ନୂଆଦିଲ୍ଲୀ: ଦିଲ୍ଲୀରେ ଜଳୁଛି ନାଗରିକତା ଆଇନ ନିଆଁ । ଉତ୍ତର ପୂର୍ବ ଦିଲ୍ଲରେ ସ୍ଥିତି ସାଂଘାତିକ ହେବାରେ ଲାଗିଛି । ସେଠାରେ ଏକ ମାସ ପାଇଁ ଦିଲ୍ଲୀ ସରକାର ୧୪୪ ଧାରା ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହାରି ଭିତରେ ଏଠାରେ ଆରମ୍ଭ ହୋଇଥିବା ହିଂସାରେ ଏବେ ୯ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ୧୩୫ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଖବର ସଂଗ୍ରହ ବେଳେ ଜଣେ ସାମ୍ବାଦିକଙ୍କୁ ମଧ୍ୟ ଗୁଳିମାଡ ହୋଇଥିବା ଜଣାପଡିଛି । ମୌଜପୁର ଏବଂ ବ୍ରହ୍ମପୁରୀ ଅଂଚଳରେ ବିକ୍ଷୋଭକାରୀମାନେ ପଥରମାଡ କରିଛନ୍ତି । ଗତକାଲି ୫ ଜଣଙ୍କ ଜୀବନ ଯାଇଥିବା ବେଳେ ଆଜି ଆଉ ୪ ଜଣଙ୍କ ମୃତ୍ୟୁ ହୋଇଛି ।
ଉତ୍ତର ପୂର୍ବ ଦିଲ୍ଲୀରେ ସ୍ଥିତି ସଂକଟାପନ୍ନ ରହିଛି । ସ୍ଥାନୀୟ ଅଚଂଳରେ ବ୍ୟାପକ ପୋଲିସ ମୁତୟନ କରାଯିବା ସହ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମଙ୍ଗଳବାର ସକାଳୁ ମୌଜପୁର, ଗୋକୁଳପୁରୀ ଅଂଚଳରେ ୫ଟି ବାଇକରେ ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ । ଏପରିକି ନିଆଁ ଲିଭାଉଥିବା ଅଗ୍ନିଶମ କର୍ମଚାରୀଙ୍କ ଉପରକୁ ମଧ୍ୟ ଆକ୍ରମଣ ହୋଇଥିଲା ।
ଅନ୍ୟପଟେ ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ରାଜଘାଟ ଗାନ୍ଧୀ ସମାଧି ସ୍ଥଳ ସମ୍ମୁଖରେ ବସି ଦିଲ୍ଲୀରେ ଶାନ୍ତି ବଜାୟ ରଖିବା ପାଇଁ ଜନତାଙ୍କୁ ନିବେଦନ କରିଛନ୍ତି । ଏହି ଅବସରରେ କେଜ୍ରିୱାଲଙ୍କ ସହ ଆମ୍ ଆଦମୀ ପାର୍ଟିର ବହୁ ନେତା ମଧ୍ୟ ସାମିଲ ହୋଇଥିଲେ ।
BREAKING NEWS
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ
Comments are closed.