Latest Odisha News

BREAKING NEWS

ଜାନୁଆରୀ ୨ଯାଏଁ କଲବଲ କରିବ ଘନ କୁହୁଡି…

ଭୁବନେଶ୍ୱର: ଓଡ଼ିଶାରେ ପ୍ରବଳ ଶୀତ ଲହରୀ ଜାରି ରହିଛି। ଆଗାମୀ ପାଞ୍ଚ ଦିନ ମଧ୍ୟରେ ରାଜ୍ୟର ଅନେକ ଅଂଶରେ ଘନ କୁହୁଡ଼ି ଆଚ୍ଛାଦିତ ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆକଳନ କରିଛି।

ଆଇଏମଡି ଅନୁଯାୟୀ, ଆଗାମୀ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଲହରୀ ପରିସ୍ଥିତି ଜାରି ରହିବ। ଆଗାମୀ ତିନି ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବାର ଆଶା ନାହିଁ। ଯଦିଓ ତିନି ଦିନ ପରେ ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରାରେ ଧୀରେ ଧୀରେ ଦୁଇରୁ ତିନି ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବାର ସମ୍ଭାବନା ଅଛି।

ଅପରପକ୍ଷରେ ପାଣିପାଗ ସଂସ୍ଥା ଜାନୁଆରୀ ୨ ସକାଳ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ଘନ କୁହୁଡ଼ି ସତର୍କତା ଜାରି କରିଛି। ଏହି ସମୟ ମଧ୍ୟରେ ଅନେକ ଜିଲ୍ଲା ପାଇଁ ଘନ କୁହୁଡ଼ି ନେଇ ହଳଦିଆ ଚେତାବନୀ ଜାରି କରାଯାଇଛି।

ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ ଏବଂ ନୟାଗଡ ଜିଲ୍ଲାର କିଛି ସ୍ଥାନରେ ସୋମବାର ସକାଳେ ଘନ କୁହୁଡ଼ି ହେବାର ସମ୍ଭାବନା ଅଛି। ସେହିପରି ଡିସେମ୍ବର ୩୦ ସକାଳ ସୁଦ୍ଧା ଭଦ୍ରକ, ବାଲେଶ୍ୱର, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ ଏବଂ ନୟାଗଡ଼ ଜିଲ୍ଲାର କିଛି କିଛି ସ୍ଥାନରେ ମଧ୍ୟ ଘନ କୁହୁଡ଼ି ହୋଇପାରେ।

Comments are closed.