Latest Odisha News

BREAKING NEWS

ଟ୍ୱିନ୍‌ସିଟିରେ ଘନ କୁହୁଡ଼ିର ଆସ୍ତରଣ; ଯାତାୟାତ ପ୍ରଭାବିତ

ଭୁବନେଶ୍ୱର: ଆଜି ସକାଳୁ ସକାଳୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ଦେଖା ଦେଇଛି ଘନ କୁହୁଡ଼ିର ଆସ୍ତରଣ । ଧଳାଚଦର ତଳେ ଘୋଡେଇ ହୋଇ ଯାଇଛି ରାଜଧାନୀ ଭୁବନେଶ୍ବର ଓ କଟକ। ପ୍ରାୟ ୫୦ ମିଟର ଦ୍ୱରରୁ ଅସ୍ପଷ୍ଟ ଦେଖାଯାଉଛି ରାସ୍ତା ଘାଟ । ଏଥିପାଇଁ ଗାଡ଼ି ଚଳାଚଳରେ ବାଧା ମଧ୍ୟ ସୃଷ୍ଟି ହୋଇଛି ।

ବିଗତ କିଛି ଦିନ ହେବ କୁହୁଡ଼ିର ପ୍ରଭାବ ଦେଖା ଯାଉନଥିବା ବେଳେ ଆଜି ପୁଣି ଥରେ ଘନ କୁହୁଡ଼ିର ଆସ୍ତରଣ ତଳେ ଘୋଡେଇ ହୋଇ ଯାଇଛି ଟ୍ଵିନ ସିଟି ସମେତ ରାଜ୍ୟରେ ଅନେକ ସ୍ଥାନ।

ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଧା, କଟକ, ଜଗତସିଂହପୁର, ‌କେନ୍ଦ୍ରାପଡ଼ା, ଯାଜପୁର ଭଦ୍ରକ, କନ୍ଧମାଳ, ବୌଦ୍ଧ, ନୟାଗଡ଼, ଖୋ‌ର୍ଧା, କଟକ, ଅନୁଗୁଳ, ଢେଙ୍କାନାଳ ଓ ଜଗତସିଂହପୁର ଆଦି ଜିଲ୍ଲାରେ ମଧ୍ୟ ଘନକୁହୁଡ଼ି ଦେଖିବାକୁ ମିଳିଛି। ଏଣୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Comments are closed.