ନୂଆଦିଲ୍ଲୀ : ବିଷ ବଳୟରେ ଦିଲ୍ଲୀ । ପ୍ରଦୂଷଣର ମାତ୍ରା ଏତେ ବଢିଯାଇଛି ଯେ ନିଶ୍ବାସ ପ୍ରଶ୍ବାସ ନେବା ବି ଦିଲ୍ଲୀବାସୀଙ୍କ ପାଇଁ କଷ୍ଟକର ହୋଇପଡିଛି । ୪୦୦ ଅତିକ୍ରମ କରିଛି ଏୟାର କ୍ବାଲିଟି ଇଣ୍ଡେକ୍ସ । ପୁରା ବିପଦଜନକ ସ୍ଥିତିରେ ରହିଛି ଦିଲ୍ଲୀ ଏନସିଆର୍ । ଅତି ଜରୁରୀ ନଥିବା ନିର୍ମାଣ କାର୍ଯ୍ୟ ବନ୍ଦ ରଖିବା ସହ ସହର ମଧ୍ୟକୁ ପ୍ରବେଶ କରୁଥିବା ଟ୍ରକ ଗୁଡିକୁ ମଧ୍ୟ ନିଷେଧ କରାଯାଇଛି । ପ୍ରଦୂଷଣର ମାତ୍ରା ଏତେ ବଢିଯାଇଛି ଯେ ଦିଲ୍ଲୀର ସମସ୍ତ ସରକାରୀ ବିଦ୍ୟାଳୟ ଗୁଡିକୁ ଦୁଇ ଦିନ ପାଇଁ ବନ୍ଦ କରାଯାଇଛି ।
ଆଗକୁ ପିଲାମାନେ ଅନଲାଇନ୍ ରେ ପଢିବା ନେଇ ଯୋଜନା କରାଯାଉଛି । ସେପଟେ ବଢୁଥିବା ପ୍ରଦୂଷଣକୁ ରୋକିବା ପାଇଁ ବାୟୁ ଗୁଣବତ୍ତା ସ୍ଥିତିର ସମୀକ୍ଷା ପାଇଁ CAQM ପକ୍ଷରୁ ଏକ ବୈଠକ ମଧ୍ୟ ବସିଥିଲା । କିନ୍ତୁ ଥମିବାର ନାଁ ନେଉନି ପ୍ରଦୂଷଣର ମାତ୍ରା । ଦିନକୁ ଦିନ ବଢିଚାଲିଛି । ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଛି । ନଭେମ୍ବର ୨ ତାରିଖ ସକାଳୁ କ୍ରମାଗତ ଭାବରେ AQI ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ।
Comments are closed.