ୍ରବେଶ ପାଇଁ ଚେଷ୍ଟା କରନ୍ତି। ପାଠପଢ଼ା ସମୟରେ ସେ ସର୍ବଦା ଭଲ ରହିଥିଲେ। ଇଣ୍ଟର୍ଣ୍ଣଶିପ୍ ସମୟରେ ଦିନରାତି ହସ୍ପିଟାଲ୍ରେ ରୋଗୀଙ୍କ ସେବାରେ ନିୟୋଜିତ ରହୁଥିଲେ।
ଶ୍ରୀନଗର ଗଭର୍ଣ୍ଣମେଣ୍ଟ ମେଡିକାଲ୍ କଲେଜ ନ୍ୟାସନାଲ୍ ମେଡିକାଲ୍ କମିଶନ୍ (NMC)ରୁ ମାନ୍ୟତା ପ୍ରାପ୍ତ । ସେଠାରୁ ପଢ଼ିଥିବା ଛାତ୍ରମାନେ ସମଗ୍ର ଦେଶରେ ଡାକ୍ତର ଭାବେ ନିୟଜିତ ଅଛନ୍ତି । ଉମର ମଧ୍ୟ ସେଠାରୁ ନିଜ ଡିଗ୍ରୀ ନେଇଥିଲେ ଏବଂ ରେଜିଡେଣ୍ଟ ଡାକ୍ତର ଭାବେ କାମ ଆରମ୍ଭ କରିଥିଲେ।
ଅନନ୍ତନାଗରୁ ଫରିଦାବାଦ ପର୍ଯ୍ୟନ୍ତ
ଡା. ଉମର ଅନନ୍ତନାଗର GMCରେ ରେଜିଡେଣ୍ଟ ଡାକ୍ତର ଭାବେ ମଧ୍ୟ କାମ କରିଥିଲେ। କିଛି ବର୍ଷ ଧରି ସେ ସେଠାରେ ସେବା ଦେଇଥିଲେ। ଏବେ କିଛି ବର୍ଷ ପୂର୍ବେ ସେ ନିଜ ପରିବାର ସହିତ ଫରିଦାବାଦକୁ ସ୍ଥାନାନ୍ତରିତ ହୋଇଥିଲେ ଏବଂ ଏକ ବିଶ୍ୱବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରୋଫେସର ଭାବେ ପଢ଼ାଇବା ଆରମ୍ଭ କରିଥିଲେ।
BREAKING NEWS
- କୋହଲିଙ୍କ ଶତକ ବ୍ୟର୍ଥ, ଭାରତରେ ପ୍ରଥମ ଥର ଦିନିକିଆ ସିରିଜ ଜିତିଲା ନ୍ୟୁଜିଲାଣ୍ଡ
- Dad, I’m Drowning: ଦୁର୍ଘଟଣା ପରେ ବାପାଙ୍କୁ ଇଞ୍ଜିନିୟରଙ୍କ ଶେଷ କଲ୍; ବାପା ମୋତେ ବଞ୍ଚାଇଦିଅ…
- ସମ୍ମୁଖକୁ ଆସିଲା ଶାହାରୁଖଙ୍କ କିଙ୍ଗ ଫିଲ୍ମର ରିଲିଜ ତାରିଖ
- ମହିଳାମାନଙ୍କୁ ଉଦ୍ୟୋଗୀରେ ରୂପାନ୍ତରିତ କରୁଛି ହିଣ୍ଡାଲ୍କୋର ‘ପ୍ରୋଜେକ୍ଟ ଶକ୍ତି’
- Arvind Mahapatra’s Suspension: ବିଜୁ ବାବୁଙ୍କ ସହ ପିତା ଯାହା କରିଥିଲେ ପୁଅ ଆଜି ସେହି ରାସ୍ତାରେ: ବିଜେଡି
- ଭାରତ ବିପକ୍ଷରେ ଡାରେଲ ମିଚେଲଙ୍କ କୀର୍ତିମାନ
- ବାଣ ଭିଡୁଥିଲା ବେଳେ ବିସ୍ଫୋରଣ, ଜଣେ ମୃତ
- Rourkela Plane Crash: ବିମାନ ଦୁର୍ଘଟଣା ମୃତକଙ୍କ ପରିବାରର ଜଣଙ୍କୁ ମିଳିବ ଚାକିରି
- Sports Awards: ପ୍ରୀତିସ୍ମିତା, କାଳୁଚରଣ, ଏମଜିଏମ୍କୁ ‘ଓସଜା’ ପୁରସ୍କାର
- Diamond Land: ଏଇଠି ଅଛି ବିଶ୍ଵର ଡାଇମଣ୍ଡ ଲ୍ୟାଣ୍ଡ, ହୀରାର ଚମକ୍ ଏବଂ ମୂଲ୍ୟ ଏତେ ଯେ ଫିକା ପଡିଯିବ କୋହିନୂର୍…
Comments are closed.