Latest Odisha News

BREAKING NEWS

ଦିଲ୍ଲୀ ବିଧାନସଭା ନିର୍ବାଚନ: ଏଡିଆର ରିପୋର୍ଟରେ ପ୍ରକାଶ ପାଇଲା ଦାଗି ନେତାଙ୍କ ସୂଚୀ

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୮ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।

୭୦ଟି ବିଧାନସଭା ସିଟର ନିର୍ବାଚନ ଫଳାଫଳ ଫେବୃୟାରୀ ୧୧ରେ ବାହାରିବ ବୋଲି ସୂଚନା ମିଳିଛି ।

ଏହି ସମୟରେ ଆସୋସିଏସନ ଫର ଡେମୋକ୍ରେଟିକ୍ ରିଫର୍ମ(ଏଡିଆର)ପ୍ରମୁଖ ପ୍ରାର୍ଥୀଙ୍କ ଅପରାଧିକ ରେକର୍ଡ ଉପରେ ଏକ ରିପୋର୍ଟ ଜାରି କରିଛନ୍ତି।

ଏଡିଆର ମୁତାବକ, ଆମ ଆଦମି ପାର୍ଟି(ଆପ୍‌)ର ୭୦ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୬ ଜଣ ନିଜ ନାମରେ ଗମ୍ଭୀର ଅପରାଧିକ ମାମଲା ଥିବା ଘୋଷଣା କରିଛନ୍ତି । ସେଭଳି ବିଜେପିର ୬୭ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୭ଜଣଙ୍କ ନାଁରେ ଓ କଂଗ୍ରେସର ୬୬ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୩ଜଣଙ୍କ ବିରୁଦ୍ଧରେ ଏମିତି ଅପରାଧିକ ରେକର୍ଡ ଅଛି ।

ଏଡିଆର ରିପୋର୍ଟ ଅନୁଯାୟୀ, ଆପ୍ ର ୪୨, ବିଜେପିର ୨୬, କଂଗ୍ରେସର ୧୮, ବିଏସପିର ୧୨ ଓ ଏନସିପିର ୩ ଜଣ ପ୍ରାର୍ଥୀ ନିଜେ ନିଜ ଶପଥପତ୍ରରେ ତାଙ୍କ ନାମରେ ଅପରାଧିକ ମାମଲା ଥିବା ଘୋଷଣା କରିଛନ୍ତି ।

 

Leave A Reply

Your email address will not be published.