ମଣିଷ ଜୀବନ ସହ ବୁଲିବା ଯୋଡ଼ି ହୋଇ ରହିଛି । କୁହାଯାଏ ଯେ ମଣିଷ ସଭ୍ୟତା ସୃଷ୍ଟି ହେବା ଦିନ ଠାରୁ ମଣିଷ ଭ୍ରମଣ ସହ ଯୋଡ଼ି ହୋଇ ରହିଛି ।ତାହା ନିଜ ପାଇଁ ବାସସ୍ଥାନ ଖୋଜିବା ପାଇଁ ହେଉ କିମ୍ବା ନୂଅା ନୂଅା ସ୍ଥାନ ଅନୁସନ୍ଧାନରେ । ତେଣୁ ମଣିଷର ଏକ ସହଜାତ ପ୍ରକୃତି ବା ପ୍ରବୃତ୍ତି ଭ୍ରମଣ କରିବା ବୋଲି ଧରାଯାଏ ।
ଅାଗକୁ ଯେହେତୁ ଭ୍ରମଣ ୠତୁ ଅାସୁଛି ତେଣୁ ସେଥିପାଇଁ ଅାମେ ଏହି ବିଶେଷ ଉପସ୍ଥାପନା କୁ ଅାଜିଠାରୁ ଅାରମ୍ଭ କରିବାକୁ ଯାଉଛୁ । ମୁଁ ଭାରତ ବର୍ଷର ଅନେକ ସ୍ଥାନ ବୁଲିବାର ସୌଭାଗ୍ୟ ପ୍ରାପ୍ତ ହୋଇଛି ତେଣୁ ଏହି ବୁଲିଯିବା ସ୍ତମ୍ଭରେ ମୁଁ ନିଜ ଅନୁଭୂତି ସହ ବିଭିନ୍ନ ଦର୍ଶନୀୟ ସ୍ଥାନ ସଂପର୍କରେ ଅାପଣ ମାନଙ୍କୁ ସୂଚନା ଦେବି ଯାହା ମୁଁ ଅାଶା କରିବି କି ଅାପଣ ମାନେ ଯେତେବେଳେ ସେହି ସ୍ଥାନକୁ ବୁଲିବାକୁ ଯିବେ ସେତେବେଳେ କାମରେ ଅାସିପାରେ…
ମୁଁ ପ୍ରଥମେ ଅାପଣ ମାନଙ୍କୁ ଭାରତର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଗୋଅା ସଂପର୍କରେ ସୂଚନା ଦେବି ଯାହା କ୍ରମଶଃ ଏହି ସ୍ତମ୍ଭରେ ପ୍ରକାଶିତ ହେବ…ଅାଶା କରିବା ତାହା ଅାପଣ ମାନଙ୍କୁ ଭଲ ଲାଗିବ ନିହାତି…
ଗୋଅା
ଗୋଅା ହେଉଛି ପଶ୍ଚିମ ଭାରତର ଏକ ବିକଶିତ ରାଜ୍ୟ । ପର୍ଯ୍ୟଟନ ଏହି ରାଜ୍ୟର ଏକ ପ୍ରମୁଖ ଶିଳ୍ପ । ଗୋଅାରେ ଏକ ମିଶ୍ର ସାଂସ୍କୃତିକ ରୂପ ମଧ୍ୟ ଅାପଣ ମାନେ ଦେଖିବାକୁ ପାଇବେ । ପର୍ତ୍ତୃଗୀଜ ଔପନିବେଶବାଦ ଅଧିନରେ ଗୋଅା ଅନେକ ଦିନ ଧରି ଶାସିତ ହୋଇଥିବାରୁ ଏଭଳି ମିଶ୍ରତ ସଂସ୍କୃତି ଦେଖିବାକୁ ମିଳିଥାଏ ।
