ଯାଜପୁର: କୃଷକଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଯୁବ ଭାରତ କୃଷକ ସଙ୍ଗଠନ ପକ୍ଷରୁ ୧୨ଦଫା ଦାବି ନେଇ ଏକ ଦାବିପତ୍ର ଯାଜପୁର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି। ଚାଷୀଙ୍କ ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ବୃଦ୍ଧି, କୃଷକ ମାନଙ୍କୁ ଭତା, ସ୍ୱାସ୍ଥ୍ୟ ସୁବିଧା ସମେତ ଅନ୍ୟାନ୍ୟ ଦାବି ନେଇ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏହି ଦାବିପତ୍ର ଯାଜପୁର ଜିଲ୍ଲାପାଳ ଶୁଭଙ୍କର ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି।
ଯୁବ ଭାରତ କୃଷକ ସଂଗଠନ ପକ୍ଷରୁ ରାଜ୍ୟ ସଭାପତି ପ୍ରଭାକର ନାୟକଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ଯାଜପୁର ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚି ଜିଲ୍ଲା ପ୍ରଶାସନକୁ ଏହି ଦାବିପତ୍ର ପ୍ରଦାନ କରିଥିଲେ। ଏହି ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ଅବସରରେ ସଙ୍ଗଠନର ଜିଲ୍ଲା ସଭାପତି ରାଜ କିଶୋର ସାମଲ, ଉପଦେଷ୍ଠା କୁଳମଣି ଶୁକ୍ଳଙ୍କ ସମେତ ଶତାଧିକ କର୍ମୀ ଓ କୃଷକ ନେତା ସାମିଲ ହୋଇ ସେମାନଙ୍କ ଦାବି ଉପସ୍ଥାପନ କରିଥିଲେ।
Comments are closed.