Latest Odisha News

BREAKING NEWS

ଟିକେଟ୍ ନ ମିଳିବାରୁ ବିଜେପି ଛାଡିଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦିଶ ଶେତ୍ତାର

ବେଙ୍ଗାଲୁରୁ: ନିର୍ବାଚନ ଲଢିବାକୁ ଟିକେଟ୍ ନ ମିଳିବାରୁ କର୍ଣ୍ଣାଟକରେ ବିଜେପି ଛାଡ଼ୁଛନ୍ତି ଜଣଙ୍କ ପରେ ଜଣେ ବରିଷ୍ଠ ନେତା। ଗତ ଏପ୍ରିଲ ୧୨ ତାରିଖରେ କର୍ଣ୍ଣାଟକର ପୂର୍ବତନ ଉପୁମୁଖ୍ୟମନ୍ତ୍ରୀ ଥିବା ଲକ୍ଷ୍ମଣ ସାବଦୀ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ। ଆଉ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଜଗଦିଶ ଶେତ୍ତାର ମଧ୍ୟ ବିଜେପିରୁ ଇସ୍ତଫା ଘୋଷଣା କରିଛନ୍ତି। ଦଳ ତାଙ୍କୁ ଅପମାନିତ କରିଛି ବୋଲି ଅଭିଯୋଗ କରି ରବିବାର ନିଜର ଇସ୍ତଫା ଘୋଷଣା କରିଛନ୍ତି ଜଗଦିଶ।

BjdElectrycity

ମେ ୧୦ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ଜଗଦିଶଙ୍କୁ ଟିକେଟ୍ ଦିଆଯାଇ ନାହିଁ। ତେଣୁ ସେ ଆଜି ଦଳରୁ ଇସ୍ତଫା ଦେବା ସହ ବିଧାୟକ ପଦରୁ ବି ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି। ଏଥିସହିତ ଆସନ୍ତା ନିର୍ବାଚନ ଲଢ଼ିବେ ନିଶ୍ଚୟ ଲଢ଼ିବେ ବୋଲି ଘୋଷଣା କରିଚନ୍ତି ୬୭ ବର୍ଷୀୟ ଜଗଦିଶ ଶେତ୍ତାର। ତେବେ ସେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ ନାଁ କେଉଁ ଦଳରେ ଯୋଗ ଦେବେ ସେ ନେଇ ସୂଚନା ଦେଇ ନାହାନ୍ତି।

ସୂଚନା ଥାଉକି ରାଜ୍ୟରେ କଂଗ୍ରେସ ସରକାର ଥିବା ବେଳେ ଜଗଦିଶ ସେତ୍ତାର ବିରୋଧୀ ଦଳର ନେତା ଭାବେ ଭୂମିକା ନିର୍ବାହ କରିଥିଲେ। ପରେ ସେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ବି ହୋଇଥିଲେ। ବିଜେପି ପାଇଁ ତାଙ୍କର ଯୋଗଦାନକୁ ନେଇ ଶେତ୍ତାର କହିଛନ୍ତି “ ମୋତେ ଯେଉଁଭଳି ଭାବେ ଅପମାନିତ କରାଗଲା ଏଥିରେ ମୁଁ ମର୍ମାହତ ହୋଇଛି। ତେଣୁ ଭାବିଲି ଯେ ମୁଁ ତାଙ୍କୁ ଚ୍ୟାଲେଞ୍ଜ କରିବି। ତେଣୁ ମୁଁ  ନିର୍ବାଚନରେ ଲଢିବି ବୋଲି ନିଷ୍ପତ୍ତି ନେଇଛି। ମୁଁ ସିର୍ସି ଯାଇ ବିଧାନସଭାରୁ(ବାଚସ୍ପତି ଭାବେ ଦାୟିତ୍ୱ ତୁଲାଉଥିଲେ) ଇସ୍ତଫାପତ୍ର ଦେବି। ତତ୍‌ ସହିତ ଦଳରୁ ବି ଇସ୍ତଫା ଦେବି ଯେଉଁ ଦଳକୁ ରାଜ୍ୟରେ ମୁଁ ଗଠନ କରିଥିଲି।”

ଲକ୍ଷ୍ଣଣ ସାବଦୀଙ୍କ ଭଳି ଶେତ୍ତାର ବି ଜଣେ ଟାଣୁଆ ଲିଙ୍ଗାୟତ ନେତା। ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି ବୋଲି ସେ ଦାବି କରିଛନ୍ତି। ସୂଚନା ଥାଉକି ଏହା ପୂର୍ବରୁ ଲକ୍ଷ୍ମଣ ସାବଦୀ ମଧ୍ୟ ଟିକେଟ୍ ନମିଳିବାରୁ ସେ ବିଜେପିରୁ ଇସ୍ତଫା ଦେଇ କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସ ମଧ୍ୟ ତାଙ୍କୁ ତାଙ୍କ ନିର୍ବାଚନ ମଣ୍ଡଳୀ ଅଥାନୀରୁ ନିର୍ବାଚନ ଲଢ଼ିବାକୁ ଟିକେଟ୍ ଦେଇଛି।

Leave A Reply

Your email address will not be published.