ଭୁବନେଶ୍ୱର: ଜାନୁଆରୀ ୬ ଯାଏଁ ଓଡ଼ିଶାର କିଛି ସ୍ଥାନରେ ଘନରୁ ଅତି ଘନ କୁହୁଡ଼ି ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)।
ପାଣିପାଗ ସଂସ୍ଥା ଅରେଞ୍ଜ ଏବଂ ହଳଦିଆ ସତର୍କତା ଜାରି କରିଛି। ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ନୟାଗଡ଼, ଯାଜପୁର, କଟକ ଏବଂ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଜାନୁଆରୀ ୨ ସକାଳ ପର୍ଯ୍ୟନ୍ତ ଘନ କୁହୁଡ଼ି ହୋଇପାରେ। କନ୍ଧମାଳ, ଗଜପତି, ଗଞ୍ଜାମ, ସମ୍ବଲପୁର, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଏବଂ ସୁନ୍ଦରଗଡ଼ରେ ମଧ୍ୟ ଘନ କୁହୁଡ଼ି ହେବାର ସମ୍ଭାବନା ଅଛି।
ଝାରସୁଗୁଡା, ଦେଓଗଡ, କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ ମଧ୍ୟ ଘନ କୁହୁଡ଼ି ହୋଇପାରେ। ରାୟଗଡା, କୋରାପୁଟ, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ନୟାଗଡ଼, ଯାଜପୁର, ଖୋର୍ଦ୍ଧା, କନ୍ଧମାଳ, ଗଜପତି, ଗଞ୍ଜାମ, କଟକ, ସମ୍ବଲପୁର, କେନ୍ଦୁଝର, ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ ଆଦିରେ ଘନ କୁହୁଡ଼ି ହେବାର ସମ୍ଭାବନା ଅଛି।
ଜାନୁଆରୀ ୩ ସକାଳ ପର୍ଯ୍ୟନ୍ତ ଜଗତସିଂହପୁର ଜିଲ୍ଲା ପାଇଁ ଅତ୍ୟଧିକ ଘନ କୁହୁଡି ଚେତାବନୀ ଜାରି ରହିଛି | ପୁରୀ, କେନ୍ଦ୍ରାପଡା, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ବର, କଟକ, ନୟାଗଡ଼, ଖୋର୍ଦ୍ଧା, ଗଜପତି, ଗଞ୍ଜାମ, ସୁନ୍ଦରଗଡ ଏବଂ କନ୍ଧମାଳ ଜିଲ୍ଲାରେ ଘନ କୁହୁଡି ମଧ୍ୟ ଦେଖାଦେଇପାରେ।
କୋରାପୁଟ, ରାୟଗଡା, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ବର, କଟକ, ନୟାଗଡ଼, ଖୋର୍ଦ୍ଧା, ଗଜପତି, ଗଞ୍ଜାମ, ସୁନ୍ଦରଗଡ ଏବଂ କନ୍ଧମାଳର କିଛି ସ୍ଥାନରେ ମଧ୍ୟମ କୁହୁଡ଼ି ହେବାର ସମ୍ଭାବନା ରହିଛି।
ପରବର୍ତ୍ତୀ ସମୟରେ ଜାନୁୟାରୀ ୪ ସକାଳ ପର୍ଯ୍ୟନ୍ତ ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଏବଂ କଟକ ଜିଲ୍ଲାରେ ଅତ୍ୟଧିକ ଘନ କୁହୁଡ଼ି ହୋଇପାରେ। କେନ୍ଦ୍ରାପଡା, ଢେଙ୍କାନାଳ, ଯାଜପୁର, ନୟାଗଡ଼, କନ୍ଧମାଳ ଏବଂ ସୁନ୍ଦରଗଡରେ ଘନ କୁହୁଡ଼ି ସମ୍ଭାବନା ରହିଛି।
ଜାନୁଆରୀ ୭ ସକାଳ ପର୍ଯ୍ୟନ୍ତ କେନ୍ଦ୍ରାପଡା, କଟକ, ଯାଜପୁର, ପୁରୀ ଏବଂ ଜଗତସିଂହପୁରରେ ଘନ କୁହୁଡି ଚେତାବନୀ ଜାରି ହୋଇଛି। ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, ନୟାଗଡ଼, କନ୍ଧମାଳ, ଗଞ୍ଜାମ, ଗଜପତି, ସୁନ୍ଦରଗଡ, ଖୋର୍ଦ୍ଧା ଏବଂ ସୁନ୍ଦରଗଡରେ ଘନ କୁହୁଡ଼ି ମଧ୍ୟ ହୋଇପାରେ।
ଆଗାମୀ ୩ ଦିନ ମଧ୍ୟରେ ରାତିର ତାପମାତ୍ରା ୨-୩ ଡିଗ୍ରୀ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ପରେ ପାରଦ ସ୍ତର ସମଗ୍ର ରାଜ୍ୟରେ ୨-୪ ଡିଗ୍ରୀ ହ୍ରାସ ହେବାର ସମ୍ଭାବନା ରହିଛି।