Latest Odisha News

BREAKING NEWS

ସୟେଦ ମୁସ୍ତାକ ଅଲୀ ଟ୍ରଫି: ବେଙ୍ଗଲଠାରୁ ଓଡିଶାର ଶୋଚନୀୟ ପରାଜୟ

ଲକ୍ଷ୍ନୌ: ଚଳିତ ସୟେଦ ମୁସ୍ତାକ ଅଲି ଟ୍ରଫିରେ ବେଙ୍ଗଲ ନିକଟରୁ ଓଡିଶା ୮ ୱିକେଟରେ ଶୋଚନୀୟ ଭାବେ ପରାଜିତ ହୋଇଛି । ଟି୨୦ ଫର୍ମାଟରେ ଖେଳାଯାଉଥିବା ଏହି ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ଓଡିଶା ୧୮.୧ ଓଭରରେ ୮୬ ରନ କରି ଅଲଆଉଟ ହୋଇ ଯାଇଥିଲା । ଅଭିଶେକ ରାଉତ ୨୪ ରନର ଇନିଂସ ଖେଳିଥିଲେ । ୮ ଜଣ ବ୍ୟାଟ୍ସମ୍ୟାନ ୨ ଅଙ୍କ ଛୁଇଁ ପାରି ନ ଥିଲେ । ବେଙ୍ଗଲ ପକ୍ଷରୁ ଆକାଶଦୀପ ଓ ରିତ୍ୱିକ ଚାଟାର୍ଜୀ ୩ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ୮୭ ରନର ବିଜୟ ଲକ୍ଷ୍ୟକୁ ବେଙ୍ଗଲ ୧୪.୩ ଓଭରରେ ୨ ୱିକେଟ ହରାଇ ସହଜରେ ହାସଲ କରି ନେଇଥିଲା । ଅଭିମନ୍ୟୁ ଈଶ୍ୱରନ ୩୭ ରନ କରି ଅପରାଜିତ ରହିଥିଲେ ।

ରାଜେଶ ମହାନ୍ତି ଓ ସୁଶୀଲ ବାରିକ ଗୋଟିଏ ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ଓଡିଶା ପ୍ରଥମ ମ୍ୟାଚରେ ସିକ୍କିମକୁ ୯ ୱିକେଟରେ ହରାଇଥିବା ବେଳେ ତାମିଲନାଡୁ ନିକଟରୁ ପରାଜିତ ହୋଇଥିଲା । ଅକ୍ଟୋବର ୧୬ରେ ଓଡିଶା ତାର ପରବର୍ତୀ ମ୍ୟାଚରେ ଚଣ୍ଡୀଗଡକୁ ଭେଟିବ ।

Leave A Reply

Your email address will not be published.