ବ୍ରହ୍ମପୁର:ବ୍ରହ୍ମପୁର ମହାନଗର ନିଗମର ୩୭ ନମ୍ବର ୱାର୍ଡ ଲାଞ୍ଜିପଲ୍ଲୀ ଗୌଡ଼ବନ୍ଧି ବସ୍ତି ଉଚ୍ଛେଦକୁ ତିନି ଦିନ ବିତିଗଲାଣି। ତଥାପି ଭଙ୍ଗା ଘର ଛାଡ଼ିବାକୁ ଅନେକ ବସ୍ତି ବାସିନ୍ଦା ରାଜି ହେଉନାହାନ୍ତି। ବର୍ଷା ମାଡ଼ ଖାଇ ମଧ୍ୟ ଭଙ୍ଗା ଘରେ ସାହାରା ନେଇଛନ୍ତି। ଅନେକ ବାସିନ୍ଦା ଭୋକ ଉପବାସରେ ରହୁଛନ୍ତି। ଭଙ୍ଗା ଘରେ ପାଲ ପକାଇ ରହୁଛନ୍ତି, ହେଲେ ଅନ୍ୟତ୍ର ଯିବାକୁ ମଙ୍ଗୁ ନାହାନ୍ତି। ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ପ୍ରଶାସନ ତରଫରୁ ସେମାନଙ୍କୁ କୌଣସି ପ୍ରକାର ସହାୟତା ପ୍ରଦାନ କରାଯାଇନଥିବା ସେମାନେ ଅଭିଯୋଗ ଆଣିଛନ୍ତି।
ବୁଧବାର ବସ୍ତିର ୧୦୯ଟି ଘର ଭଙ୍ଗା ଯାଇଥିଲା। ଏବେ ଭଙ୍ଗା ଦଦରା ଘରୁ ନିଜର ଅସବାବପତ୍ର ସଂଗ୍ରହ କରିବାରେ ଲାଗିପଡ଼ିଛନ୍ତି ବସ୍ତି ବାସିନ୍ଦା। ଥଇଥାନ ପରେ ଉଚ୍ଛେଦ କରିବା କଥା। କିନ୍ତୁ ପ୍ରଥମେ ଉଚ୍ଛେଦ କରାଯାଇଥିବା ଯୋଗୁଁ ବସ୍ତିବାସିନ୍ଦାଙ୍କ ଅନେକ ଆସବାବପତ୍ର ଉଚ୍ଛେଦ ସମୟରେ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି। ଘରଗୁଡ଼ିକ ମହାନଗର ନିଗମ ଭାଙ୍ଗି ଦେଇଥିବା କାରଣରୁ ପାଲଟାଣି ସେଭଳି ବସ୍ତିରେ ହିଁ ରହୁଛନ୍ତି। ନିଜର ପରିବାରକୁ ଧରି ଖଣ୍ଡିଏ ପାଲ ତଳେ ରାତି ବିତାଉଛନ୍ତି ବସ୍ତି ବାସିନ୍ଦା। ବସ୍ତି ଉଚ୍ଛେଦ କରିବା ପରେ ବର୍ତ୍ତମାନ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ସୁବିଧା ଯୋଗାଇ ଦିଆଯାଇନାହିଁ । ଘର ଭାଙ୍ଗିଯିବା ପରେ ଏବେ ନିଶହାୟ ହୋଇଯାଇଛନ୍ତି ୧୦୯ଟି ପରିବାର। ଘର ବିଏମସି ଭାଙ୍ଗିଦେବା ପରେ ରାତିରେ ସେଭଳି କିଏ ଚିରା ପାଲ ତଳେ ଶୋଇଲା ତ ଆଉ କାହର ପାଲ ନଥିବାରୁ ସେମିତି ଖୋଲା ଆକାଶ ତଳେ ଶୋଇଥିବା କଥା କହିଛନ୍ତି ବସ୍ତିର ମହିଳା ମାୟା ଦାସ।। ସେହିଭଳି ସନ୍ତୋଷ ଦାସ କହିବାନୁଯାୟୀ, ରାଜୀବ ଆବାସ ଯୋଜନାରେ ରହିଥିବା ଘରେ ରହିବାକୁ ହେଲେ ୪୦ ହଜାର ଟଙ୍କା ଦେବାକୁ ପଡ଼ିବ। ଦିନ ମଜୁରିଆ ଲୋକେ ୪୦ ହଜାର ଟଙ୍କା କେଉଁଠୁ ଆଣିବୁ। ଘର ଭାଙ୍ଗି ଦେଇଥିବା ବେଳେ ବସ୍ତିରେ ହିଁ ପାଲ ଟାଣି ଜୀବନ ବିତାଇବୁ। ଜୀବନ ଥିବା ଯାଏ ବସ୍ତି ଛାଡ଼ି ଯିବୁନାହିଁ । ଯଦି ସରକାର ଅନ୍ୟ ସ୍ଥାନରେ ଗୃହ ଯୋଗାଇ ଦେଉଛନ୍ତି ତେବେ ବସ୍ତିରେ ହିଁ ଗୃହ ନିର୍ମାଣ କରି ଯୋଗାଇ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। ଏନେଇ ୩୭ ନମ୍ବର ୱାର୍ଡର କର୍ପୋରେଟର ବନିତା ସାହୁ କହିଛନ୍ତି ଯେ, ମହାନଗର ନିଗମ ତରଫରୁ ଘର ଭାଙ୍ଗି ଦେଇଥିଲେ ମଧ୍ୟ ସେମାନେ କେହି ଛାଡ଼ିବାକୁ ରାଜି ହେଉନାହାନ୍ତି। ଦୁଃଖ କଷ୍ଟରେ ସେଠାରେ ହିଁ ରହିଛନ୍ତି। କେହି ଜାଗା ଛାଡ଼ିବେ ନାହିଁ। ଏହି ୱାର୍ଡର ବାସିନ୍ଦା କାହିଁକି ଅନ୍ୟ ୱାର୍ଡରେ ଯାଇ ରହିବେ। ମହାନଗର ନିଗମ ଏଦିଗରେ ଚିନ୍ତା କରିବା ଥିଲା। ଏଣୁ ୩୭ ନମ୍ବର ୱାର୍ଡରେ ଖାଲି ଥିବା ସରକାରୀ ଜାଗାରେ ଘର ତିଆରି କରି ସେମାନଙ୍କୁ ପ୍ରଦାନ କରାଯାଉ ବୋଲି ସେ ଦାବି ରଖିଛନ୍ତି।
