Latest Odisha News

ଗଜପତି କାଶୀନଗର ବ୍ଲକରେ ଆତଙ୍କ ଖେଳାଉଛି ଡେଙ୍ଗୁ: ୮ ଦିନରେ ୨୭ ପଜିଟିଭ୍

ପାରଳାଖେମୁଣ୍ଡି: ଥମୁନି ଡେଙ୍ଗୁ ଆତଙ୍କ  । ଗଜପତି ଜିଲ୍ଲା କାଶୀନଗର ବ୍ଲକ୍‌ରେ ଡେଙ୍ଗୁ ଜ୍ବର ଆତଙ୍କ ଦେଖିବାକୁ ମିଳିଛି ।  ଗତ ୧୪ ତାରିଖରୁ ଆଜି ସୁଦ୍ଧା ୮ ଦିନ ଭିତରେ ୨୭ ଜଣ ଡେଙ୍ଗୁ ଜ୍ବର ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକି ସ୍ବାସ୍ଥ୍ୟ ବିଭାଗର ଚିନ୍ତାକୁ ଦ୍ବିଗୁଣିତ କରିଛି  ।  ‌ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏଯାବତ୍ ଗାଁରେ  ୫୩ ଜଣ ଡେଙ୍ଗୁ ଜ୍ବରରେ ଆକ୍ରାନ୍ତ ହୋଇସାରିଲେଣି।

ଗଜପତି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ ଏଯାବତ୍ ୨୭ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଅଧିକ ପରୀକ୍ଷଣ ପାଇଁ ନମୁନା ଭୁବନେଶ୍ବର କୁ ପଠାଯାଇଛି। ସେହିପରି ଜ୍ବରରେ ଆକ୍ରାନ୍ତ ଥିବା ଲୋକଙ୍କୁ ଆବଶ୍ୟକ ଔଷଧ ପ୍ରଦାନ ସାଙ୍ଗକୁ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି  ।  ଏହାସହ ପୁରା ଗାଁରେ ମଶା ଧୂଆଁ ଛଡ଼ାଯିବା ସହ ପାଣି ଜମି ରହିଥିବା ସ୍ଥାନକୁ ସଫା କରାଯାଉଛି  ।  ଡେଙ୍ଗୁ ଲାର୍ଭା ଖୋଜି ନଷ୍ଟ କରାଯାଉଛି  ।

ବର୍ତ୍ତମାନ ସୁଦ୍ଧା ଗଜପତି ଜିଲ୍ଲାରୁ ମୋଟ ୪୧ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଛନ୍ତି। ଏମାନଙ୍କ ମଧ୍ୟରୁ ଗୁମ୍ମା ବ୍ଲକ୍‌ରୁ ୩ଜଣ, ମୋହନାରୁ ୫ ଜଣ, କାଶୀନଗର ବ୍ଲକ୍‌ରୁ ୩୨ ଜଣ ଏବଂ ପାରଳାଖେମୁଣ୍ଡିରୁ ଜଣେ ଆକ୍ରାନ୍ତ ରହିଥିବା ସୂଚନା ମିଳିଛି  । ଆଉ ଜଣେ ରୋଗୀ ରାଜ୍ୟ ବାହାରୁ ଆସିଥିବା ଜଣାପଡିଛି ।

Comments are closed.