ନୂଆଦିଲ୍ଲୀ : ଆଜି ହେଉଛି ପବିତ୍ର ଦଶହରା । ସବୁଠି ଚାଲିଛି ଜଗତ ଜନନୀ ମା‘ ଦୁର୍ଗାଙ୍କ ଆରାଧାନା । କିନ୍ତୁ ଦେଶରେ ଏପରି ଏକ ସ୍ଥାନ ଅଛି ଯେଉଁଠି ଦଶହରାରେ ହୁଏ ରାବଣ ପୂଜା। ଯାହାକୁ ଆପଣମାନେ ଶୁଣିଲେ ହୁଏତ ଚକିତ ହୋଇପାରନ୍ତି । ଆପଣମାନେ ତ ସମସ୍ତ ଦେବା ଦେବୀ ପୂଜା ପାଉ ଥିବାର ନିଶ୍ଚୟ ଜାଣିଥିବେ କିନ୍ତୁ ଆପଣମାନେ କ‘ଣ ଜାଣିଛନ୍ତି ଶାରଦୀୟ ଦୁର୍ଗା ପୂଜା ଦଶହରାରେ ରାବଣ ପାଆନ୍ତି ପୂଜା ।
ଭାରତରେ ଏପରି ଏକ ସ୍ଥାନ ଅଛି ଯେଉଁଠି ରାବଣଙ୍କୁ ପୂଜା କରିବାର ପ୍ରଥା ରହିଛି । ପ୍ରତି ବର୍ଷ ଦଶହରାରେ ଏହି ମନ୍ଦିର ଖୋଲାଯାଇଥାଏ । ବହୁ ଦୂରାନ୍ତରୁ ଲୋକମାନେ ଆସି ଶ୍ରଦ୍ଧା ଏବଂ ଭକ୍ତି ସହକାରେ ରାବଣଙ୍କୁ ପୂଜା ମଧ୍ୟ କରିଥାନ୍ତି ।ତେବେ ସମଗ୍ର ଦେଶରେ ରାବଣଙ୍କର ପୁତ୍ତଳିକା ଜଳାଯାଉଥିବା ବେଳେ ଉତ୍ତରପ୍ରଦେଶର କାନପୁରରେ ବିଜୟାଦଶମୀ ଉପଲକ୍ଷେ ରାବଣଙ୍କର ପୂଜା କରାଯାଇଥାଏ । ପବିତ୍ର ବିଜୟାଦଶମୀ ଦିନ ଏହି ମନ୍ଦିରରେ ପୂରା ରୀତିନୀତି ଅନୂଯାୟୀ ରାବଣଙ୍କୁ କ୍ଷୀରରେ ଅଭିଷେକ କରି ଶୃଙ୍ଗାର କରାଯାଏ । ପରେ ରାବଣଙ୍କୁ ସ୍ମୃତି କରି ଆଳତି କରାଯାଇଥାଏ ।
ଏଥିସହ ଆଜି ମଧ୍ୟ ଏହି ମନ୍ଦିରରେ ଅଧିକ ଲୋକଙ୍କ ଭିଡ଼ ଲାଗିରହିଥିଲା । ତେବେ ଏଠାକାର ପୂଜକଙ୍କ କହିବା ଅନୂଯାୟୀ ରାବଣଙ୍କୁ ଯେବେ ପ୍ରଭୁ ରାମ ମାରିଥିଲେ କାଳଚକ୍ର ଯେଉଁ ରଚନା ସୃଷ୍ଟି କରିଥିଲା ତାହା ରାବଣକୁ ପୂଜା ପାଇବା ପାଇଁ ଯୋଗ୍ୟ କରିଥିଲା । ଏଥିସହ ପୂଜକ ଜଣକ ଏହା ମଧ୍ୟ କହିଥିଲେ ଯେତେବେଳେ ରାମ ଲକ୍ଷ୍ମଣଙ୍କୁ କହିଥିଲେ ରାବଣର ପାଦ ପାଖରେ ଠିଆ ହୋଇ ସମ୍ମାନପୂର୍ବକ ନୀତିଜ୍ଞାନର ଶିକ୍ଷା ଗ୍ରହଣ କରିବା ପାଇଁ ସେତେବେଳେ ରାବଣ ପୂଜାର ଯୋଗ୍ୟ ହୋଇଥିଲେ। କାରଣ ଏହି ଧରାପଷ୍ଠରେ ରାବଣଙ୍କ ଠାରୁ କେହି ଜ୍ଞାନୀ ଜନ୍ମ ହୋଇନାହାଁନ୍ତି । ତେବେ ଏହି କଥାକୁ ଆଧାର କରି କାନପୁରରେ ରାବଣଙ୍କୁ ପୂଜା କରିବାର ବିଧି ରହିଛି ।
Comments are closed.