Latest Odisha News

ଆପ୍ ନେତ୍ରୀ ଆତିଶୀଙ୍କୁ ସମନ ପଠାଇଲେ ରାଉଜ୍ ଆଭେନ୍ୟୁ କୋର୍ଟ

ନୂଆଦିଲ୍ଲୀ: ଆପ୍ ନେତ୍ରୀ ତଥା ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଆତିଶୀଙ୍କୁ ବଡ଼ ଝଟକା । ବିଜେପି ବିରୋଧରେ ଆପତ୍ତିଜନକ ଟିପ୍ପଣୀ କରିଥିବା ଅଭିଯୋଗରେ ଆପ୍ ନେତ୍ରୀ ଆତିଶୀଙ୍କ ସମନ ପଠାଇଛନ୍ତି ଦିଲ୍ଲୀ ରାଉଜ୍ ଆଭେନ୍ୟୁ କୋର୍ଟ । ଜୁନ୍ ୨୯ରେ କୋର୍ଟରେ ହାଜର ହେବାକୁ ଆତିଶୀଙ୍କୁ ନିର୍ଦ୍ଦେଶ ଦେଇଛି କୋର୍ଟ ।

ସୂଚନା ଅନୁସାରେ, ବିଜେପି ଦିଲ୍ଲୀର କ୍ଷମତାସୀନ ଆପର କିଛି ବିଧାୟକଙ୍କୁ ଟଙ୍କା ଦେଇ କିଣିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଥିଲେ ଆତିଶୀ । ଏକ ସମ୍ବାଦିକ ସମ୍ମିଳନୀ କରି ବିଜେପିରେ ସାମିଲ ନହେଲେ ତାଙ୍କୁ ମାସେ ମଧ୍ୟରେ ଇଡି ଗିରଫ କରିବ । ଏପରିକି ବିଜେପିର ଦାବି ଅନୁସାରେ କାମ ନକଲେ ତାଙ୍କ ସମେତ ଅନ୍ୟ ଆପ ନେତାଙ୍କୁ ଗିରଫ କରାଯିବ ବୋଲି ସେ କହିଥିଲେ ଆତିଶୀ ।

ତେବେ ଆପର ଏପରି ଅଭିଯୋଗକୁ ବିଜେପି ଖଣ୍ଡନ କରିଥିଲା । ଦଳ ପକ୍ଷରୁ ପ୍ରମାଣ ଉପସ୍ଥାପନ କରିବାକୁ ଆପକୁ ଚ୍ୟାଲେଞ୍ଜ ଦିଆଯାଇଥିଲା । ଏଥିସହ ପ୍ରବୀଣ ଶଙ୍କର କପୁର କୋର୍ଟରେ ପହଞ୍ଚି ଆତିଶୀଙ୍କ ବିରୋଧରେ ମାନହାନୀ କେସ୍ କରିଥିଲେ । ଉକ୍ତ ମାନହାନୀ କେସରେ ଆତିଶୀଙ୍କ ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନାଁ ମଧ୍ୟ ଉଲ୍ଲେଖ ଥିଲା । କୋର୍ଟ ଏହାର ବିଚାର କରି ଆତିଶୀଙ୍କୁ ଅଭିଯୁକ୍ତ ଭାବେ ବିବେଚନା କରିଛନ୍ତି ଓ ତାଙ୍କୁ ଜୁନ ୨୯ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.