Latest Odisha News

ଡେଙ୍ଗୁ ହଟସ୍ପଟ ସୁନ୍ଦରଗଡ, ରାଜ୍ୟରେ ୨୭ଶହ ପାର୍

ଭୁବନେଶ୍ବର: ରାଜ୍ୟରେ ଏବେ ଡେଙ୍ଗୁ ଉପରମୁହାଁ । ୨୭ଶହ ପାର୍ କଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ସେପଟେ ରାଜଧାନୀରେ ଡେଙ୍ଗୁ ରୋଗୀ ୫୦୦ରୁ ଅଧିକ ଚିହ୍ନଟ ହୋଇଥିବା ବେଳେ ସବୁଠୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ସୁନ୍ଦରଗଡରେ ।

ଏନେଇ ସୂଚନା ଦେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୭୦ ହଜାର ଟେଷ୍ଟିଂ ସରିଥିବା ବେଳେ ଏହା ମଧ୍ୟରୁ  ୨୭୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରେ ସୁନ୍ଦରଗଡ଼ରୁ ସର୍ବାଧିକ ୮୬୫ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୮୩୭ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । କେବଳ ଭୁବନେଶ୍ବରରୁ ୫୦୦ରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

Comments are closed.