ଭୁବନେଶ୍ବର : ମହଙ୍ଗା ପଡିଲା ମିଛ ଅପହରଣ ନାଟକ । ଶେଷରେ ପୋଲିସ ହାତରେ ଧରାପଡିବା ପରେ ଗିରଫ ହେଲା ନିଜକୁ ଡେଲିଭରୀ ବୟ କହୁଥିବା ପତିତପାବନ ଓରଫ ଚିକୁନ୍ । ଆଜି ପତିତପାବନକୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି । ପୋଲିସର ସୂଚନା ଅନୁସାରେ, ସେ ଡେଲିଭରି ବୟ ନଥିଲା । ସେହିପରି ଉଦ୍ଧାର ହୋଇଥିବା ଝିଅର ମଧ୍ୟ ବୟାନ ରେକର୍ଡ କରିଛି ପୋଲିସ । ସେ ନିଜ ଇଚ୍ଛାରେ ଯାଇଥିବା ପୋଲିସ ଆଗରେ କହିଛି । ମିଥ୍ୟା ଅପହରଣ ଡ୍ରାମା କଥାକୁ ପତିତପାବନ ମାନିଥିବା ବେଳେ, ସପ୍ତାହେ ପୂର୍ବରୁ ହୋଇଥିଲା ଅପହରଣ ନାଟକ ।
ଗତ ୧୧ ତାରିଖ ଦିନ ପତିତପାବନ ପତ୍ନୀକୁ ଭଏସ ମେସେଜ କରିଥିଲା । ଯେଉଁଥିରେ ତାଙ୍କୁ ଅପହରଣ କରାଯାଇଥିବା କଥା କହିଥିଲା । ଏନେଇ ପତ୍ନୀ ଅହଲ୍ୟା ଧଉଳି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଆରମ୍ଭ କରିଥିଲା ଖୋଳତାଡ । ଆଉ ଶେଷରେ ପୋଲିସ ଜାଣିବାକୁ ପାଇଥିଲା ପୂରା ଘଟଣାର କାହାଣୀ । ଅପହରଣ ନୁହେଁ ବରଂ ପତିତପାବନ ନିଜ ପ୍ରେମିକା ସହ ମଧ୍ୟପ୍ରଦେଶ ପଳାଇଥିବା ଜଣାପଡିଥିଲା । ଏହି କବର ଜଣାପଡିବା ପରେ ପୋଲିସ ମଧ୍ୟପ୍ରଦେଶରୁ ଉଭୟଙ୍କୁ ଠାବ କରିବାରେ ସଫଳ ହୋଇଥିଲା । ଉ ଆଜି ଉଭୟଙ୍କୁ ଭୁବନେଶ୍ବର ଆଣି ଆସିଥିଲା ।
Comments are closed.