Latest Odisha News

BREAKING NEWS

ଲଭ୍ ଜିହାଦ ଏବଂ ଦୁଷ୍କର୍ମ ମାମଲା: ଅଭିଯୁକ୍ତ ଘରେ ଚାଲିଲା ବୁଲଡୋଜର

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଫତେହପୁରରେ ଲଭ୍ ଜିହାଦ ଏବଂ ଦୁଷ୍କର୍ମ ଅଭିଯୋଗରେ ବଡ଼ କାର୍ଯ୍ୟାନୁଷ୍ଠାନ। ଅଭିଯୁକ୍ତ ସିକନ୍ଦରଙ୍କ ଘରେ ଚାଲିଲା ବୁଲଡୋଜର। ଅଭିଯୁକ୍ତ ବିରୋଧରେ ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ ଓ ହତ୍ୟା କରିଥିବା ଅଭିଯୋଗ ହୋଇଛି। ରାଧନଗର ଥାନା ଅଞ୍ଚଳର ଜଣେ ଯୁବତୀ ଜୁନ୍ ୨୩ ତାରିଖରେ ଫରିଦପୁରର ଏକ ବିବାହ ହଲରୁ ନିଖୋଜ ହୋଇଯାଇଥିଲେ। ଏହା ପରେ ସକାଳେ ତାଙ୍କୁ ଗୁରୁତର ଅବସ୍ଥାରେ ପାଇଥିଲେ। କିନ୍ତୁ କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ଘଟଣାରେ ପୋଲିସ ଦୁଷ୍କର୍ମ ଏବଂ ହତ୍ୟା ମାମଲା ରୁଜୁ କରିଥିଲା। ଏହି ମାମଲାରେ ଜ୍ୱାଲାଗଞ୍ଜର ସୋନୁ ଓରଫ ସିକନ୍ଦରଙ୍କୁ ଗିରଫ କରାଯାଇଥିଲା। ପରେ ସୋନୁଙ୍କ ଭାଇ ଓ ବାପାଙ୍କୁ ମଧ୍ୟ ଏହି ମାମଲାରେ ସହ ସମ୍ପୃକ୍ତ ଥିବା ନେଇ ସନ୍ଦେହ କରାଯାଇଥିଲା। ଏହି ଘଟଣାରେ ସୋମବାର ବାପା ଓ ଭାଇ ଆତ୍ମସମର୍ପଣ କରିଥିଲେ। ଏହା ପରେ ପ୍ରଶାସନିକ ଅଧିକାରୀମାନେ ମଙ୍ଗଳବାର ତାଙ୍କ ଘରେ ପହଞ୍ଚି ବୁଲଡୋଜର ସାହାଯ୍ୟରେ ଘରର ସାମ୍ନା ଅଂଶକୁ ଭାଙ୍ଗି ଦେଇଛନ୍ତି। ବର୍ତ୍ତମାନ ସୋନୁଙ୍କ ରିମାଣ୍ଡକୁ ନେଇ ବୁଧବାର ଶୁଣାଣି ହେବ।

ଜ୍ୱାଲାଗଞ୍ଜର ବାସିନ୍ଦା ସୋନୁ ଏକ ଟ୍ରାଭେଲ ଏଜେନ୍ସି ଚଳାନ୍ତି। ବର୍ତ୍ତମାନ ସେ ଦୁର୍ଷର୍ମ ମାମଲାରେ ଜେଲରେ ଅଛନ୍ତି। ଏହି ମାମଲାରେ ତାଙ୍କ ପିତା ଇସଲାମ ଏବଂ ଭାଇ ଆଲାଉଦ୍ଦିନ ମିଳିତ ଭାବେ ଅଭିଯୁକ୍ତ ହୋଇ ଜୁଲାଇ ୩ ରେ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି।

Comments are closed.