ଏହି ରାଜ୍ୟର ରାଜଧାନୀ ହେଉଛି ପଂଜିମ୍…ବା କେହି କହି ଏହାକୁ ପାଣାଜୀ ମଧ୍ୟ କହିଥାନ୍ତି । ପଂଜିମ୍ ଏକ ସମୃଦ୍ଧ ସହର । ପ୍ରାୟ ୪୫୦ ବର୍ଷ ଧରି ଗୋଅା ପର୍ତ୍ତୃଗୀଜ ମାନଙ୍କ ଶାସନାଧିନ ରହିବା ପରେ ୧୯୬୧ ମସିହାରେ ଏହା ଭାରତୀୟ ଗଣତନ୍ତ୍ରରେ ସାମିଲ ହୋଇଥିଲା ତେଣୁ ଗୋଅାର ବିଭିନ୍ନ ସ୍ଥାନ ଅାପଣ ମାନେ ବୁଲିବା ଭିତରେ ଅନେକ ପର୍ତ୍ତୃଗୀଜ ସ୍ଥାପତ୍ୟ ଅାପଣ ମାନେ ଦେଖିବାକୁ ପାଇବେ । ଗୋଅାର କଥିତ ଭାଷା ହେଉଛି କୋଙ୍କଣୀ ଅବଶ୍ୟ ଗୋଅାର ଅଧିବାସୀ ମାନେ ଭଲ ଭାବରେ ହିନ୍ଦି ଏବଂ ଇଂଗେ୍ରଜୀ ଭାଷା ମଧ୍ୟ କହିପାରନ୍ତି ।
ସେହିପରି ଖାଦ୍ୟ ସମ୍ଭାରରେ ମଧ୍ୟ ଗୋଅା ଖୁବ୍ ସମୃଦ୍ଧ । ଅାପଣ ମାନେ ଏଠାରେ ଅାମିଷ ଓ ନିରାମିଷ ଖାଦ୍ୟ ମଧ୍ୟ ପାଇପାରିବେ କିନ୍ତୁ ଗୋଅା ର ସି-ଫୁଡ୍ ଖୁବ୍ ଅାକର୍ଷକ। ତେଣୁ ଯେଉଁ ମାନେ ଅାମିଷ ପେ୍ରମୀ ପର୍ଯ୍ୟଟକ ସେମାନେ ଗୋଅାରେ ବିଭିନ୍ନ ସାମୁଦ୍ରିକ ମାଛରେ ପ୍ରସ୍ତତ ଖାଦ୍ୟ ଖାଇପାରିବେ । ଅାପଣ ମାନେ ନିହାତି ଭାବୁଥିବେ ଯେ ଗୋଅାର ପର୍ଯ୍ୟଟନ ସ୍ଥଳୀ ବିଷୟରେ ମୁଁ ଅାପଣ ମାନଙ୍କୁ ସୂଚନା ନ ଦେଇ ଗୋଅା ସଂପର୍କରେ ଏଭଳି ସୂଚନା କାହିଁଙ୍କି ଦେଉଛି ମୋର ଅନୁଭୂତି ଯାହା କହୁଛି ଯେ ଯେତେବେଳେ ଅାପଣ ମାନେ ଯେ କୌଣସି ପର୍ଯ୍ୟଟନ ସ୍ଥଳୀକୁ ବୁଲିବାକୁ ଯିବେ ସେତେ ବେଳେ ଅାପଣ ମାନେ ସେହି ସ୍ଥାନର ସଂସ୍କୃତି, ପରଂପରା, ଭାଷା ଖାଦ୍ୟପେୟ, ରାଜନୌତିକ, ଅର୍ଥନୈତିକ ତଥା ଭୌଗଳିକ ଅବସ୍ଥିତି ସଂପର୍କରେ ସମ୍ୟକ ଜ୍ଞାନ ରହିବା ଅାବଶ୍ୟକ ଯାହା ଅାପଣଙ୍କୁ କେଉଁଠି ନା କେଉଁଠି ସାହାର୍ଯ୍ୟ କରିପାରେ । ତେବେ ଗୋଅାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ସଂପର୍କରେ ସୂଚନା ଦେବା ପୂର୍ବରୁ ମୁଁ ଅାପଣ ମାନଙ୍କୁ ଏତିକି ସୂଚନା ଦେବି କି ଗୋଅା ସବୁପ୍ରକାରର ପର୍ଯ୍ୟଟକ ମାନଙ୍କ ପାଇଁ ଏକ ଭଲ ଡେଷ୍ଟିନେସନ୍।
