Latest Odisha News

BREAKING NEWS

ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ; ଆଉ ୪ ଜଣଙ୍କୁ ଗିରଫ କଲା ଏନଆଇଏ

ନୂଆଦିଲ୍ଲୀ: ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା କମ୍ପ୍ଲେକ୍ସ ବାହାରେ ନଭେମ୍ବର ୧୦ ତାରିଖରେ ହୋଇଥିବା ଆଇଇଡି ବିସ୍ଫୋରଣର ତଦନ୍ତ ଜୋରଦାର ଚାଲିଛି। ଆତଙ୍କବାଦୀ ଆକ୍ରମଣର ଅପରାଧୀମାନଙ୍କୁ ଗୋଟିଏ ପରେ ଗୋଟିଏ ଗିରଫ କରାଯାଉଛି।

ଏନଆଇଏ ବିସ୍ଫୋରଣ ମାମଲାରେ ଆଉ ଚାରି ଜଣ ପ୍ରମୁଖ ଅଭିଯୁକ୍ତଙ୍କୁ ଗିରଫ କରିଛି। ଯାହା ଫଳରେ ଗିରଫଙ୍କ ସଂଖ୍ୟା ୬କୁ ପହଞ୍ଚିଛି। ଏନଆଇଏ ଏହି ଚାରି ଅଭିଯୁକ୍ତଙ୍କୁ ୧୦ ଦିନିଆ ହେପାଜତକୁ ନେଇଛି।

ଶ୍ରୀନଗରର ପଟିଆଲା ହାଉସ କୋର୍ଟରୁ ପ୍ରଡକ୍ସନ ଅର୍ଡର ଆଧାରରେ ଏଜେନ୍ସି ଏହି ଅଭିଯୁକ୍ତମାନଙ୍କୁ ହେପାଜତକୁ ନେଇଛି। ସେମାନଙ୍କ ମଧ୍ୟରେ ଜମ୍ମୁ-କାଶ୍ମୀର ଏବଂ ଲକ୍ଷ୍ନୌର ଚାରି ଜଣ ବ୍ୟକ୍ତି ଅଛନ୍ତି। ଯେଉଁମାନେ କି ଆକ୍ରମଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଅଭିଯୋଗ ହୋଇଛି।ପୂର୍ବରୁ କାର ମାଲିକ ଏବଂ ଅନ୍ୟ ୩ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ।

ଆଜି ଏନଆଇଏ ଦ୍ୱାରା ଗିରଫ ହୋଇଥିବା ଚାରି ଜଣ ଆତଙ୍କବାଦୀଙ୍କୁ ପୂର୍ବରୁ ଜମ୍ମୁ-କାଶ୍ମୀର ପୋଲିସ ଏବଂ ଫରିଦାବାଦ ପୋଲିସ ଗିରଫ କରିଥିଲା ଏବଂ ଏବେ ସେମାନଙ୍କୁ ଲାଲକିଲ୍ଲା ବିସ୍ଫୋରଣ ମାମଲାରେ ଗିରଫ କରାଯାଇଛି।

 

Comments are closed.