Latest Odisha News

BREAKING NEWS

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଓଡ଼ିଶାର ଦେଓମାଳି 

କୋରାପୁଟ: ସବୁଜିମା ଏବଂ ସୌନ୍ଦର୍ଯ୍ୟରେ ଭରି ରହିଛି ଆମ ଓଡ଼ିଶା । ଓଡିଶାର ଉଚ୍ଚତମ ପର୍ବତଶୃଙ୍ଗ ଦେଓମାଳି । ଚନ୍ଦ୍ରଗିରି-ପଟ୍ଟାଙ୍ଗୀ ପର୍ବତମାଳା ଅନ୍ତର୍ଗତ ଦେଓମାଳୀ ପର୍ବତ ଓଡ଼ିଶାର ଉଚ୍ଚତମ ଗିରିଶୃଙ୍ଗ ସାଜିଛି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ । ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଦେଓମାଳିକୁ ଉପଭୋଗ କରିବା ପାଇଁ ବହୁ ଦୂରଦୂରାନ୍ତରୁ ଛୁଟୁଛି ପର୍ଯ୍ୟଟକଙ୍କ ଭିଡ଼ ।

କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଲକ୍ ଅନ୍ତର୍ଗତ କଟିଆ ଗ୍ରାମ ପଞ୍ଚାୟତର ଦୁଧାରି ଗ୍ରାମ ନିକଟରେ ଅବସ୍ଥିତ ଦେଓମାଳି ପର୍ବତମାଳା। ଚନ୍ଦ୍ରଗିରି-ପଟାଙ୍ଗି ପର୍ବତମାଳା ଅନ୍ତର୍ଗତ ଏହି ଦେଓମାଳି ପର୍ବତମାଳା ଓଡ଼ିଶାର ସବୁଠାରୁ ଉଚ୍ଚ ଗିରିଶୃଙ୍ଗ ମଧ୍ୟ। ତେବେ ଏଠାରେ ପର୍ଯ୍ୟଟକମାନେ ବଣଭୋଜି, ପର୍ବତାରୋହଣ ଓ ଟ୍ରେକିଂ ଆଦିର ଆନନ୍ଦ ଉଠାଇପାରିବେ।

ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ନିଆରା । ପର୍ବତ ତଳେ ରହିଥିବା ଛୋଟ ଛୋଟ ଆଦିବାସୀ ଗାଁ ଓ ଏହାର ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିଥାଏ । ଦେଓମାଳି ପର୍ବତର ଶିଖର କୁ ବାଦଲ ଛୁଇଁ ଯାଉଥିବା ଦୃଶ୍ୟ ଦେଖିଲେ ଆଖି ଫେରେଇ ହୁଏନା । ଏପରି ସୌନ୍ଦର୍ଯ୍ୟ ପୂର୍ଣ୍ଣ ଦେଓମାଳିକୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି ।

ସବୁଜିମାରେ ଭରପୂର ଏହି ସ୍ଥାନରେ ନଦୀ, ନାଳ ତଥା ଗଭୀର ଘାଟି ମଧ୍ୟ ଦେଖିବାକୁ ମିଳେ। ଏହି ପର୍ବତର ଉଚ୍ଚତା ୧୬୭୨ ମିଟର ରହିଛି। ତେବେ ପର୍ବତ ଉପରେ ରହିଛି ଛଅଟି ଶିଖର ଦୃଶ୍ୟ। ଏହିଠାରୁ ପର୍ଯ୍ୟଟକମାନେ ଦେଓମାଳିର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ।

Leave A Reply

Your email address will not be published.