ନୂଆଦିଲ୍ଲୀ: ଯଦି ସବୁ କିଛି ଠିକ ଠାକ ରୁହେ ତାହାହେଲେ ଫେବୃୟାରୀ ୨୨ରେ ହେବ ଦିଲ୍ଲୀ ଏମସିଡି ମେୟର ନିର୍ବାଚନ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏ ନେଇ ବିଧିବଦ୍ଧ ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କୁ ପତ୍ର ଲେଖାଇ ଜଣାଇଥିଲେ । ଉପ ରାଜ୍ୟପାଳ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଫେବୃୟାରୀ ୨୨ରେ ଏମସିଡିର ମେୟର ଏବଂ ଅନ୍ୟ ୬ ସଦସ୍ୟଙ୍କ ପାଇଁ ନିର୍ବାଚନ ହେବ । ପୂର୍ବରୁ ସୁପ୍ରିମକୋର୍ଟ ନିଗମର ପ୍ରଥମ ବୈଠକରେ ୨୪ ଘଂଟା ମଧ୍ୟରେ ମେୟର ନିର୍ବାଚନ ତାରିଖ ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ବାଚନ ପରେ ମେୟରଙ୍କ ଅଧ୍ୟକ୍ଷତାରେ ଡେପୁଟି ମେୟର ଓ ଷ୍ଟାଣ୍ଡିଂ କମିଟିା ୬ ସଦସ୍ୟ ଚୟନ କରାଯିବ ।
ଏମସିଡି ନିର୍ବାଚନ ଡିସେମ୍ବର ୪ରେ ହୋଇଥିଲା । ୨୫୦ ୱାର୍ଡରୁ ଆପ ୧୩୪ ଓ ବିଜେପି ୧୦୪ରେ ବିଜୟ ହାସଲ କରିଥିଲେ । ଏହା ପରେ ମେୟର ନିର୍ବାଚନ ନେଇ ଚୂଡାନ୍ତ ତାରିଖ ଠିକ ହୋଇପାରି ନ ଥିଲା । କେଜ୍ରିୱାଲ ମଧ୍ୟ ଦିଲ୍ଲୀବାସୀ ଖୁବ ଶୀଘ୍ର ମେୟର ପାଇବେ ବୋଲି କହିଛନ୍ତି ।
Comments are closed.