Latest Odisha News

ରାଜଧାନୀକୁ ଆସୁ ହାଇକୋର୍ଟ – ଭୁବନେଶ୍ୱର ଓକିଲ ସଂଘ

ଭୁବନେଶ୍ୱର :  ଭୁବନେଶ୍ୱରକୁ ହାଇକୋର୍ଟ ସ୍ଥାନାନ୍ତର ଦାବି ନେଇ  ଭୁବନେଶ୍ୱର ଓକିଲମାନଙ୍କ ଦ୍ୱାରା ଆନ୍ଦୋଳନ କରାଯାଇଛି । କୋର୍ଟର ମୁଖ୍ୟ ଫାଟକ ନିକଟରେ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ପ୍ରତିବାଦ କରି ଓକିଲମାନେ ଧାରଣା ଦେଇଛନ୍ତି । ୨୦୧୩ ମସିହାରୁ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ପ୍ରତିମାସ ଶେଷ ଶୁକ୍ରବାର ଏଥି ପାଇଁ ଆନ୍ଦୋଳନ କରାଯାଉଛି । ଭୁବନେଶ୍ୱରରେ ହାଇକୋର୍ଟ ସ୍ଥାପନ ହେଲେ ବହୁ ଆଇନଜୀବୀ ଓ ଜନସାଧାରଣ ଉପକୃତ ହେବେ ବୋଲି କୁହାଯାଇଛି ।

ଏହି ଶାନ୍ତିପୂଣ୍ଣ ଧାରଣାରେ ବରିଷ୍ଠ ଆଇନଜୀବୀ ଶିବାନନ୍ଦ ରାୟ, ସଂଘର ସଭାପତି ରବି ନାରାୟଣ ସାମନ୍ତରାୟ, ଉପସଭାପତି ଅଭୁମନ୍ୟୁ ସ୍ୱାଇଁ, ସମ୍ପାଦକ ରାଜ୍ କିଶୋର ଦାସ, ଯୁଗ୍ମ ସମ୍ପାଦକ ଅଶୋକ ବଡ଼ପଣ୍ଡା, ସହ ସମ୍ପାଦକ ରାଜେନ୍ଦ୍ର କୁମାର ଦାସ, କୋଷାଧ୍ୟକ୍ଷ ଦିବାକର ମିଶ୍ର, ଚିତ୍ରସେନ ଶ୍ରୀଚନ୍ଦନ, କୁଳଦୀପ ରାଉତରାୟ, ଅନୋଜ କୁମାର ନାୟକ, ଶିଳଭଦ୍ର ଶାତ୍ସୀ, ଡ. ଲିଙ୍ଗରାଜ ସାହୁ, ଉପେନ୍ଦ୍ର ସାମନ୍ତରାୟ, ସରୋଜ ସାହୁ ଓ ଯୁବ ଆଇନଜୀବୀମାନେ ସାମିଲ ହୋଇଥିଲେ ।

Comments are closed.