ସାଧାରଣତଃ ଅନେକଙ୍କ ମନରେ ଧାରଣା ଥାଏ ଯେ ଗୋଅା କେବଳ ବିଚ୍ ଟୁରିଜିମ୍ ପାଇଁ ପ୍ରସିଦ୍ଧ । କିନ୍ତୁ ଅାପଣ ଗୋଅାରେ ପର୍ଯ୍ୟଟନର ବହୁବିଧ ରୂପ ଦେଖିବାକୁ ପାଇବେ । ତେବେ ପ୍ରଥମେ ଅାସନ୍ତୁ ଅାମେ ଅାରମ୍ଭ କରିବା ଅାମର ଯାତ୍ରା ଗୋଅାର ବିଭିନ୍ନ ମନ୍ଦିରରୁ…
ପାଠକ ମାନଙ୍କୁ ସୂଚନା ଦେବାକୁ ଚାହିଁବି ଯେ ମୁଁ ଯେତେବେଳେ ଗୋଅାକୁ ବୁଲିବା ପାଇଁ ଯାଇଥିଲି ସେତେ ବେଳେ ମଧ୍ୟ ଗୋଅାର ଏକ ସ୍ୱତନ୍ତ୍ର ଚିତ୍ର ମୋ ସାମ୍ନାରେ ଥିଲା ।ଯେ ଗୋଅା ହେଉଛି ବିଚ୍ ଟୁରିଜିମ୍ ପାଇଁ ପ୍ରସିଦ୍ଧ । ଗୋଅାକୁ ଅଧିକ ବିଦେଶୀ ପର୍ଯ୍ୟଟକ ଅାସନ୍ତି ତେଣୁ ବୋଧହୁଏ ଗୋଅାର ବିଚ୍ ଟୁରୁଜିମ୍ ବେଶି ଚଚ୍ର୍ଚାରେ ରହିଥାଏ କିନ୍ତୁ ମୁଁ ଯେତେବେଳେ ପାଣାଜୀରେ ପହଁଚିଲି ଧିରେ ଧିରେ ମୋର ଗୋଅା ସଂପର୍କରେ ଧାରଣା ବଦଳିଲା ।ପାଣାଜୀରେ ମୋର ଅବସ୍ଥାନ ବେଶୀ ସମୟର ନଥିଲା କିଛି ସମୟ ମଧ୍ୟରେ ମୁଁ ପାଣାଜୀର ମାକେର୍ଟରୁ ଗୋଅା ସଂପକତ କିଛି ପୁସ୍ତକ କିଣିଲି ଏବଂ ରହଣୀ ସ୍ଥଳ କାଲିଙ୍ଗଗୁଟ୍ ବିଚ୍ ଅଭିମୁଖେ ବାହାରିଗଲି ।
ତେବେ ରାସ୍ତାରେ ଯିବା ସମୟରେ ସେ ବହିଗୁଡ଼ିକ ଦେଖିବା ଭିତରେ ମୁଁ ଜାଣିବାକୁ ପାଇଲି ଯେ ଗୋଅାରେ ଅନେକ ପ୍ରାଚୀନ ହିନ୍ଦୁ ମନ୍ଦିର ରହିଛି ଯାହାକୁ ନେଇ ସାଧାରଣରେ ଏତେ ଚଚ୍ର୍ଚା ହୋଇ ନଥାଏ ।ସେଥିପାଇଁ ମୁଁ ଗୋଅା ବୁଲିବା ଅାରମ୍ଭ କରିଥିଲି ମନ୍ଦିରରୁ…
ଲକ୍ଷ୍ମୀ ନୃସିଂହ ମନ୍ଦିର:
ଗୋଅାରେ ବୁଲିବା ସମୟରେ ମୁଁ ଲକ୍ଷ କରିଥିଲି ଯେ ଉତ୍ତର ଗୋଅାରେ ଅନେକ ମନ୍ଦିର ରହିଛି ସେଥିମଧ୍ୟରୁ ଅନ୍ୟତମ ପ୍ରମୁଖ ମନ୍ଦିର ହେଉଛି ଲକ୍ଷ୍ମୀ ନୃସିଂହ ମନ୍ଦିର ବା କେହି କେହି ଏହାକୁ ଅନନ୍ତ ନୃସିଂହ ମନ୍ଦିର ବୋଲି କହିଥାନ୍ତି । ଏହି ମନ୍ଦିରଟି ଗୋଅାରୁ ପ୍ରାୟ ୪୫ କିଲୋମିଟର ଗଲାପରେ ପଡ଼ିଥାଏ। ମନ୍ଦିରଟି ଭେଲିଙ୍ଗ୍ ନାମକ ଗ୍ରାମରେ ଅବସ୍ଥିତ । ପରେ ମୁଁ ଜାଣିବାକୁ ପାଇଲି ଯେ ଏହି ମନ୍ଦିରଟିର ଗୋଅାର ଅନ୍ୟ ମନ୍ଦିର ଠାରୁ ଅନେକ ବିଶେଷତ୍ୱ ରହିଛି । ବିଶେଷ କରି ମନ୍ଦିରର ସ୍ଥାପତ୍ୟରେ କାଠ କାରଗରୀର ନିଖୁଣ କଳା କାରିଗରୀ ମୋତେ ଅଭିଭୂତ କରିଥିଲା । କାଠରେ ବିଭିନ୍ନ କଳାକାରୁକାର୍ଯ୍ୟ କରିବା ସହିତ ସେଥିଲେ ବିଭିନ୍ନ ଧାତୁ ଖଞ୍ଜା ଯାଇ ବିଭିନ୍ନ ରଂଗ ଦିଅାଯାଇଛି ।ଯାହାକି ଅଷ୍ଟାଦଶ ଶତାଦ୍ଦୀର ଗୋଅା କଳାକାରୀଗରୀର ନିପୁଣତା କୁ ବଖାଣିଥାଏ। ବର୍ତ୍ତମାନର ମନ୍ଦିର ୧୯୨୩ ମସିହା ବେଳକୁ ନିର୍ମାଣ ହୋଇଥିବା କୁହାଯାଉଥିବା ବେଳେ ଏହି କାଠ କାରୀଗରୀ କାମ କିନ୍ତୁ ଖୁବ୍ ପୁରୁଣା ଭଳି ଲାଗୁଥିଲା ।
ଏହି କଳାକାରୀଗରୀ ଦେଖିବା ଭିତରେ ମୋର ମନେ ପଡ଼ିଲା ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଦେବା ପୀଠ ବାଙ୍କୀର ମା’ଚର୍ଚ୍ଚିକାଙ୍କ ମନ୍ଦିର କଥା ମା’ଙ୍କ ମନ୍ଦିରର ନାଟ ମଣ୍ଡପରେ ମଧ୍ୟ କାଠ କାରୀଗରୀ ସୁନ୍ଦର ଝଲକ ଦେଖିବାକୁ ମିଳେ । ତେବେ ଗୋଅାର ଏହି ମନ୍ଦିରର କାଠ କାରୀଗରୀ ସତରେ ଗୋଅା କଳାକାରୁକାର୍ଯ୍ୟର ଏକ ନିଅାରା ଉଦାହରଣ ।
ତେବେ ଏହି ମନ୍ଦିରର ନିର୍ମାଣକୁ ନେଇ ଯାହା ମୁଁ ଜାଣିବାକୁ ପାଇଲି ଏହି ମନ୍ଦିର ପ୍ରଥମେ ଦକ୍ଷିଣ ଗୋଅାରେ ଅବସ୍ଥିତ ଥିଲା ।
ପର୍ତ୍ତୃଗୀଜ ମାନଙ୍କ ଶାସନ ସମୟରେ ଏହି ମନ୍ଦିର ଉତ୍ତର ଗୋଅାକୁ ସ୍ଥାନାନ୍ତରଣ ହୋଇଥିଲା । ପ୍ରାୟ ୧୫୬୭ ମସିହା ବେଳକୁ ଏହି ସ୍ଥାନାନ୍ତରଣ ହୋଇଥିଲା ।ଏହି ମନ୍ଦିରର ଅଧିଷ୍ଠିତ ଦେବତା ହେଉଛନ୍ତି ନୃସିଂହ ଭଗବାନ ଯିଏ ହେଉଛନ୍ତ ମହାବିଷ୍ଣୁଙ୍କର ଚତୁର୍ଥ ଅବତାର। ଏହି ମନ୍ଦିରରେ ଥିବା ମୂର୍ତ୍ତିରେ ବିଷ୍ଣୁ ଅନନ୍ତଶୟନ ମୁଦ୍ରାରେ ଥିବା ଦେଖିବାକୁ ମିଳେ ।
