Latest Odisha News

BREAKING NEWS

ଆଜି ଲୋକସଭାରେ ଆଗତ ହେବ ଦିଲ୍ଲୀ ଅଧ୍ୟାଦେଶ ବିଲ୍

ନୂଆଦିଲ୍ଲୀ: ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ ଦିଲ୍ଲୀ ସରକାର ଏବଂ କେନ୍ଦ୍ର ସରକାରଙ୍କ ବିବାଦ ଲାଗି ରହିଛି। ଦିଲ୍ଲୀରେ ସରକାରୀ ଅଧିକାରୀଙ୍କ ନିଯୁକ୍ତି ଓ ବଦଳି ସଂକ୍ରାନ୍ତ ଅଧ୍ୟାଦେଶକୁ ନେଇ ଆଜି ଲୋକସଭାରେ ଏକ ବିଲ୍‌ ଆଗତ କରାଯିବ। ପୂର୍ବରୁ ମୋଦୀ କ୍ୟାବିନେଟ୍ ଏହି ବିଲ୍‌କୁ ଅନୁମୋଦନ ଦେଇଥିଲେ। ଦିଲ୍ଲୀର ଆମ୍ ଆଦମୀ ପାର୍ଟି ଏହି ନିୟମକୁ ବିରୋଧ କରୁଛି। ଏଭଳି ପରିସ୍ଥିତିରେ ସୋମବାର ଲୋକସଭାରେ ବିରୋଧୀ ହଙ୍ଗାମା କରିବାର ସମ୍ଭାବନା ରହିଛି।

ପୂର୍ବରୁ ବିଭିନ୍ନ ବିରୋଧୀ ଦଳ ଆଧ୍ୟାଦେଶକୁ ଉଭୟ ଗୃହରେ ବିରୋଧ କରିବା ନେଇ ଘୋଷଣା କରିଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆଧ୍ୟାଦେଶକୁ ଉଭୟ ଗୃହରେ ବିରୋଧ କରିବା ନେଇ ଘୋଷଣା କରିଥିଲେ। ଅରବିନ୍ଦ କେଜ୍ରିୱାଲ ଆଧ୍ୟାଦେଶକୁ ସଂସଦରେ ବିରୋଧ କରିବା ନେଇ ଦଳଗୁଡିକର ସମର୍ଥନ ହାସଲ ନିମନ୍ତେ ବିଭିନ୍ନ ରାଜ୍ୟ ଗସ୍ତ କରିଥିଲେ। କଂଗ୍ରେସ, ଟିଏମସି, ଜେଡିୟୁ, ସମେତ ଅନେକ ଦଳ ଏ ବାବଗରେ ଆପ୍‌ର ସାଥ୍ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

ସୁପ୍ରିମକୋର୍ଟ ଦିଲ୍ଲୀର କ୍ଷମତାସୀନ ସରକାରକୁ ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ଓ ବଦଳି ଅଧିକାର ଦେଇଥିଲେ। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାତ ଦେବାକୁ ପାଇଁ କେନ୍ଦ୍ର ସରକାର ମେ’ ୧୯ରେ ଅଧ୍ୟାଦେଶ ଆଣିଥିଲେ। ବଦଳି ଓ ନିଯୁକ୍ତି ଅଧିକାର ଉପ ରାଜ୍ୟପାଳଙ୍କୁ ଦେବା ନିମନ୍ତେ ଏହି ଅଧ୍ୟାଦେଶରେ ବ୍ୟବସ୍ଥା କରାଯାଇଛି। ଯାହାକୁ ବିରୋଧ କରୁଛି ଆପ୍।

Leave A Reply

Your email address will not be published.