Latest Odisha News

BREAKING NEWS

ଡ଼ିଜାଇନ୍‌ରରୁ ନିର୍ମାତା ସାଜିଲେ ମନିଷ, ପ୍ରଥମ ଫିଲ୍ମର ଶୁଟିଂ ଶେଷ

ମୁମ୍ବାଇ: ଡ଼୍ରେସ ଡ଼ିଜାଇନର ଭାବେ ବେଶ୍ ପରିଚିତ ମନିଷ ମାଲହୋତ୍ରା । ସବୁଠାରୁ ପପୁଲାର ଡିଜାଇନରଙ୍କ ମଧ୍ୟରୁ ସେ ଅନ୍ୟତମ । ଏବେ ସେ ଡ଼ିଜାଇନରରୁ ଫିଲ୍ମ ନିର୍ମାତା ସାଜିଛନ୍ତି । ତାଙ୍କ ପ୍ରଡକଶନ ହାଉସ ଷ୍ଟେଜ ୫ ପ୍ରଡକଶନରେ ଏକ ଫିଲ୍ମ ନିର୍ମାଣ କରିଛନ୍ତି । ଯାହାର ନାଁ ହେଲା ‘ଟ୍ରେନ ଫ୍ରମ ଛପରୌଲା’ । ରାଧିକା ଆପତେଙ୍କ ଫିଲ୍ମ ହେଉଛି ତାଙ୍କ ନୂଆ ପ୍ରଡକ୍ସନ ହାଉସରୁ ନିର୍ମିତ ପ୍ରଥମ ଫିଲ୍ମ ।

ଶୁକ୍ରବାର ମନିଷଏକ ପୋଷ୍ଟ ସେୟାର କରି ତାଙ୍କ ପ୍ରଶଂସକ ଏବଂ ଫଲୋୟର୍ସଙ୍କୁ ସୂଚନା ଦେଇଥିଲେ ଯେ, ମୋର ପ୍ରଥମ ଫିଲ୍ମର ସୁଟିଂ ଶେଷ ହୋଇଛି । ସୁଟିଂର ଶେଷ ଉତ୍ସବ ପାଳନ କରୁଥିବା କଳାକାରଙ୍କ ଭିଡିଓ ମଧ୍ୟ ସେୟାର କରିଛନ୍ତି । ପ୍ରଥମ ଭିଡିଓରେ, ଫ୍ୟାଶନ ଡିଜାଇନର ପ୍ରଡକ୍ସନ ହାଉସ ଅଧୀନରେ ତାଙ୍କର ପ୍ରଥମ ମୁଭିର ନିର୍ଦ୍ଦେଶନା ଦେଉଥିବା ରାଧିକା ଆପତେଙ୍କୁ ମନୀଷ ଏବଂ ଫିଲ୍ମର ଅନ୍ୟ କ୍ରୁ ସଦସ୍ୟଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି । ଦ୍ୱିତୀୟ ଭିଡିଓରେ ଫିଲ୍ମର ଟାଇଟଲକୁ ଦର୍ଶାଇ ଏକ ଚଳନ୍ତା ଟ୍ରେନ ପ୍ରଦର୍ଶିତ ହୋଇଛି ।

Comments are closed.