Latest Odisha News

BREAKING NEWS

 ‘ଚନ୍ନା ମେରେୟା’ ଗୀତ ପାଇଁ ମନେପଡ଼ିଲା ପୁରୁଣା ପ୍ରେମ, ବର ଭାଙ୍ଗିଲା ବାହାଘର…

ନୂଆଦିଲ୍ଲୀ: ଗୋଟେ ଗୀତ ପାଇଁ ବାହାଘର ଭାଙ୍ଗିଯିବା କେବେ ଶୁଣିଛନ୍ତି କି? ତେବେ ଏକ ବିବାହ ଉତ୍ସବ ରେ ‘ଚନ୍ନା ମେରେୟା’ ଗୀତ ବାଜିବାରୁ ଜଣେ ବର ତାଙ୍କ ବାହାଘର ଭାଙ୍ଗି ଦେଇଛନ୍ତି।ଏହାକୁ ନେଇ ଫିଲ୍ମ ନିର୍ମାତା କରଣ ଜୋହର ସୋସିଆଲ ମିଡିଆ ସାଇଟ ଇନଷ୍ଟାଗ୍ରାମରେ ନିଜର ପ୍ରତିକ୍ରିୟା ଦେଇଛନ୍ତି।

ଦିଲ୍ଲୀର ଏକ ବାହାଘରରେ ଡିଜେ ୨୦୧୬ ରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ‘ଏ ଦିଲ୍ ହେ ମୁସ୍କିଲ୍’ର ‘ଚନ୍ନା ମେରେୟା’ ଗୀତ ବଜାଇଥିଲେ। ଏହି ଗୀତ ବାଜିଲା ପରେ ବରଙ୍କୁ ତାଙ୍କର ପୂର୍ବତନ ପ୍ରେମିକାଙ୍କ କଥା ମାନେ ପଡ଼ି ଯାଇଥିଲା ଯାହାଫଳରେ ସେ ଭାବପ୍ରବଣ ହୋଇଯାଇଥିଲେ। ଏହା ପରେ ସେ ବାହା ନ ହୋଇ ଘରକୁ ଫେରି ଯାଇଥିଲେ।

ଏହି ଭିଡିଓ ଭାଇରାଲ ହେବା ପରେ କାରଣ ଜୋହର ‘ ହୁଃ ‘ କହି ପ୍ରତିକ୍ରିୟା ଦେଇଛନ୍ତି। ନିକଟରେ କାରଣ ଜୋହରଙ୍କ ନିର୍ମିତ ଫିଲ୍ମ ‘କେସରୀ ୨’ ମୁକ୍ତିଲାଭ କରିଛି। ଯେଉଁଥିରେ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ଅଛନ୍ତି।

Comments are closed.