ଏଠାରେ ଅନନ୍ତଙ୍କୁ ମଧ୍ୟ ଉପାସନା କରାଯାଏ । ଅନନ୍ତ ହେଉଛନ୍ତି ଶେଷ ନାଗ ଯାହାଙ୍କ ଉପରେ ମହାବିଷ୍ଣୁ ବିଶ୍ରାମ ନେଇଥିଲେ ତତ୍ସହିତ ଧନଦାୟିନୀ ମା’ମହାଲକ୍ଷ୍ମୀ ମଧ୍ୟ ଏଠାରେ ଉପସ୍ଥିତ ଅଛନ୍ତି। ଅଧିଷ୍ଠିତ ଦେବାଦେବୀଙ୍କୁ ଦୂରରୁ ଦେଖିବା ଭିତରେ ମୋର ଅନୁଭବ ହେଲା ଯେ ଏହା ଖୁବ ପ୍ରାଚୀନ ଏବଂ ପର୍ତ୍ତୃଗୀଜ ମାନଙ୍କ ଶାସନ ସମୟରେ ହିନ୍ଦୁ ଦେବାଦେବୀ ଓ ସେମାନଙ୍କର ମନ୍ଦିର ଗୁଡ଼ିକୁ ରକ୍ଷା କରିବା ପାଇଁ ଗୋଅାର ଅଧିବାସୀ ମାନେ ଖୁବ୍ ସଂଘର୍ଷ କରିଥିବେ ନିହାତି ।ଏହି ମନ୍ଦିର ସକାଳ ୯ଟା ୩୦ ମିନିଟରୁ ମଧ୍ୟାହ୍ନ ୧ଟା ୩୦ ଏବଂ ଅପରାହ୍ନ ୪ଟା ୩୦ ମିନିଟରୁ ସଂଧ୍ୟା ୭ଟା ୩୦ ମିନିଟ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଦର୍ଶନ ନିମନେ୍ତ ଖୋଲା ରହିଥାଏ ।
ଏହି ମନ୍ଦିର ବାହାରେ ଏକ ସୁନ୍ଦର ଜଳାଶୟ ମଧ୍ୟ ରହିଛି । ଏହି ମନ୍ଦିରରେ ବୁଲିବା ଭିତରେ ଅାମେ ଜାଣିବାକୁ ପାଇଲି ଯେ ଏଠାରେ ଲକ୍ଷ୍ମୀ ନୃସିଂହଙ୍କ ଯୁଗଳ ମୂର୍ତ୍ତି ପ୍ରତ୍ୟକ ଶୁକ୍ଲପକ୍ଷ ଚତୁର୍ଦଶୀ ତିଥିରେ ଏକ ସ୍ୱତନ୍ତ୍ର ପାଲିଙ୍କିରେ ବିରାଜମାନ କରି ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ।
ଅବଶ୍ୟ ମୁଁ ଯେଉଁଦିନ ଏହି ମନ୍ଦିରକୁ ଯାଇଥିଲି ତାହା ଶୁକ୍ଲପକ୍ଷ ଚତୁର୍ଦଶୀ ତିଥି ନଥିଲା ତେଣୁ ଯୁଗଳ ମୂର୍ତ୍ତିଙ୍କ ଦିର୍ଶନ ପାଇନଥିଲେ ପାଲିଙ୍କିରେ କିନ୍ତୁ ପାଲିଙ୍କି ଟି ମନ୍ଦିରର ପ୍ରବେଶ ଗୃହରେ ଏହା ରଖାଯାଇଥିବା ଦେଖିଥିଲି ତାହା କପଡ଼ାରେ ଅାଛାଦିତ ଥିବାରୁ ପାଲିଙ୍କିର ପୂରା ରୂପ ପାରିନଥିଲି ।
କିନ୍ତୁ ଶୁକ୍ଲ ପକ୍ଷ ଚତୁର୍ଦଶୀ ତିଥିର ସେହି ଦିବ୍ୟ ମୂହୁର୍ତ୍ତ ଦେଖିବାର ସୌଭାଗ୍ୟ ଏ ଅଧମର ଭାଗ୍ୟରେ ନଥିଲା। ଏହି ମନ୍ଦିରରେ ଶ୍ରୀରାମ ନବମୀ ଏବଂ ନବରାତ୍ରୀ ମଧ୍ୟ ଖୁବ୍ ଧୁମ୍ଧାମରେ ପାଳିତ ହୋଇଥାଏ ।
Comments are closed.