ଭୁବନେଶ୍ୱର: ଘନ କୁହୁଡ଼ି ପାଇଁ ରାଜଧାନୀରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏପରିକି ଦୃଶ୍ୟମାନତା ହ୍ରାସ ପାଇବା ଯୋଗୁଁ ବିମାନ ଉଡାଣ ଏବଂ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି।
ସୂଚନା ଅନୁସାରେ, ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘନ କୁହୁଡ଼ି ଯୋଗୁଁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସକାଳେ ଭୁବନେଶ୍ୱରର ବିମାନବନ୍ଦରରେ କୁହୁଡ଼ି ପାଇଁ ଦୃଶ୍ୟମାନତା ପ୍ରାୟ ୨୦୦ ମିଟରକୁ ହ୍ରାସ ପାଇଥିଲା।
ଦୁର୍ବଳ ଦୃଶ୍ୟମାନତା ଯୋଗୁଁ ୧୦ରୁ ଅଧିକ ବିମାନ ଉଡାଣ ବିଳମ୍ବ ହୋଇଛି। ଯାହା ଫଳରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ବିମାନବନ୍ଦର ପରିସରରେ ଭିଡ଼ ଜମିଛି।
କିଛି ଉଡ଼ାଣ ପୁନଃନିର୍ଦ୍ଧାରିତ ହୋଇଥିବା ନେଇ ଜଣାପଡ଼ିଥିଲା ବେଳେ ଏପର୍ଯ୍ୟନ୍ତ କୌଣସି ବିମାନ ବାତିଲ୍ ହୋଇନାହିଁ। ତେବେ ଗୌହାଟି, ମୁମ୍ବାଇ, ଦିଲ୍ଲୀ ଏବଂ ପ୍ରୟାଗରାଜକୁ ଉଡ଼ାଣ ବିଳମ୍ୱ ହୋଇଛି।
ଉଲ୍ଲେଖଯୋଗ୍ୟ, ରନୱେ ଦୃଶ୍ୟମାନତା ସର୍ବନିମ୍ନ ସୀମା ତଳକୁ ଖସିଯିବାରୁ ବିମାନବନ୍ଦରରେ ଅତି କମରେ ତିନୋଟି ଉଡ଼ାଣ ବାତିଲ କରାଯାଇଥିଲା। ଅନ୍ୟ ପାଞ୍ଚଟି ଉଡ଼ାଣ ବିଳମ୍ବିତ ହୋଇଥିଲା। ସେହିପରି ଶନିବାର, ଗୋଆ, କୋଲକାତା, ଗୌହାଟି, ଉତକେଲା, ଜୟପୁର, ଦିଲ୍ଲୀ, ହାଇଦ୍ରାବାଦ ଏବଂ ଚେନ୍ନାଇ ସମେତ ଗନ୍ତବ୍ୟସ୍ଥଳକୁ ଯାଉଥିବା ଉଡ଼ାଣଗୁଡ଼ିକ ୨ ରୁ ୨.୫ ଘଣ୍ଟା ପର୍ଯ୍ୟନ୍ତ ବିଳମ୍ବର ସମ୍ମୁଖୀନ ହୋଇଥିଲେ।
Comments are closed.