Latest Odisha News

BREAKING NEWS

ପ୍ରଦୂଷଣରୁ ବର୍ତ୍ତିବାକୁ ମେଟ୍ରୋ ପାଲଟିଛି ସାହାରା! 

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି। ଗତ ସୋମବାର ତଥା ନଭେମ୍ବର ୧୮ ତାରିଖରେ ୭୮.୬୭ ଲକ୍ଷ ଯାତ୍ରୀ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିଥିଲେ ଯାହାକି ଏକ ନୂଆ ରେକର୍ଡ ଥିଲା।

ସୂଚନା ଅନୁଯାୟୀ, ପ୍ରଦୂଷଣର ମାତ୍ରା ବୃଦ୍ଧି ପରେ ଲୋକମାନେ ମେଟ୍ରୋରେ ଯାତ୍ରା କରିବାକୁ ନିରାପଦ ବୋଲି ମନେ କରୁଛନ୍ତି। ତେବେ ଡିଏମଆରସିର ମୁଖ୍ୟ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନୁଜ ଦୟାଲଙ୍କ କହିବା ଅନୁଯାୟୀ ସୋମବାର ଦିନ ସମସ୍ତ ମେଟ୍ରୋ ରୁଟରେ ମୋଟ ୭୮ ଲକ୍ଷ ୬୭ ହଜାର ୧୭ ଜଣ ଯାତ୍ରୀ ମେଟ୍ରୋରେ  ଯାତ୍ରା କରିଥିଲେ।

ତେବେ ଏହାପୂର୍ବରୁ ୨୦ ଅଗଷ୍ଟ ୨୦୨୪ରେ ମେଟ୍ରୋରେ ସର୍ବାଧିକ ଯାତ୍ରୀଙ୍କ ସଂଖ୍ୟା ୭୭ ଲକ୍ଷ ୪୯ ହଜାର ୬୮୨ଥିଲା। ବର୍ତ୍ତମାନ ସେହି ରେକର୍ଡ ଭାଙ୍ଗିବା ସହ ନୂଆ ରେକର୍ଡ ସୃଷ୍ଟି ହୋଇଛି।

ତେବେ ଏହା ମଧ୍ୟରେ ଗତ ଅଗଷ୍ଟ ୨୩ରେ ମେଟ୍ରୋରେ ସର୍ବନିମ୍ନ ୭୩ ଲକ୍ଷ ଯାତ୍ରୀ ଯାତ୍ରା କରିଥିଲେ। ତେବେ ମେଟ୍ରୋରେ ଏତେ ସଂଖ୍ୟକ ଯାତ୍ରୀଙ୍କ ସଂଖ୍ୟା ସ୍ପଷ୍ଟ କରୁଛି ଯେ ମେଟ୍ରୋରେ ଯାତ୍ରା କରିବା ଦିଲ୍ଲୀର ଯାତ୍ରୀଙ୍କ ପାଇଁ ଆରାମଦାୟକ ଏବଂ ସହଜ ହେବା ସହ ସେମାନଙ୍କ ଲାଇଫ ଲାଇନ ଅଟେ। ଅପରପକ୍ଷରେ ଯେତେ ଲୋକ ନିଜର ଯାନବାହାନ ଛାଡି ମେଟ୍ରୋରେ ଯାତ୍ରା କରିବେ ବାୟୁମଣ୍ଡଳରେ ସେତେ କମ୍ ପରିମାଣର କାର୍ବନ ରିଲିଜ ହେବ। ଯାହାକି ବାୟୁ ପ୍ରଦୂଷଣକୁ ରୋକିବାରେ ସାହାଯ୍ଯ ହେବ ବୋଲି କୁହାଯାଉଛି।

Comments are closed.