ବ୍ରହ୍ମପୁର:ବ୍ରହ୍ମପୁର ମହାନଗର ନିଗମର ୩୭ ନମ୍ବର ୱାର୍ଡ ଲାଞ୍ଜିପଲ୍ଲୀ ଗୌଡ଼ବନ୍ଧି ବସ୍ତି ଉଚ୍ଛେଦକୁ ତିନି ଦିନ ବିତିଗଲାଣି। ତଥାପି ଭଙ୍ଗା ଘର ଛାଡ଼ିବାକୁ ଅନେକ ବସ୍ତି ବାସିନ୍ଦା ରାଜି ହେଉନାହାନ୍ତି। ବର୍ଷା ମାଡ଼ ଖାଇ ମଧ୍ୟ ଭଙ୍ଗା ଘରେ ସାହାରା ନେଇଛନ୍ତି। ଅନେକ ବାସିନ୍ଦା ଭୋକ ଉପବାସରେ ରହୁଛନ୍ତି। ଭଙ୍ଗା ଘରେ ପାଲ ପକାଇ ରହୁଛନ୍ତି, ହେଲେ ଅନ୍ୟତ୍ର ଯିବାକୁ ମଙ୍ଗୁ ନାହାନ୍ତି। ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ପ୍ରଶାସନ ତରଫରୁ ସେମାନଙ୍କୁ କୌଣସି ପ୍ରକାର ସହାୟତା ପ୍ରଦାନ କରାଯାଇନଥିବା ସେମାନେ ଅଭିଯୋଗ ଆଣିଛନ୍ତି।
ବୁଧବାର ବସ୍ତିର ୧୦୯ଟି ଘର ଭଙ୍ଗା ଯାଇଥିଲା। ଏବେ ଭଙ୍ଗା ଦଦରା ଘରୁ ନିଜର ଅସବାବପତ୍ର ସଂଗ୍ରହ କରିବାରେ ଲାଗିପଡ଼ିଛନ୍ତି ବସ୍ତି ବାସିନ୍ଦା। ଥଇଥାନ ପରେ ଉଚ୍ଛେଦ କରିବା କଥା। କିନ୍ତୁ ପ୍ରଥମେ ଉଚ୍ଛେଦ କରାଯାଇଥିବା ଯୋଗୁଁ ବସ୍ତିବାସିନ୍ଦାଙ୍କ ଅନେକ ଆସବାବପତ୍ର ଉଚ୍ଛେଦ ସମୟରେ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି। ଘରଗୁଡ଼ିକ ମହାନଗର ନିଗମ ଭାଙ୍ଗି ଦେଇଥିବା କାରଣରୁ ପାଲଟାଣି ସେଭଳି ବସ୍ତିରେ ହିଁ ରହୁଛନ୍ତି। ନିଜର ପରିବାରକୁ ଧରି ଖଣ୍ଡିଏ ପାଲ ତଳେ ରାତି ବିତାଉଛନ୍ତି ବସ୍ତି ବାସିନ୍ଦା। ବସ୍ତି ଉଚ୍ଛେଦ କରିବା ପରେ ବର୍ତ୍ତମାନ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ସୁବିଧା ଯୋଗାଇ ଦିଆଯାଇନାହିଁ । ଘର ଭାଙ୍ଗିଯିବା ପରେ ଏବେ ନିଶହାୟ ହୋଇଯାଇଛନ୍ତି ୧୦୯ଟି ପରିବାର। ଘର ବିଏମସି ଭାଙ୍ଗିଦେବା ପରେ ରାତିରେ ସେଭଳି କିଏ ଚିରା ପାଲ ତଳେ ଶୋଇଲା ତ ଆଉ କାହର ପାଲ ନଥିବାରୁ ସେମିତି ଖୋଲା ଆକାଶ ତଳେ ଶୋଇଥିବା କଥା କହିଛନ୍ତି ବସ୍ତିର ମହିଳା ମାୟା ଦାସ।। ସେହିଭଳି ସନ୍ତୋଷ ଦାସ କହିବାନୁଯାୟୀ, ରାଜୀବ ଆବାସ ଯୋଜନାରେ ରହିଥିବା ଘରେ ରହିବାକୁ ହେଲେ ୪୦ ହଜାର ଟଙ୍କା ଦେବାକୁ ପଡ଼ିବ। ଦିନ ମଜୁରିଆ ଲୋକେ ୪୦ ହଜାର ଟଙ୍କା କେଉଁଠୁ ଆଣିବୁ। ଘର ଭାଙ୍ଗି ଦେଇଥିବା ବେଳେ ବସ୍ତିରେ ହିଁ ପାଲ ଟାଣି ଜୀବନ ବିତାଇବୁ। ଜୀବନ ଥିବା ଯାଏ ବସ୍ତି ଛାଡ଼ି ଯିବୁନାହିଁ । ଯଦି ସରକାର ଅନ୍ୟ ସ୍ଥାନରେ ଗୃହ ଯୋଗାଇ ଦେଉଛନ୍ତି ତେବେ ବସ୍ତିରେ ହିଁ ଗୃହ ନିର୍ମାଣ କରି ଯୋଗାଇ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। ଏନେଇ ୩୭ ନମ୍ବର ୱାର୍ଡର କର୍ପୋରେଟର ବନିତା ସାହୁ କହିଛନ୍ତି ଯେ, ମହାନଗର ନିଗମ ତରଫରୁ ଘର ଭାଙ୍ଗି ଦେଇଥିଲେ ମଧ୍ୟ ସେମାନେ କେହି ଛାଡ଼ିବାକୁ ରାଜି ହେଉନାହାନ୍ତି। ଦୁଃଖ କଷ୍ଟରେ ସେଠାରେ ହିଁ ରହିଛନ୍ତି। କେହି ଜାଗା ଛାଡ଼ିବେ ନାହିଁ। ଏହି ୱାର୍ଡର ବାସିନ୍ଦା କାହିଁକି ଅନ୍ୟ ୱାର୍ଡରେ ଯାଇ ରହିବେ। ମହାନଗର ନିଗମ ଏଦିଗରେ ଚିନ୍ତା କରିବା ଥିଲା। ଏଣୁ ୩୭ ନମ୍ବର ୱାର୍ଡରେ ଖାଲି ଥିବା ସରକାରୀ ଜାଗାରେ ଘର ତିଆରି କରି ସେମାନଙ୍କୁ ପ୍ରଦାନ କରାଯାଉ ବୋଲି ସେ ଦାବି ରଖିଛନ୍ତି।
ଅନ୍ୟପଟେ ଏହି ପ୍ରସଙ୍ଗରେ ବ୍ରହ୍ମପୁର ମହାନଗର ନିଗମ ତରଫରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ଜାତୀୟ ଗ୍ରୀନ୍ ଟ୍ରାଇବୁନାଲ(ଏନଜିଟି)ଙ୍କ ନିର୍ଦେଶ କ୍ରମେ ଗୌଡ଼ବନ୍ଧ ବସ୍ତି ଉଚ୍ଛେଦ କରାଯାଇଛି। ଉକ୍ତ ବସ୍ତିର ସମସ୍ତ ୧୦୯ ପରିବାରଙ୍କୁ ନେହେରୁନଗର ଏବଂ ଆଇନା ବନ୍ଧ ସ୍ଥିତ ରାଜୀବ ଆବାସ ଯୋଜନାରେ ଘରେ ଥଇଥାନ ପାଇଁ ବହୁ ପୂର୍ବରୁ ସେମାନଙ୍କ ନାମରେ ଆବଣ୍ଟନ ପତ୍ର ହୋଇସାରିଛି। ସେମାନଙ୍କ ଅବଗତ ପାଇଁ ମାଇକ୍ ଜରିଆରେ ଜଣାଇ ଦିଆଯାଇଛି। ବର୍ତ୍ତମାନ ପୁନଃବାର ସମସ୍ତ ଆବଣ୍ଟନକାରୀଙ୍କୁ ଅନୁରୋଧ କରାଯାଉଛି, ସେମାନେ ନିଜ ନିଜର ଆବଣ୍ଟନ ପତ୍ର ନିଗମ କାର୍ଯ୍ୟାଳୟରୁ ଗ୍ରହଣ କରି ଆବଣ୍ଟିତ ହୋଇଥିବା ଗୃହକୁ ସ୍ଥାନାନ୍ତର ହୁଅନ୍ତୁ। ଆବଣ୍ଟନର ଏକ ତାଲିକା ମହାନଗର ନିଗମ କାର୍ଯ୍ୟାଳୟସ୍ଥିତ ହାଉସିଂ ବିଭାଗରେ ଲଟକା ଯାଇଛି। ଯଦି କାହାର କୌଣସି ପ୍ରକାରେ ଆପତ୍ତି ଅଭିଯୋଗ ଥାଏ, ତେବେ ମହାନଗର ନିଗମର ହାଉସିଂ ସେକ୍ସନ ସ୍ଥିତ ହେଲପ ଡେକ୍ସ ମାଧ୍ୟମରେ ଜଣାଇବାକୁ ଅନୁରୋଧ କରାଯାଇଛି।
BREAKING NEWS
- କମର୍ସିଆଲ LPG ଦର ବଢ଼ାଇଲେ କେନ୍ଦ୍ର ସରକାର
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
Comments are closed.