Latest Odisha News

BREAKING NEWS

ବାବା ରାମଦେବ କାହା ନିୟନ୍ତ୍ରଣରେ ନାହାଁନ୍ତି; କାହିଁକି ଏଭଳି କହିଲେ ଦିଲ୍ଲୀ ହାଇକୋର୍ଟ 

ନୂଆଦିଲ୍ଲୀ: ବାବା ରାମଦେବଙ୍କ ହମଦର୍ଦ କମ୍ପାନୀର ସରବତ ଉପରେ ‘ଶରବତ ଜିହାଦ’ର ବିବାଦୀୟ ଟିପ୍ପଣୀ ନେଇ ଦିଲ୍ଲୀ ହାଇକୋର୍ଟ ପୁଣି ଥରେ ବର୍ଷିଛନ୍ତି। ଏହା ସହିତ କୋର୍ଟ ଅବମାନନା ନୋଟିସ୍ ଜାରି କରିବାକୁ ପ୍ରସ୍ତୁତ ହେଉଛନ୍ତି।

ଦିଲ୍ଲୀ ହାଇକୋର୍ଟ ଗୁରୁବାର ଦିନ କହିଛନ୍ତି ଯେ ଯୋଗଗୁରୁ ବାବା ରାମଦେବ କାହାର ନିୟନ୍ତ୍ରଣରେ ନାହାନ୍ତି। ସେ ନିଜ ଦୁନିଆରେ ବଞ୍ଚନ୍ତି। ଶରବତ ଜିହାଦ ବୟାନ ଉପରେ ରାମଦେବ କୋର୍ଟଙ୍କ ଆଦେଶ ଅବମାନନା ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିଲେ। ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ରାମଦେବଙ୍କୁ ଭବିଷ୍ୟତରେ ହମଦର୍ଦ ଉତ୍ପାଦ ସମ୍ପର୍କରେ କୌଣସି ବିବୃତ୍ତି ଜାରି ନକରିବାକୁ କିମ୍ବା କୌଣସି ଭିଡିଓ ସେୟାର ନକରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଗୁରୁବାର ଦିନ ଜଷ୍ଟିସ୍ ଅମିତ ବଂଶଲ କହିଛନ୍ତି ଯେ ଏପ୍ରିଲ ୨୨ରେ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ରାମଦେବ ବାବା ଆପତ୍ତିଜନକ ବୟାନ ଦେଇ ଏକ ଭିଡିଓ ଜାରି କରିଛନ୍ତି। ସେ କାହାର ନିୟନ୍ତ୍ରଣରେ ନାହାନ୍ତି। ସେ ନିଜ ଦୁନିଆରେ ବଞ୍ଚନ୍ତି। ନିକଟରେ ହମଦର୍ଦ ନ୍ୟାସନାଲ ଫାଉଣ୍ଡେସନ ଇଣ୍ଡିଆ ବିବାଦୀୟ ମନ୍ତବ୍ୟକୁ ନେଇ ରାମଦେବ ଏବଂ ତାଙ୍କର ପତଞ୍ଜଳି ଫୁଡ୍ସ ଲିମିଟେଡ ବିରୁଦ୍ଧରେ କୋର୍ଟରେ ଏକ ଆବେଦନ ଦାଖଲ କରିଥିଲା।

ଅଧିକ ପଢନ୍ତୁ:- ରୁହ୍ ଆଫଜାକୁ ନେଇ ବାବା ରାମଦେବଙ୍କ ବିବାଦୀୟ ବୟାନ

Comments are closed.