Latest Odisha News

BREAKING NEWS

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ହସ୍ପିଟାଲରେ ଭର୍ତ୍ତି, କରୋନା ଆଶଙ୍କା !

ନୂଆଦିଲ୍ଲୀ: ଅତ୍ୟଧିକ ଜ୍ୱର ଏବଂ ଶ୍ୱାସକ୍ରିୟାରେ ଅସୁବିଧା ଯୋଗୁଁ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନାଙ୍କୁ ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଗତ ରବିବାର ଦିନ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଏକ ସଭାରେ ଯୋଗଦେଇଥିଲେ। ପରେ ତାଙ୍କ ଶରୀରରେ ସେ ଏଭଳି ଲକ୍ଷଣଗୁଡିକ ଅନୁଭବ କରିଥିଲେ।

ଏନେଇ ଏହି ୫୫ ବର୍ଷୀୟ ନେତା ଟ୍ବିଟ ମଧ୍ୟ କରିଛନ୍ତି।

ତେବେ ମଙ୍ଗଳବାର ଦିନ ତାଙ୍କର କରୋନାଭାଇରସ୍ ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି।

Comments are closed.