Latest Odisha News

BREAKING NEWS

ମଦର୍ସ ଡେ ପାଇଁ ସେଲଫି ପ୍ରତିଯୋଗିତା; ମେ ୧୦ ଯାଏଁ ପଠାଇପାରିବେ ମା’ଙ୍କ ସହ ସେଲଫି

ମେ ୧୧ ତାରିଖ ମଦର୍ସ ଡେ ଅବସରରେ ପୁରସ୍କୃତ ହେବେ ଶ୍ରେଷ୍ଠ ଓ ହୃଦୟସ୍ପର୍ଶୀ ପୋଷ୍ଟ 

ଭୁବନେଶ୍ୱର: ଆସନ୍ତା ମେ ୧୧ ତାରିଖରେ ସାରା ବିଶ୍ଵରେ ମଦର୍ସ ଡେ ୨୦୨୫ ପାଳିତ ହେବାକୁ ଯାଉଛି। ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମେ ୬ ରୁ ୧୦ ପର୍ଯ୍ୟନ୍ତ ଏକ ସେଲଫି ପ୍ରତିଯୋଗିତା ‘ମଦର୍ସ ଡେ ସେଲଫି କଣ୍ଟେଷ୍ଟ’ ନାମକ ଏକ ଅଭିନବ ପ୍ରୟାସର ଶୁଭାରମ୍ଭ କରିଛନ୍ତି।

ନିଜ ମାଆଙ୍କ ସହ ସେଲଫି ଉଠାଇ, ମା ଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନରେ ଦୁଇ ପଦ ଲେଖି ମହିଳା ଓ ଶିଶୁ ବିକାଶ ବିଭାଗକୁ ଟ୍ୟାଗ କରନ୍ତୁ। #MoBou , #WCDOdisha, #Mothersday ରେ ଟ୍ୟାଗ କରି ସେଲଫି ସହ ଭାବାବେଗ ସମ୍ବଳିତ ବାର୍ତ୍ତା ପୋଷ୍ଟ କରିବା ପାଇଁ ବିଭାଗ ପକ୍ଷରୁ କୁହାଯାଇଛି । ଫେସବୁକ, ଇନଷ୍ଟାଗ୍ରାମ ଏବଂ ଏକ୍ସ ପ୍ରତ୍ୟେକରୁ ୩ ଟି ଶ୍ରେଷ୍ଠ ଓ ହୃଦୟସ୍ପର୍ଶୀ ବିବେଚିତ ସେଲଫି ଏବଂ ବାର୍ତ୍ତା ପ୍ରେରକଙ୍କୁ ବିଜେତା ଘୋଷଣା କରି ମେ ୧୧ ତାରିଖ ମଦର୍ସ ଡେ ଦିବସରେ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯିବ। ବିଜେତାଙ୍କ ଫୋଟୋ ବିଭାଗର ଅଫିସିଆଲ ହ୍ୟାଣ୍ଡେଲରେ ପୋଷ୍ଟ କରାଯିବ।

ମେ ୧୧ ତାରିଖରେ ଭୁବନେଶ୍ୱରସ୍ଥିତ ଏକାମ୍ର ହାଟରେ ମଦର୍ସ ଡେ ପାଳନ ଅବସରରେ ବିଜେତାମାନେ ନିଜର ଉପଯୁକ୍ତ ପ୍ରମାଣପତ୍ର ଦର୍ଶାଇ ପୁରସ୍କାର ଗ୍ରହଣ କରିପାରିବେ । ଏହି କାର୍ଯ୍ୟକ୍ରମରେ ମା’ ମାନଙ୍କ ପାଇଁ ବହୁ ମଜାଳିଆ ଖେଳର ମଧ୍ୟ ଆୟୋଜନ କରାଯାଇଛି । ଭାଗ ନେବା ପାଇଁ ଚାଁହୁଥିବା ମା’ ମାନେ  ମେ ୧୧ ତାରିଖ ଅପରାହ୍ନ ୩ ଟା ସମୟରେ ଏକାମ୍ର ହାଟ ଆସି ସେହି ସ୍ଥାନରେ ହିଁ ପଞ୍ଜିକରଣ କରି ମଜାଳିଆ ଖେଳରେ ଭାଗ ନେଇପାରିବେ । ବିଜେତାମାନଙ୍କୁ ସେହି କାର୍ଯ୍ୟକ୍ରମରେ ହିଁ ପୁରସ୍କୃତ କରାଯିବ। ତେବେ ବହୁ ସଂଖ୍ୟାରେ ମା’ ମାନେ ଏହି କାର୍ଯ୍ୟକ୍ରମରେ ଭାଗ ନବା ପାଇଁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।

 

Comments are closed.