Latest Odisha News

BREAKING NEWS

ମୁଁ ଯଦି ପଢ଼ି ପାରିଥାନ୍ତି; କାନ୍ଦି କାନ୍ଦି ସଂଘର୍ଷମୟ କାହାଣୀ ବଖାଣିଲେ ଡେଲିଭରି ବୟ…

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମଧ୍ୟ ବିଚଳିତ ହେଇଯିବେ। ଭାଇରାଲ ଭିଡିଓରେ ଜଣେ ଚାଇନିଜ୍ ଡେଲିଭରି ବୟ ନିଜର ଯନ୍ତ୍ରଣାଦାୟକ ଜୀବନ ବିଷୟରେ ବର୍ଣ୍ଣନା କରି ନିଜର ଅସପୂର୍ଣ୍ଣ ସ୍ୱପ୍ନ ଏବଂ କଷ୍ଟକର ପରିସ୍ଥିତି ବିଷୟରେ କହୁଛନ୍ତି।

https://www.instagram.com/p/DMfpKZANXxk/?img_index=1&igsh=MTl5M3Z2MGxkY2d1bg==

ଯଦି ସୁଯୋଗ ମିଳିଥାନ୍ତା ତେବେ ସେ ସ୍କୁଲ ନ ଛାଡ଼ି ପାଠ ପଢ଼ିଥାନ୍ତେ। ପାଠପଢ଼ା ଛାଡିବା ପରେ ତାଙ୍କ ଜୀବନ ଅତ୍ୟନ୍ତ କଷ୍ଟକର ହୋଇଯାଇଛି ଓ ସେ ପ୍ରତିଦିନ ୧୦ ଘଣ୍ଟା ଧରି ଡେଲିଭେରି କରୁଥିବା ସତ୍ୱେ ମଧ୍ୟ ସେ ଏପର୍ଯ୍ୟନ୍ତ ନିଜ ପାଇଁ କିମ୍ବା ତାଙ୍କ ପରିବାର ପାଇଁ ଏକ ସମ୍ମାନଜନକ ଜୀବନ ବଞ୍ଚି ପାରୁନାହାଁନ୍ତି ବୋଲି କହି ଭିଡିଓରେ କାନ୍ଦି ପକାଇଛନ୍ତି।

ସେ ଆହୁରି ମଧ୍ୟ କହିଥିଲେ ଯେ ଯେଉଁଦିନ ସେ ଖାଦ୍ୟ ନ ପହଞ୍ଚାଇ ପାରନ୍ତି ସେହିଦିନ ସେ ଭୋକିଲା ରହିଥାନ୍ତି। ଯଦି ପୂର୍ବରୁ ସେ ଶିକ୍ଷକ ମାନଙ୍କ କଥା ଶୁଣି ପାଠ ପଢ଼ିଥାନ୍ତେ ତାହେଲେ ସେ ନିଶ୍ଚିତ ଭାବରେ ଜୀବନରେ ଉନ୍ନତି କରିଥାନ୍ତେ। ଏଥିସହିତ ସେ ଏଥିପାଇଁ ଆଉ ଗୋଟେ ସୁଯୋଗ ଚାହୁଁଥିବା ନେଇ ମଧ୍ୟ ଭିଡିଓରେ କହିଛନ୍ତି। ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

 

Comments are closed.