Latest Odisha News

BREAKING NEWS

ଶ୍ରୀମନ୍ଦିରରେ କାଳିଆ ଦର୍ଶନ ବେଳେ ଚାଲିଗଲା ଭକ୍ତଙ୍କ ଜୀବନ

ପୁରୀ: ଜଗା ଦର୍ଶନ ହେଲା ଶେଷ ଦର୍ଶନ। ଶ୍ରୀମନ୍ଦିରରେ ଦର୍ଶନ ବେଳେ ଅସୁସ୍ଥ ହୋଇ ଟଳି ପଡିଲେ ଭକ୍ତ ଓ ଶ୍ରୀମନ୍ଦିର ଭିତରେ ପ୍ରାଣ ହରାଇଲେ। ଉତ୍ତରପ୍ରଦେଶ ଝାନସୀର ୬୫ ବର୍ଷୀୟ ରାୟନ ପ୍ରସାଦ ସେନ୍‌ ମହାପ୍ରଭୁଙ୍କ ଦର୍ଶନ ପରେ ହଠାତ୍ ଅସୁସ୍ଥ ହୋଇପଡିଲେ। ତୁରନ୍ତ ତାଙ୍କୁ ସେମାନଙ୍କର ପରିବାର ଲୋକେ ଶ୍ରୀମନ୍ଦିର ବାହାରକୁ ଆଣିବା ପରେ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଆମ୍ବୁଲାନ୍ସ ଯୋଗେ ପୁରୀ ମେଡ଼ିକାଲ ଅଣାଯାଇଥିଲା।

ସୂଚନା ଅନୁସାରେ ରାୟନ ପ୍ରସାଦ ସେନ୍‌ ଆଜି କାଳିଆ ଠାକୁରଙ୍କ ଦର୍ଶନ ପାଇଁ ନିଜ ପରିବାର ଲୋକଙ୍କ ସହିତ ଶ୍ରୀମନ୍ଦିରକୁ ଯାଇଥିଲେ। ଏହି ସମୟରେ ସେ ଅସୁସ୍ଥ ହୋଇ ଅଚେତ ହୋଇଥିଲେ। ତୁରନ୍ତ ତାଙ୍କୁ ସେମାନଙ୍କର ପରିବାର ଲୋକେ ଶ୍ରୀମନ୍ଦିର ବାହାରକୁ ଆଣିଥିଲେ। ପରେ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଆମ୍ବୁଲାନ୍ସ ଯୋଗେ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ହୃଦଘାତରେ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର ଭିତରେ ପ୍ରବଳ ଭିଡ ଯୋଗୁଁ ଭକ୍ତ ଜଣକ ଅଣନିଶ୍ୱସୀ ହୋଇପଡିବା ସହ ତାଙ୍କ ମୃତ୍ୟୁ ହୋଇଥିଲା। ଭିଡ ନିୟନ୍ତ୍ରଣ କରିବାରେ ପ୍ରଶାସନ ଫେଲ୍ ମାରିବାରୁ ଏଭଳି ଅଘଟଣ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ସମ୍ପର୍କୀୟମାନେ ତାଙ୍କର ମୃତଦେହ ନେଇଯିବା ପାଇଁ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି।

Comments are closed.