Latest Odisha News

BREAKING NEWS

ଆଜି ଯାଜପୁରରୁ ଚିହ୍ନଟ ଆକ୍ରାନ୍ତଙ୍କ ସବିଶେଷ ତଥ୍ୟ, ଜାଣନ୍ତୁ

ଯାଜପୁର: ଆଜି ଯାଜପୁର ଜିଲ୍ଲାରେ ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୨୦ ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୩ ରେ ପହଞ୍ଚିଛି। ଏଥିମଧ୍ୟରୁ ୮୭୬ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ କରୋନାରେ ଜଣଙ୍କର ମୃତ୍ୟୁ ହୋଇଛି ।

ବର୍ତ୍ତମାନ ଜିଲ୍ଲାରେ ୧୬୫ ଟି ଆକ୍ଟିଭ କେସ ରହିଛି। ସେପଟେ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ଜିଲ୍ଲାରେ ୧୪ ଦିନିଆ ଲକଡାଉନ୍ କଟକଣା ବଳବତ୍ତର ରହିଛି। ଜିଲ୍ଲାର ସମସ୍ତ ୧୦ଟି ବ୍ଲକ୍ ଓ ୨ଟି ପୌରାଞ୍ଚଳ ସମେତ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଏହି ଲକଡାଉନ୍ କଟକଣାକୁ କଡାକଡି ଭାବେ ପାଳନ କରାଯାଉଛି। ଗାଁ ଠୁ ସହର ସବୁଠି ପନିପରିବା ଓ ଗ୍ରୋସରୀ ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ସକାଳ ୬ଟା ଠାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଖୋଲା ରହୁଥିବା ବେଳେ ଅନ୍ୟ ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ ରହିଛି।

ସେହିପରି ଆମ୍ବୁଲାନ୍ସ, ଅଗ୍ନିଶମ ସେବା ଗାଡ଼ି, ଶିଳ୍ପାନୁଷ୍ଠାନରେ ନିୟୋଜିତ ଗାଡ଼ି ଓ ପ୍ରଶାସନିକ କାର୍ଯ୍ୟରେ ନିୟୋଜିତ ଯାନବାହାନକୁ ଛାଡିଦେଲେ ଅନ୍ୟ ସମସ୍ତ ପ୍ରକାର ଗାଡି ଚଳାଚଳ ବନ୍ଦ ରହିଛି। ବିଭିନ୍ନ ଛକ ବଜାର ମାନଙ୍କରେ ପୋଲିସ୍ ମୁତୟନ ହୋଇଥିବା ବେଳେ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯାଇଛି। ପୋଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଜୋରଦାର ପାଟ୍ରୋଲିଂ ଜାରି ରହିଛି।

Leave A Reply

Your email address will not be published.