Latest Odisha News

ସୁନା ଦୋକାନରୁ ୨୫ କୋଟିର ଗହଣା ଲୁଟ ଘଟଣାର ପର୍ଦ୍ଦାଫାଶ; ୩ ଚୋର ଛତିଶଗଡରୁ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର ଏକ ଜୁଏଲରୀ ଦୋକାନରୁ ୨୫ କୋଟି ଟଙ୍କାର ସୁନାଗହଣା ଲୁଟ ମାମଲାର ପର୍ଦ୍ଦାଫାଶ ହୋଇଛି । ପୋଲିସ ଛତିଶଗଡରୁ ୩ ଦୁର୍ବୃତ୍ତଙ୍କୁ ଗିରଫ କରିଛି ।

ଦିଲ୍ଲୀର ଜଙ୍ଗପୁରା ଅଞ୍ଚଳରୁ ରବିବାର ଦିନ ଏକ ଜୁଏଲରୀ ସପରୁ ୨୫ କୋଟି ଟଙ୍କାର ସୁନାଗହଣା ଲୁଟ ହୋଇଥିଲା । ଏହି ଗହଣା ଦୋକାନ ଉମରାଓ ସିଂହ ଏବଂ ମହାବୀର ପ୍ରସାଦ ଜୈନଙ୍କର ଥିଲା । ଚୋରମାନେ ଦୋକାନରେ ଥିବା ୨୦ରୁ ୨୫ କୋଟି ଟଙ୍କାର ହୀରା ଏବଂ ସୁନା ଗହଣା ଲୁଟି ନେଇଥିଲେ । ଚୋରମାନେ ଛାତକାଟି ଦୋକାନ ଭିତରେ ପଶି ଲୁଟ କରିଥିଲେ ।

ସୋ ରୁମ ମାଲିକଙ୍କ କହିବା ଅନୁଯାୟୀ, ଦୋକାନରେ ହୀରା ଏବଂ ସୁନାର ଗହଣା ଥିଲା ଯାହାର ମୂଲ୍ୟ ୨୦ରୁ ୨୫ କୋଟି ଟଙ୍କାର  ହେବ । ଜଙ୍ଗପୁରାରେ ଦୋକାନ ସୋମବାର ରୁହେ । ସେଥିପାଇଁ ରବିବାର ସୋ ରୁମ ବନ୍ଦ ହୋଇଥିଲା ଏବଂ ମଙ୍ଗଳବାର ଖୋଲିଥିଲା । ମଙ୍ଗଳବାର ସୋ ରୁମ ଖୋଲି ଦେଖିବା ପରେ ମାଲିକଙ୍କ ହୋସ ଉଡ଼ି ଯାଇଥିଲା । ସୋ ରୁମ ମାଲିକଙ୍କ କହିବା ଅନୁଯାୟୀ ସୋ ରୁମରେ ଥିବା ସବୁ ଗହଣା ଗାଏବ ହୋଇ ଯାଇଥିଲା । ଏହା ପରେ ସେମାନେ ପୋଲିସକୁ ଖବର ଦେଇଥିଲେ ।

ଜଙ୍ଗପୁରା ମାର୍କେଟରେ ଏହି ବିଲ୍ଡିଂରେ ଅନେକ ଦୋକାନ ରହିଛି । ସୋ ରୁମ ବାହାରେ ସିଡି ରହିଛି । ତେଣୁ ଚୋର ସିଡି ବାଟେ ଯାଇ ଛାତ କାଟି ଭିତରକୁ ପଶିଛନ୍ତି । ଛାତ କାଟିବାର ଦୃଶ୍ୟ ମଧ୍ୟ ସିସିଟିଭି କ୍ୟାମେରାରୁ ସାମ୍ନାକୁ ଆସିଛି । ଏଥିରେ ଦେଖିବାକୁ ମିଳିଛି, ଚୋର ଛୋଟ ଜାଗାଟିଏ କାଟି ଭିତରକୁ ପଶିଥିଲା । ଦୋକାନରୁ ସୁନା, ହୀରା ଗହଣା ଲୁଟିବା ପରେ ରୂପା ଗହଣାକୁ ଛାଡି ଦେଇଛି ।

Comments are closed.