Latest Odisha News

BREAKING NEWS

ଝଙ୍କଡ଼ର ସାରଳା ପୀଠ; ଯେଉଁଠି ମାଆ ସରସ୍ୱତୀଙ୍କ ରୂପରେ ପୂଜିତା…

ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଝଙ୍କଡ଼ର ସାରଳା ପୀଠ ଓଡ଼ିଶାର ଏକ ପ୍ରମୁଖ ଶକ୍ତିପୀଠ ଭାବେ ପ୍ରସିଦ୍ଧି ଲାଭ କରିପାରିଛି । କଥିତ ଅଛି ଓଡ଼ିଶାରେ ଥିବା ୮ଟି ପ୍ରମୁଖ ଶକ୍ତିପୀଠ ମଧ୍ୟରେ ଝଙ୍କଡ଼ର ସାରଳା ଦେବୀ ପୀଠ ଅନ୍ୟତମ । ମାଆ ସାରଳାଙ୍କୁ ଶାକ୍ତ ଓ ବୈଷ୍ଣବମାନେ ପୂଜା କରିଥାଆନ୍ତି । ଏହା ଏକ ପୂରାତନ ବୌଦ୍ଧ ତନ୍ତ୍ରପୀଠ ଭାବେ ବେଶ୍ ପରିଚିତ । ମାଆ ହାତରେ ଧରିଛନ୍ତି ପୁସ୍ତକ, ବୀଣା ଏବଂ ଘଣ୍ଟି । ମାଆ ସାରଳାଙ୍କୁ ବାକଦେବୀ ଭାବେ ପୂଜା କରାଯାଇଥାଏ ।

କୁହାଯାଏ ଝଙ୍କଡ଼ର ମାଆ ଶାରଳା ହେଲେ ଦେବୀ ସରସ୍ୱତୀ, ମାଆ କାଳୀ ତଥା ମହାଲକ୍ଷ୍ମୀଙ୍କ ରୂପରେ ଏଠାରେ ବିରାଜମାନ କରୁଛନ୍ତି । ଦେବୀ ସତୀଙ୍କର ଜିହ୍ୱା ଏଠାରେ ପତିତ ହୋଇଥିବାରୁ ମା ଦୁର୍ଗା ଏଠାରେ ସରସ୍ୱତୀଙ୍କ ରୂପରେ ବିଦ୍ୟାଦାୟିନୀ । ଆଦିକବି ଭକ୍ତ ଶାରଳା ଦାସ ଏଠାରେ ମାଆଙ୍କର କୃପା ଲାଭ କରିଥିଲେ । କିମ୍ବଦନ୍ତି ଅନୁସାରେ ଏହି ପୀଠଟି ସାରଦା ବା ସରସ୍ୱତୀଙ୍କ ଅଧିଷ୍ଠାନ ପାଇଁ ପ୍ରସିଦ୍ଧି ଲାଭ କରିଛି ।

ଦକ୍ଷ ଯଜ୍ଞ ପରେ ସତୀଙ୍କର ଭସ୍ମିଭୂତ ଶରୀରକୁ ସ୍କନ୍ଧରେ ବହନ କରି କୋପାବିଷ୍ଟ ଶିବ ସମଗ୍ର ଭାରତ ଭୂମିରେ ଇତସ୍ତତଃ ଭାବରେ ଘୁରି ବୁଲୁଥିଲେ । ଯେଉଁ ଯେଉଁଠି ସତୀଙ୍କର ଅଂଗ ପ୍ରତ୍ୟଙ୍ଗ ଛିଡି ପଡୁଥିଲା ସେଠାରେ ସୃଷ୍ଟି ହେଉଥିଲା ଏକ ଶକ୍ତିପୀଠ ।

ସତୀଙ୍କର ଜିହ୍ଵା ଏଠାରେ ଭୂପତିତ ହୋଇଥିଲା । ଏବଂ ସେହି କାରଣ ଯୋଗୁ ବାଗ୍‌ଦେବୀ ସାରଦା ବା ସରସ୍ୱତୀ ଏଠାରେ ପ୍ରଭାବ ବିସ୍ତାର କରି ବିଦ୍ୟମାନ ହେଲେ ।

