ଦିଲ୍ଲୀ: ପ୍ରବଳ ବର୍ଷାରେ ଦିଲ୍ଲୀ ବେହାଲ୍ । ବୁଡିଲା ରନ୍ ୱେ । ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଟର୍ମିନାଲ-୩ରେ ବର୍ଷା ପାଣି ଲହଡି ଭାଙ୍ଗୁଥିବା ଦେଖିବାକୁ ମିଳିଛି। ରନ୍ ୱେ ଉପରେ ମଧ୍ୟ ପାଣି ଜମିଛି । ବିମାନ ବନ୍ଦରରେ ପୋଖରୀର ଭ୍ରମ ସୃଷ୍ଟ ହୋଇଛି। ଗତକାଲି ରାତିଠାରୁ ଦିଲ୍ଲୀରେ ନିର୍ଧୁମ ବର୍ଷା ଛେଚୁଛି । ଯାହା ଫଳରେ ବିମାନ ବନ୍ଦର ଗଭୀର ଭାବେ ପ୍ରଭାବିତ ହୋଇଛି ।
ଫଳରେ ଅନେକ ବିମାନର ଗତିପଥ ପରିବର୍ତ୍ତନ କରାଯିବା ସହ ବିମାନକୁ ଡିଲେ କରାଯାଇଛି । ଯାତ୍ରୀମାନେ ମଧ୍ୟ ବିମାନବନ୍ଦରରେ ଅଟକି ରହିଛନ୍ତି । ସେପଟେ ରାସ୍ତାରେ ଏତେ ପାଣି ଯେ ଗାଡି ମଟର ଚାଲିବା ମୁସ୍କିଲ ହୋଇପଡ଼ିଛି। କହିବାକୁ ଗଲେ ଦିଲ୍ଲୀରେ ଯାତାୟତ ଏକଦମ୍ ଠପ୍ ହୋଇଯାଇଛି।
Comments are closed.