Latest Odisha News

BREAKING NEWS

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ, ହାଇକୋର୍ଟରେ ଦାୟର ହେଲା ପିଟିସନ

କଟକ : ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ଖିଅ ପାଉନି ପୋଲିସ । ଘଟଣାକୁ ୧୫ ଦିନ ବିତିଥିବା ବେଳେ, ଅସଲ କାରଣ ଜାଣିପାରୁନି ପୋଲିସ । ଘଟଣାରେ ପତ୍ନୀ ବିଦ୍ୟାଭାରତୀଙ୍କୁ ଗିରଫ କରିବାକୁ ପରିବାର ଲୋକେ ଦେବି କରୁଛନ୍ତି । ଅନ୍ୟପଟେ ଏହି ଘଟଣାରେ ଡିଏଫଓ ଓ ରୋଷେୟାଙ୍କୁ କ୍ଲିନ୍ ଚିଟ୍ ଦେଇ ସାରିଲାଣି ପୋଲିସ । ଯାହାକୁ ନେଇ ପରିବାର ଲୋକେ ନିରାଶ ହୋଇଛନ୍ତି । ହେଲେ ଏହାରି ଭିତରେ ଆଜି ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ହାଇକୋର୍ଟରେ ପହଞ୍ଚିଛି ମାମଲା । ଘଟଣାର ସିବିଆଇ ତଦନ୍ତ ଦାବିରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଦାଖଲ ହୋଇଛି ପିଟିସନ୍ ।

ଏହା ଏକ ସମ୍ବେଦନଶୀଳ ମାମଲା ବୋଲି ପିଟିସନରେ ଦର୍ଶାଇଛି ଭାରତୀୟ ବିକାଶ ପରିଷଦ । ତେଣୁ ଏହାର ତଦନ୍ତ ସିବିଆଇକୁ ଦେବା ପାଇଁ ହାଇକୋର୍ଟରେ ଦାବି ହୋଇଛି । ସିବିଆଇ କିମ୍ବା ହାଇକୋର୍ଟଙ୍କ ତତ୍ବାବଧାନରେ ସ୍ବାଧୀନ କମିଟି ଦ୍ବାରା ଘଟଣାର ତଦନ୍ତ କରିବାକୁ ଦାବି ହୋଇଛି । ହାଇକୋର୍ଟରେ ଦାଖଲ ହୋଇଥିବା ରିଟ୍ ପିଟିସନରେ ୬ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି । କେନ୍ଦ୍ର ଗୃହ ସଚିବ, ରାଜ୍ୟ ମୁଖ୍ୟ ଶାସନ ସଚିବ, ରାଜ୍ୟ ଗୃହ ସଚିବ, ଡିଜିପି, ଗଜପତି ଏସ୍‌ପି ଓ ପାରଳାଖେମୁଣ୍ଡି ଆଇଆଇସିଙ୍କୁ ଏଥିରେ ପକ୍ଷଭୁକ୍ତ କରାଯାଇଛି । ସୌମ୍ୟଙ୍କ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ, ଡିଏଫଓ, ରୋଷେୟାଙ୍କ ବିରୋଧରେ ପରିବାର ଲୋକେ ଏତଲା ଦେଇଛନ୍ତି । ଏହି ୩ ଜଣଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରିବାକୁ ପରିବାର ଲୋକେ ଦାବି କରିଛନ୍ତି । ହେଲେ ପୋଲିସ ପ୍ରାଥମିକ ତଦନ୍ତ କରି ଡିଏଫଓ ଓ ରୋଷେୟାଙ୍କୁ ଘଟଣାରେ କ୍ଲିନ୍ ଚିଟ୍ ଦେଇଛି । ତେଣୁ ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି ସୌମ୍ୟଙ୍କ ପରିବାର ଲୋକ ।

Leave A Reply

Your email address will not be published.