Latest Odisha News

ଆଜି ଯାଜପୁରରୁ ଚିହ୍ନଟ ୧୬ ପଜିଟିଭଙ୍କ ସବିଶେଷ ତଥ୍ୟ

ଯାଜପୁର : ଆଜି ଯାଜପୁର ଜିଲ୍ଲାରୁ ଆଉ ୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରେ ଦଶରଥପୁର ବ୍ଲକର ୩, କୋରାଇ ବ୍ଲକର ୫, ବରୀ ବ୍ଲକର ୪ ଓ ବଡଚଣା ବ୍ଲକର ୪ ଜଣ ଥିବା ଜଣାପଡିଛି।

ଏହି ୧୬ ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୭ ରେ ପହଞ୍ଚିଥିବା ବେଳେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬ କୁ ବୃଦ୍ଧି ପାଇଛି। ତେବେ ଆଜି ଯାଜପୁରରେ ଚିହ୍ନଟ ହୋଇଥିବା ୧୬ ଜଣଙ୍କ ସମ୍ପର୍କରେ ସୂଚନା ଦେଇଛି ଜିଲ୍ଲା ପ୍ରଶାସନ।

ଦଶରଥପୁର ବ୍ଳକର ବାବଲପୁର ରୁ ୨ ଜଣ ପୁରୁଷ, ବୟସ ୬୫,୩୫, ଆନ୍ଧ୍ରପ୍ରଦେଶ ଫେରନ୍ତା ଓ ଦଶରଥପୁର ରୁ ଜଣେ ୨୨ ବର୍ଷୀୟ ପୁରୁଷ, ତେଲେଙ୍ଗାନା ଫେରନ୍ତା। କୋରାଇ ବ୍ଲକର କନ୍ତୋର ରୁ ଜଣେ ୫୪ ବର୍ଷୀୟ ପୁରୁଷ, କଲିକତା ଫେରନ୍ତା, ଉତ୍ତରଖଜିରା ରୁ ଜଣେ ୩୨ ବର୍ଷୀୟ ପୁରୁଷ, ଆନ୍ଧ୍ରପ୍ରଦେଶ ଫେରନ୍ତା, ଇଚ୍ଛାପୁର ରୁ ଜଣେ ୬୩ ବର୍ଷୀୟ ପୁରୁଷ, ଆନ୍ଧ୍ରପ୍ରଦେଶ ଫେରନ୍ତା, ମଙ୍ଗଳପୁର ରୁ ଜଣେ ୫୦ ବର୍ଷୀୟ ପୁରୁଷ, କଲିକତା ଫେରନ୍ତା ଓ ସୁନାମୁହିଁ ରୁ ଜଣେ ୩୬ ବର୍ଷୀୟ ପୁରୁଷ, କଲିକତା ଫେରନ୍ତା ।

ସେହିପରି ବରୀ ବ୍ଲକର ରାମଚନ୍ଦ୍ରପୁର ରୁ ୨ ଜଣ ପୁରୁଷ, ବୟସ ୩୩ ଓ ୨୭, ଚନ୍ଦନପୁର ରୁ ଜଣେ ୧୬ ବର୍ଷୀୟ ପୁରୁଷ ଓ ତଳକାଇପଡା ରୁ ଜଣେ ୬୦ ବର୍ଷୀୟ ପୁରୁଷ, ସମସ୍ତେ କଲିକତା ଫେରନ୍ତା।

ଏଥିସହିତ ବଡଚଣା ବ୍ଲକର ସାଳପଡା ରୁ ୨ ଜଣ ପୁରୁଷ, ବୟସ ୨୪ ଓ ୩୩, ସାମିଆ ରୁ ୨ ଜଣ ପୁରୁଷ, ବୟସ ୧୯ ଓ ୪୧, ସମସ୍ତେ ସୁରାଟ ଫେରନ୍ତା। ତେବେ ଏହି ୧୬ ଜଣ ପଜିଟିଭ କ୍ବାରେନଣ୍ଟାଇନରେ ଥିବା ସୂଚନା।

Leave A Reply

Your email address will not be published.