ଲୋକସଭାରେ ଦିଲ୍ଲୀ ବିଲ୍କୁ ନେଇ ଶାହଙ୍କ ବୟାନ; ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବାକୁ ନେହରୁ ବି ବିରୋଧ କରୁଥିଲେ
ନୂଆଦିଲ୍ଲୀ:ଲୋକସଭାରେ ଗତ ମଙ୍ଗଳବାର ଆଗତ ଦିଲ୍ଲୀ ଉପରେ ଆଜି ଅର୍ଥାତ ଗୁରୁବାର ଲୋକସଭାରେ ଚର୍ଚ୍ଚା ହୋଇଛି ।ଏ ସମ୍ପର୍କରେ ଆଲୋଚନା କରି ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ, ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ପାଇଁ ଜବାହରଲାଲ ନେହରୁ ଆମ୍ବେଦକର, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବି ବିରୋଧ କରୁଥିଲେ ।
ଅମିତ ଶାହ କହିଥିଲେ, ଯେତେବେଳେ ବିଲ ଆଗତ ହୋଇଥିଲା, ସେତେବେଳେ କିଛି ସଦସ୍ୟ ବିରୋଧ କରିଥିଲେ । ବିରୋଧୀ କ୍ଷମତାକୁ ନେଇ ପ୍ରଶ୍ନ ଉଠାଇଥିଲେ । ସୁପ୍ରିମ କୋର୍ଟ ବି ଏହି ନିଷ୍ପତ୍ତି ବିରୋଧରେ ବୋଲି କୁହାଗଲା । ଅମିତ ଶାହ କହିଥିଲେ, ‘ମୁଁ ବିରୋଧୀ ସାଂସଦଙ୍କୁ କହିବାକୁ ଚାହିଁବି ଯେ, ଯାହା ଆପଣଙ୍କୁ ସୁହାଇବ ଆପଣ ସେତିକି ପଢିବେ । ଆପଣଙ୍କୁ ନିରପେକ୍ଷତାର ସମସ୍ତ ତଥ୍ୟ ସଦନରେ ରଖିବାକୁ ହେବ । ଦିଲ୍ଲୀ ସମ୍ବନ୍ଧରେ ଯେ କୌଣସି ଆଇନ ତିଆରି କରିବାର ଅଧିକାର କେନ୍ଦ୍ରର ରହିଛି ।’
କେନ୍ଦ୍ରମନ୍ତ୍ରୀ କହିଥିଲେ, ଏହି ପ୍ରସଙ୍ଗ ଆଜିର ନୁହେଁ । ୧୯୯୩ର ଏହି ପ୍ରସଙ୍ଗ ଉପରେ ଚର୍ଚ୍ଚା ହୋଇ ଆସୁଛି । ହେଲେ କେତେବେଳେ ଏହି ପ୍ରସଙ୍ଗ ନେଇ କେନ୍ଦ୍ର-ରାଜ୍ୟ ମଧ୍ୟରେ ମତଭେଦ ହୋଇନାହିଁ । କେନ୍ଦ୍ର ଓ ରାଜ୍ୟରେ କେତେବେଳେ କଂଗ୍ରେସ ତ କେତେବେଳେ ବିଜେପି କ୍ଷମତାରେ ରହି ଆସିଛି । ହେଲେ କେବେ ଝଗଡା ହୋଇନାହିଁ।
ଶାହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରି କହିଲେ, ୨୦୧୫ରେ ଏମିତି ଏକ ଦଳ କ୍ଷମତାକୁ ଆସିଲା ଯାହାର ଲକ୍ଷ୍ୟ ସେବା ବଦଳରେ ରହିଲା କେବଳ ଲଢିବା । ଟ୍ରାନ୍ସଫର ପୋଷ୍ଟିଂ କରିବା ଅଧିକାର ହାସଲ କରିବା ଏଠାରେ ସମସ୍ୟା ନୁହେଁ, ନିଜ ବଙ୍ଗଳା ତିଆରି କରିବାରେ ଯେଉଁ ଭ୍ରଷ୍ଟାଚାର କରିଛ ତାହାକୁ ଲୁଚାଇବା ପାଇଁ ତାହାକୁ ଲୁଚାଇବା ପାଇଁ ସତର୍କତା ବିଭାଗ ଉପରେ ଯେପରି କବ୍ଜା କରିବାକୁ ଚାହୁଁଛ ସେହିଠାରେ ହିଁ ସମସ୍ୟା ରହିଛି ।
ଶାହ କହିଛନ୍ତି, ମୋର ସମସ୍ତ ପକ୍ଷରୁ ଅନୁରୋଧ, ବିଧେୟକ ବା ଆଇନ ଦେଶର ଭଲ ପାଇଁ ଆସିଥାଏ । ସେଥିପାଇଁ ଏହାର ବିରୋଧ ବା ସମର୍ଥନ ଦିଲ୍ଲୀର ଲାଭ ବା ବିକାଶ ପାଇଁ କରିବା ଉଚିତ । ତେଣୁ ମେଣ୍ଟ ଗଠନକୁ ଦୃଷ୍ଟିରେ ରଖି ଏହି ବିଲକୁ ସମର୍ଥନ ବା ବିରୋଧ କରିବା ଉଚିତ ନୁହେଁ ବୋଲି କହିଥିଲେ ଶାହ ।
Comments are closed.