Latest Odisha News

BREAKING NEWS

ବିଷ ବଳୟରେ ଦିଲ୍ଲୀ : ୪୦୦ ଟପିଲା ଏକ୍ୟୁଆଇ , ଭାରୀ ଯାନ ଯାତାୟତ ଉପରେ କଟକଣା

ନୂଆଦିଲ୍ଲୀ : ବିଷ ବଳୟରେ ଦିଲ୍ଲୀ  । ପ୍ରଦୂଷଣର ମାତ୍ରା ଏତେ ବଢିଯାଇଛି ଯେ ନିଶ୍ବାସ ପ୍ରଶ୍ବାସ ନେବା ବି ଦିଲ୍ଲୀବାସୀଙ୍କ ପାଇଁ କଷ୍ଟକର ହୋଇପଡିଛି । ୪୦୦ ଅତିକ୍ରମ କରିଛି ଏୟାର କ୍ବାଲିଟି ଇଣ୍ଡେକ୍ସ  । ପୁରା ବିପଦଜନକ ସ୍ଥିତିରେ ରହିଛି ଦିଲ୍ଲୀ ଏନସିଆର୍  । ଅତି ଜରୁରୀ ନଥିବା ନିର୍ମାଣ କାର୍ଯ୍ୟ  ବନ୍ଦ ରଖିବା ସହ ସହର ମଧ୍ୟକୁ  ପ୍ରବେଶ କରୁଥିବା ଟ୍ରକ ଗୁଡିକୁ ମଧ୍ୟ ନିଷେଧ କରାଯାଇଛି । ପ୍ରଦୂଷଣର ମାତ୍ରା ଏତେ ବଢିଯାଇଛି ଯେ ଦିଲ୍ଲୀର ସମସ୍ତ ସରକାରୀ ବିଦ୍ୟାଳୟ ଗୁଡିକୁ ଦୁଇ ଦିନ ପାଇଁ ବନ୍ଦ କରାଯାଇଛି ।

ଆଗକୁ ପିଲାମାନେ ଅନଲାଇନ୍ ରେ ପଢିବା ନେଇ ଯୋଜନା କରାଯାଉଛି । ସେପଟେ  ବଢୁଥିବା ପ୍ରଦୂଷଣକୁ ରୋକିବା ପାଇଁ ବାୟୁ ଗୁଣବତ୍ତା ସ୍ଥିତିର ସମୀକ୍ଷା ପାଇଁ  CAQM ପକ୍ଷରୁ ଏକ ବୈଠକ ମଧ୍ୟ ବସିଥିଲା । କିନ୍ତୁ ଥମିବାର ନାଁ ନେଉନି ପ୍ରଦୂଷଣର ମାତ୍ରା । ଦିନକୁ ଦିନ ବଢିଚାଲିଛି । ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଛି । ନଭେମ୍ବର ୨ ତାରିଖ ସକାଳୁ  କ୍ରମାଗତ ଭାବରେ AQI  ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ।

Leave A Reply

Your email address will not be published.