ପ୍ରସିଦ୍ଧ ଶକ୍ତିପୀଠ ଝଙ୍କଡବାସିନୀ ମା ଶାରଳାଙ୍କର ମନ୍ଦିର  କଟକ ସହରଠାରୁ ପ୍ରାୟ ୫୦ କି.ମି ଦୂରରେ ଅବସ୍ଥିତ ।
ମା ଶାରଳାଙ୍କ ପୀଠର ସମୁଖ ତୋରଣ  ବେଶ ଅାକର୍ଷଣିୟ ଢଙ୍ଗରେ ନିର୍ମାଣ କରଯାଇଛି ।

ଶାରଳା ମହାଭାରତରେ ବର୍ଣ୍ଣିତ କଲାପବତୀ ପାଟଣାରେ ଏହି ଶକ୍ତିପୀଠ ପ୍ରତିଷ୍ଠିତ ହୋଇଥିଲା ବର୍ତମାନ ଝଙ୍କଡ ପାଟଣା ଅନ୍ତର୍ଗତ କନକପୁର ଗ୍ରାମକୁ ବୁଝାଏ । ଆଦିକବିଙ୍କ ମହାଭାରତ ରଚନାର ବହୁ ଶତାବ୍ଦୀ ପୂର୍ବରୁ ଏହି ପୀଠର ଖ୍ୟାତି ସବୁଠି ଥିଲା । ଏକଥା ମଧ୍ୟ ମହାଭାରତରେ ବର୍ଣ୍ଣିତ ହୋଇଛି ଯେ, ପୂର୍ବରୁ ଦେବ ମନ୍ଦିର ପାଖରେ ଦୁଇଟି ନଦୀ ପ୍ରବାହିତ ହୋଇଥିଲା ।  ଚନ୍ଦ୍ରଭାଗା ।  ଅନ୍ୟଟି ବୃଦ୍ଧା ନଦୀ ବା ବୁଢା ନଦୀ । ଅାଜି ଚନ୍ଦ୍ରଭାଗା ଅବଲୁପ୍ତ ହୋଇଛି ।

ମା ଶାରଳାଙ୍କ ପୀଠ ସବୁବେଳେ ଚଳଚଞ୍ଚଳ ହୋଇ ଚାଲିଥାଏ । କେବଳ ଆଖପାଖ ଅଞ୍ଚଳ ନୁହେଁ ବରଂ ବିଭିନ୍ନ ସ୍ଥାନରୁ ଭକ୍ତମାନେ ଏଠାକୁ ଆସନ୍ତି ମାଙ୍କ ଦର୍ଶନ ପାଇଁ । ମାଙ୍କ ପୀଠ ପାଖରେ ପହଂଚିଲେ ପ୍ରଥମେ ଦୃଷ୍ଟିକୁ ଆସିଥାଏ ଏକ ସୁନ୍ଦର ପୁଷ୍କରିଣୀ । ଶାନ୍ତ ଶାରଳା ଭାବରେ କାହିଁ କେଉଁ କାଳରୁ ମାଙ୍କ ପୀଠକୁ ଚାହିଁ ବସିଛି ଏହି ପୁଷ୍କରିଣ । କେତେ କେତେ ଭକ୍ତ ଏଠାକୁ ଆସି ପ୍ରଥମେ ନିଜର ପାଦଧୋଇ ମନ୍ଦିର ମଧ୍ୟକୁ ପ୍ରବେଶ କରନ୍ତି ।

ଏହି ପୀଠର ପ୍ରାଚୀନତା ସଂପର୍କରେ ୨ଟି ଜନସୃତି ରହିଛି । କଥିତ ଅଛି ଯେ, ମହାପ୍ରତାପୀ ବୀର ପର୍ଶୁରାମ ଧରଣୀକୁ ନିଷ୍କ୍ରିୟ କଲାପରେ ପାପ ନାଶନ ପାଇଁ ବହୁ ତୀର୍ଥକୁ ପର୍ଯ୍ୟଟନ କରି ପବିତ୍ର ନଦୀ ମାନଙ୍କରେ ସ୍ନାନ କରିଥିଲେ ।

ଚନ୍ଦ୍ରଭାଗା ନଦୀକୁ ସ୍ନାନ କରିବାକୁ ସେ ଯିବା ସମୟରେ ନିଜର ଧନୁଟିକୁ ସେ ଏକ ବଟ ବୃକ୍ଷ ମୂଳରେ ଡେରି ଦେଇଥିଲେ ।

