Latest Odisha News

BREAKING NEWS

ରାଜଧାନୀରେ ପ୍ରବଳ ବର୍ଷା; ସ୍ଥିତି ଅସମ୍ଭାଳ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଲଗାଣ ବର୍ଷା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଦିନ ସକାଳେ ସହରରେ ପ୍ରବଳ ବର୍ଷା ଯୋଗୁ ସାରା ସହର ଜଳମଗ୍ନ ହୋଇପଡ଼ିଛି। ରାସ୍ତା ଜାମ୍‌। ଟ୍ରାଫିକ ବ୍ୟବସ୍ଥା ବ୍ୟାହତ ହୋଇଛି। ଘରୁ ବାହାରିବା ମୁସ୍‌କିଲ୍‌ ହୋଇପଡ଼ିଛି। ଭୀଷଣ ବୃଷ୍ଟିପାତର ପ୍ରଭାବ ଯୋଗୁ ସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟୟ ହୋଇଯାଇଛି।

ରାଜଧାନୀରେ ପ୍ରବଳ ବର୍ଷା ହେବା ନେଇ ମଧ୍ୟ ଆଇଏମ୍‌ଡି ପୂର୍ବନୂମାନ କରିଛି। ଗୁରୁବାର ସକାଳେ ନୂଆଦିଲ୍ଲୀର ଅନେକ ରାସ୍ତା ଜଳବନ୍ଦୀ ହୋଇ ରହିଥିଲା। ବହୁ ଅଞ୍ଚଳରେ ରାସ୍ତା ଜଳାର୍ଣ୍ଣବ ଯୋଗୁ ଟ୍ରାଫିକ୍ ବ୍ୟବସ୍ଥା ବିଗିହି ଯାଇଥିବା ଜଣାପଡ଼ିଛି।

Comments are closed.