Latest Odisha News

ପରିବାର ସହ ଅଯୋଧ୍ୟା ଯିବେ ଅରବିନ୍ଦ କେଜ୍ରିଓ୍ବାଲ ଓ ଭଗଓ୍ବନ୍ତ ମାନ

ନୂଆଦିଲ୍ଲୀ: ଅଯୋଧ୍ୟା ଯିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ। ଏଥିସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଓ ତାଙ୍କ ପରିବାର ସଦସ୍ୟ ମଧ୍ୟ ରାମଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟା ଯିବେ। ଦୁହେଁ ରାମଲାଲାଙ୍କ ଦର୍ଶନ ପାଇଁ ବାପା ମା’ ଓ ପତ୍ନୀଙ୍କ ସହ ଅଯୋଧ୍ୟା ଯିବେ ବୋଲି ସୂଚନା ମିଳିଛି।

ଅନ୍ୟପକ୍ଷରେ ଆପ୍ ଆବାହକ ଅରବିନ୍ଦ କେଜ୍ରିଓ୍ଵାଲ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ରବିବାର ୫୪୦ ମେଗାଓ୍ଵାଟ୍ କ୍ଷମତା ବିଶିଷ୍ଟ ତାପଜ ବିଦ୍ୟୁତ୍ ପ୍ଲାଣ୍ଟକୁ ଉଦଘାଟନ କରି ପଞ୍ଜାବବାସୀଙ୍କୁ ଉପହାର ଦେଇଛନ୍ତି। ନିକଟରେ ପଞ୍ଜାବ ସରକାର ଗୋଇଣ୍ଡୱାଲ ସାହିବ ଥର୍ମାଲ ପ୍ଲାଣ୍ଟକୁ ଅଧିଗ୍ରହଣ କରିଥିଲେ, ଯାହା ପରେ ଏହି ପ୍ଲାଣ୍ଟର ନାମ ଶ୍ରୀ ଗୁରୁ ଅମରଦାସ ଥର୍ମାଲ ପ୍ଲାଣ୍ଟ ରଖାଯାଇଥିଲା । ଏହି ଥର୍ମାଲ ପ୍ଲାଣ୍ଟ୫୪୦ ମେଗାୱାଟର, ଯାହା ପଞ୍ଜାବକୁ ବହୁ ମାତ୍ରାରେ ବିଜୁଳି ଯୋଗାଣରେ ସହାୟକ ହେବ ।
ଏହାପୂର୍ବରୁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଓ ବିଧାୟକମାନେ ରବିବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ଅଯୋଧ୍ୟାରେ ପହଞ୍ଚି ରାମ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କଂଗ୍ରେସ ଓ ବିଏସପି ବିଧାୟକମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ବିଧାୟକମାନେ ମନ୍ଦିର ପରିସରରେ ଏକ ଘଣ୍ଟାରୁ ଅଧିକ ସମୟ ରହିଥିଲେ।

Comments are closed.