ଅନ୍ୟପଟେ ଏହି ପ୍ରସଙ୍ଗରେ ବ୍ରହ୍ମପୁର ମହାନଗର ନିଗମ ତରଫରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ଜାତୀୟ ଗ୍ରୀନ୍ ଟ୍ରାଇବୁନାଲ(ଏନଜିଟି)ଙ୍କ ନିର୍ଦେଶ କ୍ରମେ ଗୌଡ଼ବନ୍ଧ ବସ୍ତି ଉଚ୍ଛେଦ କରାଯାଇଛି। ଉକ୍ତ ବସ୍ତିର ସମସ୍ତ ୧୦୯ ପରିବାରଙ୍କୁ ନେହେରୁନଗର ଏବଂ ଆଇନା ବନ୍ଧ ସ୍ଥିତ ରାଜୀବ ଆବାସ ଯୋଜନାରେ ଘରେ ଥଇଥାନ ପାଇଁ ବହୁ ପୂର୍ବରୁ ସେମାନଙ୍କ ନାମରେ ଆବଣ୍ଟନ ପତ୍ର ହୋଇସାରିଛି। ସେମାନଙ୍କ ଅବଗତ ପାଇଁ ମାଇକ୍ ଜରିଆରେ ଜଣାଇ ଦିଆଯାଇଛି। ବର୍ତ୍ତମାନ ପୁନଃବାର ସମସ୍ତ ଆବଣ୍ଟନକାରୀଙ୍କୁ ଅନୁରୋଧ କରାଯାଉଛି, ସେମାନେ ନିଜ ନିଜର ଆବଣ୍ଟନ ପତ୍ର ନିଗମ କାର୍ଯ୍ୟାଳୟରୁ ଗ୍ରହଣ କରି ଆବଣ୍ଟିତ ହୋଇଥିବା ଗୃହକୁ ସ୍ଥାନାନ୍ତର ହୁଅନ୍ତୁ। ଆବଣ୍ଟନର ଏକ ତାଲିକା ମହାନଗର ନିଗମ କାର୍ଯ୍ୟାଳୟସ୍ଥିତ ହାଉସିଂ ବିଭାଗରେ ଲଟକା ଯାଇଛି। ଯଦି କାହାର କୌଣସି ପ୍ରକାରେ ଆପତ୍ତି ଅଭିଯୋଗ ଥାଏ, ତେବେ ମହାନଗର ନିଗମର ହାଉସିଂ ସେକ୍ସନ ସ୍ଥିତ ହେଲପ ଡେକ୍ସ ମାଧ୍ୟମରେ ଜଣାଇବାକୁ ଅନୁରୋଧ କରାଯାଇଛି।
BREAKING NEWS
- Vigilance Raid: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ PEOଙ୍କ ଘରେ ଭିଜିଲାନ୍ସ ରେଡ୍
- Indoor swimming pool: ତମାଣ୍ଡୋରେ ଅତ୍ୟାଧୁନିକ ଇନଡୋର ସୁଇମିଂ ପୁଲ୍ ଉଦ୍ଘାଟିତ
- Shree Jagannath Temple puri: ଡିସେମ୍ବର ୩୧ ରେ ୧୧ଟାରେ ରାତ୍ର ପହୁଡ଼;ଏହି ୨ଦିନ ବାହାର କାଠରୁ ଦର୍ଶନ
- Khaleda Zia dies at 80: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କ ପରଲୋକ,ବାଂଲାର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ….
- Pinaka rockets: ଚାନ୍ଦିପୁରରେ ପିନାକା ଲଙ୍ଗ୍ ରେଞ୍ଜ୍ ଗାଇଡେଡ୍ ରେକଟ୍ର ସଫଳ ପରୀକ୍ଷଣ
- ଡିସେମ୍ବର ୩୧ ଓ ନୂଆ ବର୍ଷ ପାଇଁ ପୁରୀରେ ଟ୍ରାଫିକ କଟକଣା…
- ଅବକାରୀ ବିଭାଗର ସ୍ୱତନ୍ତ୍ର ଚଢ଼ାଉ; ୩ ଦିନରେ ୫.୧୮ କୋଟିର ବେଆଇନ ମାଦକ ଦ୍ରବ୍ୟ ଜବତ
- ମେଲବୋର୍ଣ୍ଣ ପିଚକୁ ମିିଳିଲା ଡିମେରିଟ ପଂଏଟ
- ‘ଦି ରାଜା ସାବ’ ଟ୍ରେଲର ରିଲିଜ; ଫ୍ୟାନ୍ସଙ୍କୁ ପସନ୍ଦ ଆସୁଛି ଜୋକର…
- କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ନ୍ୟୁଜିଲାଣ୍ଡର ଏହି ଅଲରାଉଣ୍ଡର
Comments are closed.