Latest Odisha News

BREAKING NEWS

ପରିତ୍ୟକ୍ତ ପାଚେରୀର ମୂଲ୍ୟ ୪୧ ଲକ୍ଷ, ଗ୍ରାହକ ତଟସ୍ତ

ୱାଶିଂଟନ: ଆମେ ଦୁନିଆର କେଉଁଠାରେ ରହିଥାଉ ନା କାହିଁକି, ସମସ୍ତେ ସର୍ବଦା ଭଲ ସ୍ଥାନରେ ଘର ଖଣ୍ଡିଏ କରିବାକୁ ଇଛା କରିଥାନ୍ତି । କିଛି ଲୋକ ସେମାନଙ୍କ ବଜେଟ୍ ଅନୁଯାୟୀ ସମ୍ପତ୍ତି କ୍ରୟ କରିଥାନ୍ତି । କିନ୍ତୁ ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ସହରର ଏମିତି ଅଞ୍ଚଳରେ ସମ୍ପତ୍ତି କିଣିବାକୁ ଚାହାଁନ୍ତି, ଯାହାଦ୍ୱାରା୍ ସେମାନେ ଏହାକୁ ଅନ୍ୟମାନଙ୍କ ସାମ୍ନାରେ ଚିତ୍ରଣ କରିପାରିବେ । ଏବେ ଏହିପରି ଲୋକଙ୍କ ପାଇଁ ଆମେରିକାର ଏକ ଅତି ସୁନ୍ଦର ଅଞ୍ଚଳରେ କେବଳ ଗୋଟିଏ ପାଚେରୀ ବିକ୍ରି ହେଉଛି, ଯାହାର ଦାମ୍ ଶୁଣିଲେ ଆପଣଙ୍କ ହୋସ ଉଡ଼ିଯିବ ।

ଏହି ପାଚେରୀ ଆମେରିକାର ରାଜଧାନୀ ୱାଶିଂଟନ୍‌ର ଜର୍ଜେ ଟାଉନ୍‌ରେ ରହିଛି । ଏଠାରେ ହାରାହାରି ସମ୍ପତ୍ତିର ମୂଲ୍ୟ ୧୩ କୋଟି ୨୪ ଲକ୍ଷ ଟଙ୍କାରୁ କମ୍ ନୁହେଁ । କିନ୍ତୁ ସେଠାରେ ଏକ ଜାଗା ମାତ୍ର ୫୦,୦୦୦ ଡଲାର ଅର୍ଥାତ୍ ୪୧ ଲକ୍ଷ ଟଙ୍କାରେ ବିକ୍ରି କରିବା ଆଶ୍ଚର୍ଯ୍ୟଜନକ ଅଟେ । ଯେତେବେଳେ ଲୋକମାନେ ଏହାର ମୂଲ୍ୟ ଶୁଣିଲେ, ତୁରନ୍ତ ଏହି ସମ୍ପତ୍ତି କିଣିବାକୁ ଆଗେଇ ଆସିଲେ । ଯେତେବେଳେ ସେମାନେ ଜାଗା ପାଖରେ ପହଞ୍ôଚଲେ ସେଠାରେ ଜାଗା ବଦଳରେ ଥିଲା କେବଳ ଏକ ଭଙ୍ଗା ପାଚେରିର କାନ୍ଥ । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ ।

ଏହି ପରିତ୍ୟକ୍ତ ପାଚେରୀ ୱାଲ୍ କେଲର୍ ୱିଲିୟମ୍ସ କ୍ୟାପିଟାଲ୍ ପ୍ରପର୍ଟିଜ୍ ଦ୍ୱାରା ବିକ୍ରୟ ପାଇଁ ରଖାଯାଇଛି । ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଫଟୋରେ ଏକ ପୁରୁଣା ଘର ଏବଂ ଏହା ନିକଟରେ ଥିବା ସ୍ଥାନ ସମ୍ପତ୍ତି ଥିବା ଦେଖିବାକୁ ମିଳିଛି । ଯେତେବେଳେ ଲୋକମାନେ ଏହି ଫଟୋ ଦେଖିଲେ ଯେ କୋଟି କୋଟିରେ ବିକ୍ରି ହୋଇଥିବା ବଙ୍ଗଳା ମଧ୍ୟରେ, ସମ୍ପତ୍ତିର ମୂଲ୍ୟ ମାତ୍ର ୪୧ ଲକ୍ଷ, ସେତେବେଳେ ଅନେକ ଲୋକ ଏହାକୁ କିଣିବାକୁ ଆଗ୍ରହ ଦେଖାଇଲେ । ଯେତେବେଳେ ଲୋକେ ସ୍ପଷ୍ଟକୁ ଗଲେ ତାହା କିଛି ଅଲଗା ଥିଲା । ସେଠାରେ ଘର ପାଇଁ ନୁହେଁ ବରଂ ଏହା ପାଖରେ ଠିଆ ହୋଇଥିବା ଏକ ଛୋଟ କାନ୍ଥ ବିକ୍ରି ହେବ, ଯାହାର ମୂଲ୍ୟ ୪୧ ଲକ୍ଷ ରହିଛି ।

ବାସ୍ତବରେ, ଏହି ପାଚେରୀର ମାଲିକ ଆଲେନ୍ ଏବଂ ତାଙ୍କ ପଡ଼ୋଶୀଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଥିଲା । ୨୦୨୦ ମସିହା ପରେ, ଏହି କାନ୍ଥ ପରିତ୍ୟକ୍ତ ହେବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହେଲା । ଯେତେବେଳେ ପାଚେରି ମାଲିକଙ୍କୁ ମରାମତି କରିବାକୁ କୁହାଗଲା, ସେ କୌଣସି ପଦକ୍ଷେପ ନେଇ ନ ଥିଲେ । ତେଣୁ ଏହାକୁ କିଣିବାକୁ ତାଙ୍କ ପଡ଼ୋଶୀ ଆଲେନକୁ କହିଥିଲେ । ଏଥିଲାଗି ସେ ୬୦୦ ଡ଼ଲାର ଦେବେ ବୋଲି କହିଥିଲେ । ହେଲେ ଆଲେନ୍ ଏଥିରେ ରାଜି ନ ହୋଇ ଏହି ଭଙ୍ଗା କାନ୍ଥକୁ ୫୦,୦୦୦ ଡ଼ଲାରରେ ବିକ୍ରି କରିବାକୁ ରଖିଲେ ।

Comments are closed.