Latest Odisha News

ବାୟୁ ପ୍ରଦୂଷଣ ରୋକିବା ପାଇଁ ଦିଲ୍ଲୀରେ କରାଯାଇପାରେ କୃତ୍ରିମ ବର୍ଷା

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ରୋକିବା ପାଇଁ ଦିଲ୍ଲୀ ସରକାର କୃତ୍ରିମ ବର୍ଷା କରାଇବା ନିମନ୍ତେ ଯୋଜନା କରୁଛନ୍ତି । ଆଇଆଇଟି କାନପୁରକୁ ଏ ନେଇ ଦିଲ୍ଲୀ ସରକାରଙ୍କୁ ସମ୍ପୂର୍ଣ୍ଣ ପ୍ଲାନ ଯୋଗାଇଛନ୍ତି । ଶୁକ୍ରବାର ଦିଲ୍ଲୀ ସରକାର ଏ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ନିକଟରେ ସମସ୍ତ ତଥ୍ୟ ରଖିବେ । ଦୀପାବଳୀ ପରେ ଦିଲ୍ଲୀରେ ପ୍ରଦୂଷଣସ୍ତର ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ନଭେମ୍ବର ୨୦ ପାଖାପାଖି ଏହି କୃତ୍ରିମ ବର୍ଷା କରାଯାଇପାରେ । ଏ ନେଇ ଅଫିସିଆଲ କୌଣସି ଘୋଷଣା କରାଯାଇ ନାହିଁ । ସୂଚନାଯୋଗ୍ୟ, କୃତ୍ରିମ ବର୍ଷା କରିବା ପାଇଁ ଏୟାରକ୍ରାଫ୍ଟ ମାଧ୍ୟମରେ ଆକାଶରୁ ସିଲଭର ଆୟୋଡାଇଡ ଛିଂଚା ଯାଇଥାଏ । ଏହା ପରେ କୃତ୍ରିମ ବାଦଲ ସୃଷ୍ଟି ହୋଇଥାଏ ଏବଂ ବର୍ଷା ହୋଇଥାଏ । ବର୍ଷା ହେଲା ପ୍ରଦୂଷଣ ମାତ୍ରା କମିଯାଇଥାଏ ।

ସମସ୍ତ ପ୍ରକାର ଉଦ୍ୟମ ସତ୍ୱେ ଦିଲ୍ଲୀରେ ପ୍ରଦୂଷଣ ରୋକିବାକୁ ସରକାର ସମର୍ଥ ହୋଇ ନାହାନ୍ତି । ଶେଷରେ ଏହି ପଦକ୍ଷେପ ଗ୍ରହଣ କରାଯିବା ପାଇଁ ଯୋଜନା କରାଯାଉଛି । ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । କୃତ୍ରିମ ବର୍ଷା ପାଇଁ ୪୦ପ୍ରତିଶତ ବାଦଲର ଆବଶ୍ୟକତା ରହିଛି । ୨୦ ଓ ୨୧ ନଭେମ୍ବରରେ ଏହି ସମ୍ଭାବନା ଥିବାରୁ ଆମେ ସେ ସମୟରେ ଏହି ଉଦ୍ୟମ କରିବୁ ବୋଲି ମନ୍ତ୍ରୀ କହିଛନ୍ତି ।

Comments are closed.