Latest Odisha News

BREAKING NEWS

ଦେବଦାସ ଛୋଟରାୟଙ୍କ ‘ଆମ ସମୟର ମଣିଷ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର: ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମେଳା ୨୦୨୫ର ଦ୍ୱିତୀୟ ଦିବସରେ କେତକୀ ଫାଉଣ୍ଡେସନ୍ ଟ୍ରଷ୍ଟର ଷ୍ଟଲରେ ଉପସ୍ଥାପିତ ସଂଗ୍ରହକୁ ଅନେକ ସାହିତ୍ୟିକ, ଛାତ୍ର ଓ ପୁସ୍ତକପ୍ରେମୀ ଉପଭୋଗ କରିଥିଲେ । ସନ୍ଧ୍ୟା ୫ଟାରେ ଖ୍ୟାତନାମା ଲେଖକ ଦେବଦାସ ଛୋଟରାୟଙ୍କ ପୁସ୍ତକ “ଆମ ସମୟର ମଣିଷ” ଉନ୍ମୋଚିତ ହୋଇଥିଲା ଏବଂ ଅନେକ ପାଠକ ତାଙ୍କ ଦସ୍ତଖତ ସହିତ ପୁସ୍ତକକୁ ନେଇ ଆନନ୍ଦିତ ହୋଇଥିଲେ ।

ଏହି ଅବସରରେ କେତକୀ ଫାଉଣ୍ଡେସନ୍ ଟ୍ରଷ୍ଟ କବିତା, ଉପନ୍ୟାସ, ଇତିହାସ, କଫି ଟେବୁଲ ବୁକ୍, ଭ୍ରମଣ ସାହିତ୍ୟ, ନାଟକ ଏବଂ ଆତ୍ମଜୀବନୀରୁ ଆରମ୍ଭ କରି ଜୀବନୀ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ପ୍ରକାଶନର ଏକ ସୁନିର୍ବାଚିତ ସଂଗ୍ରହ ଉପସ୍ଥାପନ କରିଛି । ଏଥିରେ ଗୋଟିଏ ମୁଖ୍ୟ ଆକର୍ଷଣ ହେଉଛି ସଦ୍ୟ ପୁନଃ ପ୍ରକାଶିତ ପତ୍ରିକା ଚନ୍ଦ୍ରଭାଗା-୨୧ ଯାହାକୁ ଖ୍ୟାତନାମା କବି ଜୟନ୍ତ ମହାପାତ୍ର ଅତ୍ୟନ୍ତ ନିଷ୍ଠାର ସହିତ ସମ୍ପାଦନା କରୁଥିଲେ ।

ଏହି ପୁସ୍ତକ ମେଳା ଛଡା ଆହୁରି ଅନେକ ଆୟୋଜନରେ ଅଂଶଗ୍ରହଣ କରିବା ପାଇଁ ଟ୍ରଷ୍ଟ ଆଗ୍ରହୀ ଏବଂ ତାହାର ପ୍ରଚେଷ୍ଟା ଜାରି ରଖିଛି।

Leave A Reply

Your email address will not be published.