ଅନ୍ୟଏକ କିମ୍ବଦନ୍ତି ଅନୁସାରେ ଏହି ପୀଠଟି ସାରଦା ବା ସରସ୍ୱତୀଙ୍କ ଅଧିଷ୍ଠାନ ପାଇଁ ପ୍ରସିଦ୍ଧି ଲାଭ କରିଛି ।  ଦକ୍ଷ ଯଜ୍ଞ ପରେ ସତୀଙ୍କର ଭସ୍ମିଭୂତ ଶରୀରକୁ ସ୍କନ୍ଧରେ ବହନ କରି କୋପାବିଷ୍ଟ ଶିବ ସମଗ୍ର ଭାରତ ଭୂମିରେ ଇତସ୍ତତ ଭାବରେ ଘୁରି ବୁଲୁଥିଲେ । ଯେଉଁ ଯେଉଁଠି ସତୀଙ୍କର ଅଂଗ ପ୍ରତେ୍ୟଙ୍ଗ ଛିଡି ପଡୁଥିଲା ସେଠାରେ ସୃଷ୍ଟି ହେଉଥିଲା ଏକ ଶକ୍ତିପୀଠ । ସତୀଙ୍କର ଜିହ୍ଵା ଏଠାରେ ଭୂପତିତ ହୋଇଥିଲା  ସେହି କାରଣ ଯୋଗୁ ବାଗ୍‌ଦେବୀ ସରଦା ବା ସରସ୍ୱତୀ ଏଠାରେ ପ୍ରଭାବ ବିସ୍ତାର କରି ବିଦ୍ୟମାନ ହେଲେ ।

ଦେବୀ ସାରଳା ଏଠାରେ ମହାଲକ୍ଷ୍ମୀ, ମହାକାଳୀ ଓ ମହାସରସ୍ୱତୀ ରୂପରେ ପୂଜା ପାଉଛନ୍ତି । ଏଠାରେ ପୂଜକ ମୁଖ୍ୟତଃ ବ୍ରାହ୍ମଣ ଓ ରାଉଳ ମାନେ ।ପୁରୀର ବ୍ରାହ୍ମଣ ଓ ଦଇତା ପତିଙ୍କ ମିଶ୍ରିତ ସେବା ବ୍ୟବସ୍ଥାର ଅନୁରୁପ ଏଠାରେ ବିଧି ବିଧାନ ହୋଇ ଚାଲିଛି ।

ପୂଜକ ମାନେ ତାନ୍ତ୍ରୀକ ମନ୍ତ୍ରରେ ନ୍ୟାସ କରି ବୈଦିକ ମନ୍ତ୍ରରେ ପୂଜା କରୁଥିବା ଏହି ମହାଶକ୍ତିଟି ଦୁର୍ଗତିନାଶିନି ମା ଦୁର୍ଗା ପୀଠର ପ୍ରାଚିନତା ସବୁବେଳେ ରହିଅାସିଛି, ପୂଜା ପାର୍ବଣର ନିର୍ଘଣ୍ଟ ଓ ପୂଜା ବିଧାନର ପରମ୍ପରା ପ୍ରତିଦିନ ପ୍ରତ୍ୟୁଷରେ ପହଡ କୋଲିବା ପରେ ମାଙ୍କର ମଙ୍ଗଳ ଆରତୀ କରାଯାଇଥାଏ ।ଦେବୀଙ୍କୁ ମାର୍ଜନା କରାଯିବା ପରେ ବାଲ୍ୟ ଭୋଗ କରାଯାଇଥାଏ । ପରେ ପଞ୍ଜିକା ପାଠ ଓ ଚଣ୍ଡିପାଠ ହୁଏ ।

ମାଙ୍କ ପୀଠରେ ବିଶେଷ ପର୍ବ ମାନଙ୍କରେ ବିଶେଷ ପୂଜାନିତି ମଧ୍ୟ କରାଯାଏ । ଯେପରି ମକରସଂକ୍ରାନ୍ତିରେ ମାଙ୍କର ବେଢା ପରିକ୍ରମା କରାଯାଇଥାଏ । ଝାଞ୍ଜ ମୃଦଙ୍ଗର ତାଳେ ତାଳେ ମାଙ୍କର ବିଜେ ପ୍ରତିମା ସମଗ୍ର ମନ୍ଦିର ପରିକ୍ରମା କରିଥାନ୍ତି । ମାଙ୍କ ଠାରେ ତୁଳସୀ ପତ୍ରରେ ପୂଜା କରାଯାଏ । ବୈଷ୍ଣବ ରୀତିନୀତିରେ ମାଙ୍କ ଉପାସନା କରାଯାଇଥାଏ ।

 

 

 

Leave A Reply

Your email address will not be published.