Latest Odisha News

BREAKING NEWS

ଆଜି ରାଜ୍ୟରେ ଚିହ୍ନଟ ୧୦୧ ଆକ୍ରାନ୍ତଙ୍କ ସମ୍ପୂର୍ଣ୍ଣ ବିବରଣୀ, ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସକାଳୁ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୧୦୧ ପଜିଟିଭ ଆକ୍ରାନ୍ତ ।

ଆସନ୍ତୁ ଜାଣିବା ଏହି ୧୦୧ ଜଣଙ୍କ ସମ୍ପୂର୍ଣ୍ଣ ବିବରଣୀ

ବାଲେଶ୍ଵର ଜିଲ୍ଲାରୁ ୩୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୨୪ ଜଣ ସୁରତ ଫେରନ୍ତା ରହିଥିବା ବେଳେ, ୩ ଜଣ ପଶ୍ଚିମବଙ୍ଗ ଫେରନ୍ତା, ୨ ଜଣ ବାଙ୍ଗାଲୋର ଫେରନ୍ତା, ଜଣେ କଣ୍ଟେନମେଣ୍ଟ ଜୋନରୁ ହୋଇଥିବା ବେଳେ ୩ ଜଣ ସ୍ଥାନୀୟ ଅଧିବାସୀ ବୋଲି ଜଣାପଡିଛି ।

ଯାଜପୁର ଜିଲ୍ଲାରୁ ୭ ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣ ପଶ୍ଚିମବଙ୍ଗ ଫେରନ୍ତା, ୨ ଜଣ ମହାରାଷ୍ଟ୍ର ଫେରନ୍ତା ଓ ଜଣେ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ଜଣାପଡିଛି

ସୁନ୍ଦରଗଡ ଜିଲ୍ଲାରୁ ଚିହ୍ନଟ ସମସ୍ତ ୭ ଜଣ କଣ୍ଟେନମେଣ୍ଟ ଜୋନ ସଂସ୍ପର୍ଶରେ ଆସିଥିବା ଜଣାପଡିଛି ।

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୫୨ ଜଣ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ କ୍ୱାରେଣ୍ଟାଇନ କେନ୍ଦ୍ରର ବୋଲି ଜିଲ୍ଲାପାଳ ସୂଚନା ଦେଇଛିନ୍ତି।

କେନ୍ଦୁଝର ଜିଲ୍ଲାରୁ ଚିହ୍ନଟ ୨ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୮ରେ ପହଂଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

Leave A Reply

Your email address will not be published.